Odisha Elections 2024
Posted inଫୁରସତ

ହେଲିକପ୍ଟର ଉଡ଼ାଣ ସମୟରେ ସେଲ୍‌ଫି ନେଉଥିଲେ ଯୁବକ, ପରେ ଯାହା ହେଲା ଭିଡିଓ ଦେଖିଲେ ଜାଣିବେ

ଆଜିକାଲି ଲୋକଙ୍କ ମଧ୍ୟରେ ସେଲ୍‌ଫି ନେବା କ୍ରେଜ୍‌ ବଢୁଛି। ଲୋକମାନେ ଯେକୌଣସି ପରିସ୍ଥିତିରେ ସେଲ୍‌ଫି ନେବାକୁ ଚାହିଁଥାନ୍ତି। ଏହି ସେଲ୍‌ଫି ନେବା ସମୟରେ ଅନେକ ଲୋକଙ୍କ ଜୀବନ ଯାଇଥିବା ମଧ୍ୟ ଜାଣିବାକୁ ମିଳିଛି। ସେଲଫି ନେବା ସମୟରେ କିଏ ପାହାଡ଼ରୁ ଖସି ମୃତ୍ୟୁ ବରଣ କରିଛି ତ ଆଉ କେହି ଚଳନ୍ତା ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଇ ମୃତ୍ୟୁବରଣ କରିଛି। ଏତେ ପରେ ମଧ୍ୟ ଲୋକଙ୍କ ମନରୁ ସେଲ୍‌ଫି ନେବା ନିଶା ଖସୁନି। ଏବେ ସେମିତି ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ହସିହସି ଗଡ଼ିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି କେଦାରନାଥରେ। ଏଠାରେ ଥିବା ହେଲିପ୍ୟାଡ୍‌ ନିକଟରେ ଜଣେ ଯୁବକ ହେଲିକପ୍ଟର ସହ ସେଲ୍‌ଫି ନେବାକୁ ଚାହୁଁଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ଯାହା କରିଥିଲେ, ଭିଡିଓ ଦେଖିଲେ ହସିବା ବନ୍ଦ କରି ପାରିବେ ନାହିଁ।

ହେଲିକପ୍ଟରଟି ଉଡ଼ାଣ କରିବା ସମୟରେ ଯୁବକ ସେଲ୍‌ଫି ନେଉଥିବା ନଜର ପଡ଼ିଲା। ଏହା ପରେ ପାଇଲଟ ହେଲିକପ୍ଟରକୁ ପଛକୁ କରିଥିଲେ। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ଦୌଡ଼ି ଆସି ସେଲ୍‌ଫି ନେଉଥିବା ଯୁବକଙ୍କୁ ଚାପୁଡ଼ା ମାରି ତାଙ୍କୁ ଠେଲି ଦେଇଥିଲେ। ଏହା ପରେ ଯୁବକ ଜଣକ ସେଠାରୁ ଦୌଡ଼ିବାକୁ ଲାଗିଲେ। ହେଲିକପ୍ଟର ଟିକେ ଉପରକୁ ଉଡ଼ାଣ ପରେ ପରେ ସେ ଜାଣିପାରିଲେ ଯେ, ତାଙ୍କ ପଛରେ ଆଉ କିଛି ପୋଲିସ ଆସୁଛନ୍ତି।

ସେହି ଯୁବକ ଜଣକ ପଛକୁ ଦେଖିବା ମାତ୍ରେ ତାଙ୍କୁ ମାରିବା ପାଇଁ ଅଧିକ ସୁରକ୍ଷାକର୍ମୀ ଆସୁଥିଲେ। ଏହା ପରେ ସେଲ୍‌ଫି ନେଉଥିବା ଯୁବକ ଖୁବ୍‌ ଜୋର୍‌ରେ ଦୌଡ଼ିବାକୁ ଲାଗିଲେ, ସେ ଦୌଡ଼ି ପଳାଉଥିବା ବେଳେ ପୋଲିସ ତାଙ୍କୁ ଧରି ନିସ୍ତୁକ ପିଟିଥିଲା। ଜଣକ ପରେ ଗୋଟିଏ ସୁରକ୍ଷାକର୍ମୀ ତାଙ୍କୁ ପିଟି ପିଟି ଚାଲିଯାଇଥିଲେ। ବିଚରା ଯୁବକ ଜଣକ କାନମୁଣ୍ଡ ଆଉଁସି ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri