Posted inଫୁରସତ

ହେଲିକପ୍ଟର ଉଡ଼ାଣ ସମୟରେ ସେଲ୍‌ଫି ନେଉଥିଲେ ଯୁବକ, ପରେ ଯାହା ହେଲା ଭିଡିଓ ଦେଖିଲେ ଜାଣିବେ

ଆଜିକାଲି ଲୋକଙ୍କ ମଧ୍ୟରେ ସେଲ୍‌ଫି ନେବା କ୍ରେଜ୍‌ ବଢୁଛି। ଲୋକମାନେ ଯେକୌଣସି ପରିସ୍ଥିତିରେ ସେଲ୍‌ଫି ନେବାକୁ ଚାହିଁଥାନ୍ତି। ଏହି ସେଲ୍‌ଫି ନେବା ସମୟରେ ଅନେକ ଲୋକଙ୍କ ଜୀବନ ଯାଇଥିବା ମଧ୍ୟ ଜାଣିବାକୁ ମିଳିଛି। ସେଲଫି ନେବା ସମୟରେ କିଏ ପାହାଡ଼ରୁ ଖସି ମୃତ୍ୟୁ ବରଣ କରିଛି ତ ଆଉ କେହି ଚଳନ୍ତା ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଇ ମୃତ୍ୟୁବରଣ କରିଛି। ଏତେ ପରେ ମଧ୍ୟ ଲୋକଙ୍କ ମନରୁ ସେଲ୍‌ଫି ନେବା ନିଶା ଖସୁନି। ଏବେ ସେମିତି ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ହସିହସି ଗଡ଼ିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି କେଦାରନାଥରେ। ଏଠାରେ ଥିବା ହେଲିପ୍ୟାଡ୍‌ ନିକଟରେ ଜଣେ ଯୁବକ ହେଲିକପ୍ଟର ସହ ସେଲ୍‌ଫି ନେବାକୁ ଚାହୁଁଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ଯାହା କରିଥିଲେ, ଭିଡିଓ ଦେଖିଲେ ହସିବା ବନ୍ଦ କରି ପାରିବେ ନାହିଁ।

ହେଲିକପ୍ଟରଟି ଉଡ଼ାଣ କରିବା ସମୟରେ ଯୁବକ ସେଲ୍‌ଫି ନେଉଥିବା ନଜର ପଡ଼ିଲା। ଏହା ପରେ ପାଇଲଟ ହେଲିକପ୍ଟରକୁ ପଛକୁ କରିଥିଲେ। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ଦୌଡ଼ି ଆସି ସେଲ୍‌ଫି ନେଉଥିବା ଯୁବକଙ୍କୁ ଚାପୁଡ଼ା ମାରି ତାଙ୍କୁ ଠେଲି ଦେଇଥିଲେ। ଏହା ପରେ ଯୁବକ ଜଣକ ସେଠାରୁ ଦୌଡ଼ିବାକୁ ଲାଗିଲେ। ହେଲିକପ୍ଟର ଟିକେ ଉପରକୁ ଉଡ଼ାଣ ପରେ ପରେ ସେ ଜାଣିପାରିଲେ ଯେ, ତାଙ୍କ ପଛରେ ଆଉ କିଛି ପୋଲିସ ଆସୁଛନ୍ତି।

ସେହି ଯୁବକ ଜଣକ ପଛକୁ ଦେଖିବା ମାତ୍ରେ ତାଙ୍କୁ ମାରିବା ପାଇଁ ଅଧିକ ସୁରକ୍ଷାକର୍ମୀ ଆସୁଥିଲେ। ଏହା ପରେ ସେଲ୍‌ଫି ନେଉଥିବା ଯୁବକ ଖୁବ୍‌ ଜୋର୍‌ରେ ଦୌଡ଼ିବାକୁ ଲାଗିଲେ, ସେ ଦୌଡ଼ି ପଳାଉଥିବା ବେଳେ ପୋଲିସ ତାଙ୍କୁ ଧରି ନିସ୍ତୁକ ପିଟିଥିଲା। ଜଣକ ପରେ ଗୋଟିଏ ସୁରକ୍ଷାକର୍ମୀ ତାଙ୍କୁ ପିଟି ପିଟି ଚାଲିଯାଇଥିଲେ। ବିଚରା ଯୁବକ ଜଣକ କାନମୁଣ୍ଡ ଆଉଁସି ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri