Posted inଫୁରସତ

ଭାଇଙ୍କୁ ପ୍ରେମିକ ଭାବି ୬ ବର୍ଷ ଧରି ଭଲ ପାଉଥିଲେ ଯୁବତୀ, ଜାଣିବା ପରେ…

କୁହାଯାଏ, ପ୍ରେମ ଅନ୍ଧ। ଏହା ଧନୀ, ଦରିଦ୍ର, ଜାତି, ଧର୍ମ, ବର୍ଣ୍ଣ ଦେଖେ ନାହିଁ। ତଥାପି ପ୍ରେମ ଏବଂ ବିବାହ ପାଇଁ କିଛି ସୀମା ସରହଦ ରହିଛି। ଯାହାକୁ କେହି ଉଲ୍ଲଂଘନ କରିବାକୁ ଚାହିଁବେ ନାହିଁ। ଉଦାହରଣ ସ୍ବରୂପ, ଜଣେ ରକ୍ତ ସମ୍ପର୍କରେ ବିବାହ ବିଷୟରେ କେବେ ଚିନ୍ତା ବି କରିପାରିବେ ନାହିଁ। ଭାବନ୍ତୁ ଯଦି ଏହା ଅଜାଣତରେ ଘଟେ ତେବେ କେମିତି ଅନୁଭବ କରିବେ। ନିଶ୍ଚିତ ପାଦତଳୁ ମାଟି ଖସିଯିବ।

ଜଣେ ଯୁବତୀଙ୍କ ସହ ଏମିତି ଘଟଣା ଘଟିଥିଲା। ଯେତେବେଳେ ସେ ତାଙ୍କର ୬ ବର୍ଷର ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ଯାହା ହଜମ କରିବା କଷ୍ଟକର ଥିଲା। ସୋସିଆଲ ମିଡିଆରେ ସେ ଏହି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ୬ ବର୍ଷ ଧରି ମୁଁ ଯାହାକୁ ଡେଟ୍‌ କରୁଥିଲି ସେ ପ୍ରକୃତରେ ମୋ’ ନିଜ ଭାଇ ଥିଲେ। ଯେତେବେଳେ ସେ ତାଙ୍କ ସାଥୀଙ୍କ ଡିଏନ୍‌ଏ ପରୀକ୍ଷା କରାଇଲେ ସେତେବେଳେ ସେ ଏହି ଆଶ୍ଚର୍ଯ୍ୟଜନକ ସତ୍ୟ ଜାଣିବାକୁ ପାଇଲେ।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଯୁବତୀ ଜଣକ କହିଥିଲେ, ସେ ଗତ ୬ ବର୍ଷ ଧରି ଜଣେ ପୁଅ ସହିତ ରିଲେସନଶିପ୍‌ରେ ଥିଲେ। ତାଙ୍କର ସାଥୀ ଏକ ପୋଷ୍ୟ ସନ୍ତାନ ଥିଲେ। ସେମାନଙ୍କର ଜୀବନ ଭଲ ଚାଲିଥିଲା ଏବଂ ସେମାନେ ପରସ୍ପରକୁ ବହୁତ ଭଲ ଭାବରେ ବୁଝିଥିଲେ। ସେମାନଙ୍କ ମଧ୍ୟରେ ଏକ ଭିନ୍ନ ସଂଯୋଗ ଥିଲା। ଏହି ସମୟରେ ଦୁହେଁ ଡିଏନ୍‌ଏ ପରୀକ୍ଷା କରିବାକୁ ଚିନ୍ତା କଲେ। ଯେତେବେଳେ ଏହି ପରୀକ୍ଷା ରିପୋର୍ଟ ଆସିଲା ତାହା ଜାଣି ତାଙ୍କ ପାଦତଳୁ ମାଟି ଖସିପଡ଼ିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେମିକ ମଧ୍ୟ ସତ କଥା ଜାଣିନାହାନ୍ତି। ଏହା ଜାଣିବା ପରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଏ ବିଷୟରେ କହି ନ ଥିଲେ। ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ସେମାନେ ଗୋଟିଏ ଘରେ ରହୁଛନ୍ତି। ଯୁବତୀ କହିଛନ୍ତି, ଏହି ପରୀକ୍ଷା ବୋଧେ ମିଥ୍ୟା। ସେ ଆଉ କିଛି ପ୍ରମାଣ ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri