ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ ପଣ୍ଡା ଫସିଛନ୍ତି। ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ଼ରୁ ରମାକାନ୍ତଙ୍କୁ ଗିରଫ କରି ଗତ ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ରମାକାନ୍ତଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଭାଜପାର ନୟାଗଡ଼ ବିଧାୟକ ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମୁଣ୍ଡର ଫଟୋକୁ ଅନ୍ୟ ଜଣେ ନାରୀର ଫଟୋରେ ଏଡିଟିଂ କରି ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ରଖାଯାଇଛି। ପୁଣି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସ୍କ୍ରିନ ଫଟୋ ଏଥିରେ ସ୍ଥାନ ପାଇଛି।
ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ ନୟାଗଡ଼ ଭାଜପା ବିଧାୟକ ପ୍ରାର୍ଥିନୀ ଓ ମୋତେ ବଦନାମ କରିବା ପାଇଁ ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ହରିପୁରର ରମାକାନ୍ତ ପଣ୍ଡା ପୁତନା ବଧ ହିନ୍ଦୀରେ ଲେଖି ଫେସ୍‌ବୁକ୍‌ରେ ଶେୟାର କରିଥିଲେ। ଏଭଳିଆ ଶେୟାରରେ ନୟାଗଡ଼ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନାଙ୍କ ସହ ୩୮ ଜଣଙ୍କୁ ଟ୍ୟାଗ୍‌ କରି ଶେୟାର କରିଥିଲେ। ଗତ ୩୦ରେ ଏହି ଶେୟାର ନଜରକୁ ଆସିବା ପରେ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୧୦୬/୨୪)ରୁଜୁ କରିଥିଲା। ମାମଲା ପରେ ପୋଲିସ ଶେୟାର କରିଥିବା ଯୁବକ ରମାକାନ୍ତ ପଣ୍ଡାଙ୍କୁ କେବଳ ଗିରଫ କରିଛି। ଆମ ପାଇଁ ବଡ଼ ଆମ ନୟାଗଡ଼ର ଆଡ୍‌ମିନଙ୍କୁ ଗିରଫ ନ କରି ପୋଲିସ ପ୍ରସଙ୍ଗକୁ ଏଡାଇବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷେ ରମାକାନ୍ତ ହେଉଛନ୍ତି ଗଦାଧରପ୍ରସାଦ ପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ଅର୍ଜୁନ ପଣ୍ଡାଙ୍କ ଭାଇ। ରମାକାନ୍ତ ହରି ଅର୍ଜୁନ ଢାବା ନିକଟରେ ମୋତେ ଗାଳିଗୁଲଜ କରି ଗାଡ଼ି ଚଢ଼ାଇ ଦେବାକୁ ଧମକ ଦେଇଥିଲେ। ଏପରିକି ଏସିଡ୍‌ ଫୋପାଡିବେ ବୋଲି କହିଥିଲେ ବୋଲି ଏତଲାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri