Posted inଫୁରସତ

ଇନ୍‌ଷ୍ଟାଗ୍ରାମରୁ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଯୁବତୀ, ପୂରା ଲଭ୍‌ ଷ୍ଟୋରି ଜାଣିଲେ କହିବେ…

କୁହାଯାଏ, ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ମୋଟା, ପତଳା କିମ୍ବା ଆଉ କିଛି। ଏହି କଥାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଜଣେ ଯୁବତୀ। ୨୬ ବର୍ଷୀୟା ସୀନା କିରା ବ୍ରିଟେନର ୨୭ ବର୍ଷୀୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଇନ୍‌ଷ୍ଟାଗ୍ରାମରୁ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା। ଏହା ପରେ ସେ ଦେଶ ଛାଡ଼ି ତାଙ୍କ ପ୍ରେମିକଙ୍କ ନିକଟକୁ ଚାଲି ଆସିଥିଲେ। ତେବେ ଜାଣନ୍ତୁ ତାଙ୍କ ପୂରା ଲଭ୍‌ ଷ୍ଟୋରି ବିଷୟରେ…

ସୀନା ଅଷ୍ଟ୍ରେଲିଆ ଛାଡ଼ି ଜର୍ଜ କିଉଡ୍‌ଙ୍କ ନିକଟକୁ ଚାଲିଆସିଥିଲେ। ସୀନା ଦେଖିବାକୁ ଖୁବ୍‌ ସୁନ୍ଦରୀ। କିନ୍ତୁ ଜର୍ଜ ଖୁବ୍‌ ମୋଟା। ଏହି ଯୋଡ଼ିଙ୍କୁ ଦେଖି ଲୋକେ ସୋସିଆଲ ମିଡିଆରେ ସୀନାଙ୍କୁ ଟ୍ରୋଲ କରିବାରେ ଲାଗିଥିଲେ। ବହୁ ଲୋକ ବହୁ କଥା କହିଲେ। ଅନେକ ଲୋକ ଏହି ଯୋଡ଼ିକୁ ନାପସନ୍ଦ ବି କଲେ। ସୀନା କିନ୍ତୁ ଏସବୁକୁ ଆଦୌ ଖାତିର କରି ନ ଥିଲେ। ତାଙ୍କ ପ୍ରେମକୁ ପୂର୍ଣ୍ଣତା ଦେଇଥିଲେ। ଜର୍ଜଙ୍କୁ ସେ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ସନ୍ତାନ ମଧ୍ୟ ହୋଇଛି। ଜର୍ଜଙ୍କ ବର୍ତ୍ତମାନ ଓଜନ ୧୪୦ କେଜି। କିନ୍ତୁ ସୀମା ବହୁତ ପତଳା ଏବଂ ସୁନ୍ଦରୀ।

ଏକ ସାକ୍ଷାତକାରରେ ସୀନା କହିଛନ୍ତି, ଜର୍ଜ ହେଉଛନ୍ତି ତାଙ୍କ ଡ୍ରିମ୍‌ ମ୍ୟାନ୍‌। ସେ ମୋଟା ହେଲେ ବି କିଛି ନାହିଁ। ତାଙ୍କ ପ୍ରେମକୁ ସେ ସାକାର କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି, କିଏ କ’ଣ କହିଲା ତାଙ୍କୁ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ। ମୁଁ କାହା କଥାକୁ ଭ୍ରୁକ୍ଷେପ କରିନାହିଁ। ଜର୍ଜଙ୍କୁ ସ୍ବାମୀ ଭାବରେ ପାଇ ବହୁତ ଖୁସି। ଆମର ବୈବାହିକ ଜୀବନ ଖୁବ୍‌ ଭଲରେ ଚାଲିଛି। ସୀନାଙ୍କଠାରୁ ଏପରି କଥା ଶୁଣି ଟ୍ରୋଲ୍‌ କରୁଥିବା ଲୋକଙ୍କ ପାଟି ବି ଚୁପ୍‌ ହୋଇଯାଇଛି। କିଛି ଲୋକ କହିଛନ୍ତି ସଚ୍ଚା ପ୍ରେମ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri