Posted inଫୁରସତ

ଘାଗରା ପିନ୍ଧି ଏମିତି ଷ୍ଟଣ୍ଟ୍‌ କଲେ ଯୁବତୀ, ଥରେ ଭିଡିଓ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ସେଥିରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଆଶ୍ଚର୍ଯ୍ୟଚକିତ। ଅନେକ ଲୋକ ଭିଡିଓ ଦେଖିବା ପରେ ବି ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ।

ନିକଟରେ ଜଣେ ଯୁବତୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଘାଗରା ପିନ୍ଧି ସାଇକେଲ ଚଲାଇବାର ଏକ ଭିଡିଓ ଶେୟାର କରିଛନ୍ତି। କିନ୍ତୁ ଏହି ଭିଡିଓରେ ଝିଅଟି କେବଳ ସାଇକେଲ ଚଲାଇ ନ ଥିଲେ। ବାସ୍ତବରେ ସେ ଏମିତି କିଛି କରିଥିଲେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।

 

View this post on Instagram

 

A post shared by 🍁 B_ush_ra🍁 (@iamsecretgirl023)

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଟ୍ରାକ୍‌ ପ୍ୟାଣ୍ଟରେ ସାଇକେଲ ଚଳାଉଥିବାର ଦେଖିଥିବେ। କିନ୍ତୁ ଏହି ଯୁବତୀ ଜଣକ ଘାଗରା ପିନ୍ଧି ସାଇକେଲ ଚଲାଇ ସ୍କିପିଂ ଖେଳିଛନ୍ତି। ଯାହା ସବୁଠୁ ଆଶ୍ଚର୍ଯ୍ୟଜନକ। ଏହି ସମୟରେ ଯୁବତୀଙ୍କ ହସ ଲୋକଙ୍କ ହୃଦୟ ଜିତିଛି।

iamsecretgirl023 ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କରାଯାଏ। ଏହି ଭିଡିଓଟି ମଧ୍ୟ ସ୍ବତନ୍ତ୍ର। ଯୁବତୀ ଜଣକ ଭୋପାଳର ଅଟନ୍ତି। ବୃତ୍ତି ଅନୁଯାୟୀ, ସେ ଜଣେ ନୃତ୍ୟ କଳାକାର। ଭିଡିଓରେ ଯୁବତୀ ଜଣକ ସାଇକେଲ ଚଲାଉ ଚଲାଉ ରାସ୍ତାରେ ଯିବାବେଳେ ଏକ ଦଉଡ଼ି ବାହାର କରି ସ୍କିପିଂ କରିବାକୁ ଲାଗିଲେ।

ଅନେକ ୟୁଜର ଯୁବତୀଙ୍କ ଏହି ଷ୍ଟଣ୍ଟକୁ ପ୍ରଶଂସା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କର ପ୍ରାୟ ୧୬ ଲକ୍ଷ ଫଲୋଅର୍ସ ଅଛନ୍ତି। ଏହା ବ୍ୟତୀତ ଅନେକ ଲୋକ ଯୁବତୀଙ୍କର ଥିବା ୟୁଟ୍ୟୁବ୍‌ ଚ୍ୟାନେଲକୁ ମଧ୍ୟ ସବ୍‌ସ୍କ୍ରାଇବ୍‌ କରିଛନ୍ତି। ଯୁବତୀ ଜଣକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କେତେବେଳେ ରାଜସ୍ଥାନୀ ପୋଷାକରେ ତ କେବେ ଜାପାନୀ ପୋଷାକରେ ଆଉ କେବେ ମରାଠୀ ପୋଷାକରେ ନଜର ଆସନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓ ମନଛୁଆଁ। ଲୋକମାନେ ସୋସିଆଲ ମିଡିଆରେ ଯୁବତୀଙ୍କ ପ୍ରତିଭାକୁ ପ୍ରଶଂସା କରୁଛନ୍ତି। ଅନେକ ୟୁଜର ଲେଖିଛନ୍ତି, ବୋଧହୁଏ ଏହି ସାଇକେଲ ଯୁବତୀଙ୍କ ବୋଲ ମାନେ। ଅନେକ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କହି ନିଜର ଯତ୍ନ ନେବାକୁ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri