ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ବର୍ତ୍ତମାନ ଜଣେ ଯୁବତୀ ଏକ ହାତୀର ଫଟୋ ଉଠାଉ ଥିବାବେଳେ ହାତୀଟି ସମ୍ପୃକ୍ତ ଯୁବତୀଙ୍କୁ ଶୁଣ୍ଢରେ ପେଲି ଦେଇଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
No model wants to be photographed without fees😌 pic.twitter.com/fLGwt3Zp3x
— Susanta Nanda IFS (@susantananda3) September 9, 2020