ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ କୁମ୍ଭୀର ପାଟିରେ ଜଣ ଯୁବକ ମୁଣ୍ଡ ରଖିଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, କୁମ୍ଭୀରଟି ଆଁ କରି ରହିଛି। ଏହି ସମୟରେ ନାଲି ଡ୍ରେସ ପିନ୍ଧିଥିବା ଜଣେ ଯୁବକ ତାଙ୍କ ମୁଣ୍ଡକୁ ନେଇ କୁମ୍ଭୀର ପାଟିରେ ପୁରାଉଛନ୍ତି। କିଛି ସେକେଣ୍ଡ ପରେ ହଠାତ୍ କୁମ୍ଭୀରଟି ତାଙ୍କ ମୁଣ୍ଡକୁ କାମୁଡି ଦେଉଛି। ପରେ ଯୁବକ ଜଣକ କୌଶଳକ୍ରମେ କୁମ୍ଭୀର ପାଟିରୁ ବର୍ତ୍ତି ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Wait for it. pic.twitter.com/uynTUUmrYM
— When Animals Attack (@Animalsandfools) November 7, 2020