Posted inଫୁରସତ

ଭାଇଙ୍କୁ ପ୍ରେମିକ ଭାବି ୬ ବର୍ଷ ଧରି ଭଲ ପାଉଥିଲେ ଯୁବତୀ, ଜାଣିବା ପରେ…

କୁହାଯାଏ, ପ୍ରେମ ଅନ୍ଧ। ଏହା ଧନୀ, ଦରିଦ୍ର, ଜାତି, ଧର୍ମ, ବର୍ଣ୍ଣ ଦେଖେ ନାହିଁ। ତଥାପି ପ୍ରେମ ଏବଂ ବିବାହ ପାଇଁ କିଛି ସୀମା ସରହଦ ରହିଛି। ଯାହାକୁ କେହି ଉଲ୍ଲଂଘନ କରିବାକୁ ଚାହିଁବେ ନାହିଁ। ଉଦାହରଣ ସ୍ବରୂପ, ଜଣେ ରକ୍ତ ସମ୍ପର୍କରେ ବିବାହ ବିଷୟରେ କେବେ ଚିନ୍ତା ବି କରିପାରିବେ ନାହିଁ। ଭାବନ୍ତୁ ଯଦି ଏହା ଅଜାଣତରେ ଘଟେ ତେବେ କେମିତି ଅନୁଭବ କରିବେ। ନିଶ୍ଚିତ ପାଦତଳୁ ମାଟି ଖସିଯିବ।

ଜଣେ ଯୁବତୀଙ୍କ ସହ ଏମିତି ଘଟଣା ଘଟିଥିଲା। ଯେତେବେଳେ ସେ ତାଙ୍କର ୬ ବର୍ଷର ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ଯାହା ହଜମ କରିବା କଷ୍ଟକର ଥିଲା। ସୋସିଆଲ ମିଡିଆରେ ସେ ଏହି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ୬ ବର୍ଷ ଧରି ମୁଁ ଯାହାକୁ ଡେଟ୍‌ କରୁଥିଲି ସେ ପ୍ରକୃତରେ ମୋ’ ନିଜ ଭାଇ ଥିଲେ। ଯେତେବେଳେ ସେ ତାଙ୍କ ସାଥୀଙ୍କ ଡିଏନ୍‌ଏ ପରୀକ୍ଷା କରାଇଲେ ସେତେବେଳେ ସେ ଏହି ଆଶ୍ଚର୍ଯ୍ୟଜନକ ସତ୍ୟ ଜାଣିବାକୁ ପାଇଲେ।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଯୁବତୀ ଜଣକ କହିଥିଲେ, ସେ ଗତ ୬ ବର୍ଷ ଧରି ଜଣେ ପୁଅ ସହିତ ରିଲେସନଶିପ୍‌ରେ ଥିଲେ। ତାଙ୍କର ସାଥୀ ଏକ ପୋଷ୍ୟ ସନ୍ତାନ ଥିଲେ। ସେମାନଙ୍କର ଜୀବନ ଭଲ ଚାଲିଥିଲା ଏବଂ ସେମାନେ ପରସ୍ପରକୁ ବହୁତ ଭଲ ଭାବରେ ବୁଝିଥିଲେ। ସେମାନଙ୍କ ମଧ୍ୟରେ ଏକ ଭିନ୍ନ ସଂଯୋଗ ଥିଲା। ଏହି ସମୟରେ ଦୁହେଁ ଡିଏନ୍‌ଏ ପରୀକ୍ଷା କରିବାକୁ ଚିନ୍ତା କଲେ। ଯେତେବେଳେ ଏହି ପରୀକ୍ଷା ରିପୋର୍ଟ ଆସିଲା ତାହା ଜାଣି ତାଙ୍କ ପାଦତଳୁ ମାଟି ଖସିପଡ଼ିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେମିକ ମଧ୍ୟ ସତ କଥା ଜାଣିନାହାନ୍ତି। ଏହା ଜାଣିବା ପରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଏ ବିଷୟରେ କହି ନ ଥିଲେ। ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ସେମାନେ ଗୋଟିଏ ଘରେ ରହୁଛନ୍ତି। ଯୁବତୀ କହିଛନ୍ତି, ଏହି ପରୀକ୍ଷା ବୋଧେ ମିଥ୍ୟା। ସେ ଆଉ କିଛି ପ୍ରମାଣ ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri