Posted inଫୁରସତ

କୁମ୍ଭୀରମାନଙ୍କ ସହ ଦିନ ବିତାଉଛନ୍ତି ଏହି ଯୁବତୀ

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ ନାନା ପ୍ରକାରର ଜୀବଜନ୍ତୁ ପାଳିଥାନ୍ତି। ସେମାନେ ଏହି ପଶୁପକ୍ଷୀଙ୍କ ସହିତ ସମୟ ବିତାଇ ମନୋରଞ୍ଜନ କରନ୍ତି। କିଏ କୁକୁର ରଖିବାକୁ ଭଲ ପାଆନ୍ତି ତ ଆଉ କିଏ ବିଲେଇ ରଖିବାକୁ । ଆଉ କେହି ଶୁଆ, ନେଉଳ, ମୂଷା, ମାଙ୍କଡ଼, କୁକୁର ଆଦି ପାଳିଥାନ୍ତି। କୁମ୍ଭୀର ପାଳିବାକୁ କିଏ ଚାହେଁ କହିଲେ? କିନ୍ତୁ ଜଣେ ଯୁବତୀ ଅନେକ କୁମ୍ଭୀର ପାଳିଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାବେଳକେ ସେ ୬ଟି କୁମ୍ଭୀର ରଖିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏହି କୁମ୍ଭୀରମାନଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତାଇଓ୍ବାନରେ ରହୁଥିବା ସାଶିମୀ ନାମକ ଜଣେ ଯୁବତୀ କୁମ୍ଭୀରମାନଙ୍କୁ ତାଙ୍କ ଘରେ ଚଳପ୍ରଚଳ କରାଇଥାନ୍ତି। ତାଙ୍କ ଘରର ପ୍ରତ୍ୟେକ କୋଣରେ ଏହି କୁମ୍ଭୀରମାନେ କୁକୁର ଏବଂ ବିଲେଇ ପରି ମୁକ୍ତ ଭାବରେ ବୁଲନ୍ତି। ସେ ନିଜେ ତାଇଓ୍ବାନର ଜଣେ ପ୍ରଜନକଙ୍କଠାରୁ ପ୍ରଥମେ କୁମ୍ଭୀର କିଣିଥିଲେ। ଏହା ପରେ କୁମ୍ଭୀରମାନଙ୍କ ପ୍ରତି ତାଙ୍କର ଆତ୍ମୀୟତା ବଢ଼ିବାରେ ଲାଗିଲା। ଯଦିଓ ସେ ନିଜ ପିଲାମାନଙ୍କ ପରି ଏହି କୁମ୍ଭୀରମାନଙ୍କର ଯତ୍ନ ନିଅନ୍ତି, କିନ୍ତୁ ଏହି ବିପଜ୍ଜନକ ପ୍ରାଣୀ ଯେକୌଣସି ସମୟରେ ଆକ୍ରମଣ କରିପାରିବେ। ତେବେ ଏପର୍ଯ୍ୟନ୍ତ ଏହି ୬ କୁମ୍ଭୀରଙ୍କ ମଧ୍ୟରୁ କେହି ବି ସାଶିମୀଙ୍କୁ ଆକ୍ରମଣ କରିନାହାନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ସାଶିମୀଙ୍କ ପୋଷା କୁମ୍ଭୀର ମଧ୍ୟରୁ ଫିଲ୍‌ ନାମକ ଏକ କୁମ୍ଭୀର ତାଙ୍କ ଜିନିଷପତ୍ର ନେଇ ଘର ଚାରିପଟେ ବୁଲେ। ବେଳେବେଳେ ସାଶିମୀଙ୍କ ଜୋତା ଏବଂ ବେଳେବେଳେ କିଛି ଜିନିଷ ଲୁଚେଇ ଦିଏ। ସାଶିମୀ ଏସବୁ ଜିନିଷକୁ ସୋଫାତଳୁ ବାହାର କରନ୍ତି। ଯେତେବେଳେ ସାଶିମୀ ତାକୁ ଧରିବାକୁ ଯାଆନ୍ତି, ସେ ଦୌଡ଼ିବା ଆରମ୍ଭ କରେ।

ଏହି କୁମ୍ଭୀରମାନଙ୍କ ପାଇଁ ସାଶିମୀ ଏକ ବେଡ୍‌ରୁମ୍‌ ତିଆରି କରିଛନ୍ତି। ଏଥିରେ ତକିଆ ଏବଂ ଗଦି ପଡ଼ିଛି। ଯାହା ଉପରେ କୁମ୍ଭୀରଗୁଡ଼ିକ ଶୋଇଥାନ୍ତି। ସାଶିମୀ କୁମ୍ଭୀରମାନଙ୍କୁ ତାଙ୍କର ସର୍ବୋତ୍ତମ ବନ୍ଧୁ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେମାନଙ୍କର ମଧ୍ୟ ଭାବନା ଅଛି। ସେମାନେ ଯନ୍ତ୍ରଣା ଅନୁଭବ କରନ୍ତି। ତାଙ୍କ ସହ ରହି ତାଙ୍କୁ ବହୁତ ଆନନ୍ଦ ମିଳୁଛି। କୁମ୍ଭୀରମାନଙ୍କୁ ସାଶିମୀ ଚୁମ୍ବନ ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri