ପୋଖରୀରେ ବୁଡି ଯୁବକଙ୍କ ଜୀବନଗଲା

ଦିଗପହଣ୍ଡି,୩୦।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟାରୁ ସେ ଘରୁ ଯାଇଥିଲେ ମଧ୍ୟ ରାତି ୧୦ ଟା ଯାଏ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କ ସାଙ୍ଗ ସାଥୀ ଓ ସାହି ବାସିନ୍ଦାଙ୍କୁ ନେଇ ବହୁ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ପେଣ୍ଡୁରା ବନ୍ଧ ପୋଖରୀ ହିଡରୁ ତାଙ୍କ ପ୍ୟାଣ୍ଟ ମିଳିଥିଲା। ସେ ପୋଖରୀରେ ବୁଡି ଯାଇଥିବା ସନ୍ଦେହରେ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ରାତି ପ୍ରାୟ ସାଢ଼େ ୧୦ ଟାରେ ଅଗ୍ନିଶମ କର୍ମଚାରୀମାନେ ପୋଖରୀରେ ପଶି ଖୋଜିବା କରିବା ପରେ ତାଙ୍କ ମୃତଦେହ ମିଳିଥିଲା। ପୋଲିସ ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା (ନଂ.୧୩/୨୦୨୦) ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇଥିଲା। ବୁଧବାର ସକାଳେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଗାଁ ଶ୍ମଶାନରେ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣା ନ ଯିବା ନେଇ ରାସ୍ତାରୋକୋ, ପାନୀୟ ଜଳ ପ୍ରକଳ୍ପ ବନ୍ଦ କଲେ ଚାଷୀ

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଧାନ କିଣା ଯାଉ ନ ଥିବା ପ୍ରତିବାଦ କରି ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଶହ ଶହ ଚାଷୀ ଶନିବାର ବ୍ରହ୍ମପୁର, ଛତ୍ରପୁର, ଗୋଲାବନ୍ଧକୁ...

ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର...

ହତ୍ୟା ମାମଲାରେ ୪ ନିର୍ଦ୍ଦୋଷରେ ଖଲାସ

ବାଲେଶ୍ୱର ଅଫିସ, ୩।୮: ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ସେସନ୍ସ ଜଜ୍‌ ଗିରିଜା ଶଙ୍କର ମହାପାତ୍ର ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ବାଲେଶ୍ୱର...

ଅମାବାସ୍ୟା ରାତିରେ ଖୋଳୁଥିଲେ ଗୁପ୍ତଧନ: ଧରାପଡ଼ିଲେ ଗୁଣିଆ ସମେତ ୧୧

ବିଷମକଟକ,୯ା୯(ଡି.ଏନ୍‌.ଏ.): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅମାବାସ୍ୟା ରାତିରେ ଗୁପ୍ତଧନ ଖୋଳିବାକୁ ଯାଇଥିଲେ। ଗ୍ରାମବାସୀ ୧୧ ଜଣଙ୍କୁ କାବୁକରି ୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକ...

କରୋନା ମୁକାବିଲାକୁ ନେଇ ବଡ଼ ନିଷ୍ପତ୍ତି: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ/ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।...

କାର୍ଯ୍ୟାଳୟ ପାଇଁ ସତର୍କ, ଅନ୍ୟ ଅଞ୍ଚଳ ଚିନ୍ତାନାହିଁ

ଅନୁଗୋଳ ଅଫିସ୍‌, ୨୪ା୭ ମହାମାରୀ କରୋନା ଅନୁଗୋଳରେ କାୟା ମେଲାଇ ଚାଲିଛି। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି। ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ...

ବ୍ୟବହାର ନ ହୋଇ ଜରାଜୀର୍ଣ୍ଣ ହୋଇଗଲାଣି ବ୍ଲକ ପରିସଂଖ୍ୟାନ ଗୃହ

ନବରଙ୍ଗପୁର,୭ା୪(ବି.ପ୍ର.) ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି। ନବରଙ୍ଗପୁର ବ୍ଲକ ପରିସରରେ ୨୦୧୫ ଜୁନ...

୨୬ ବର୍ଷ ପରେ ଘରକୁ ଫେରିଲେ ସନିଆ

ସୋର,୧୫ା୧୧(ଡି.ଏନ.ଏ)  ୧୯୯୫ରୁ ନିଖୋଜ ଥିବା ବାଲେଶ୍ୱର ଜିଲା ସୋର ବ୍ଲକ ସାଧୁଆପଡା ଗ୍ରାମର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ ୨୬ ବର୍ଷ ପରେ ରବିବାର ଘରକୁ ଫେରିଛନ୍ତି।...

Advertisement
Archives

Model This Week