ବାଇକ୍‌କୁ ଆମ୍ବୁଲାନ୍ସ କଲେ ଯୁବ ଇଞ୍ଜିନିୟର, ଏଥିରେ ବେଡ୍‌ ସହ ରହିଛି ଅକ୍ସିଜେନ ସିଲିଣ୍ଡର

ଭୋପାଳ,୨୯।୪: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। କରୋନା ରୋଗୀଙ୍କ ସମ୍ପର୍କୀୟମାନେ କେଉଁଠି ଆମ୍ବୁଲାନ୍ସ ପାଉନାହାନ୍ତି ତ ଆଉ କେଉଁଠି ଅକ୍ସିଜେନ। ଏହି ଅଭାବ ଦୂର କରିବାକୁ ଜଣେ ଯୁବ ଇଞ୍ଜିନିୟର ଅଜିଜ୍‌ ଖାନ୍‌ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି।

ସୋସିଆଲ ମିଡିଆରେ କରୋନା ସଂକ୍ରମିତଙ୍କ ସମସ୍ୟା ସମ୍ପର୍କରେ ଖବର ଭାଇରାଲ ହେବା ପରେ ଅଜିଜ ନିଜ ପ୍ରୟାସରେ ଲାଗିପଡ଼ିଛନ୍ତି। ସେ ନିଜର ଜ୍ଞାନ କୌଶଳ ଖଟାଇ ବାଇକ୍‌କୁ ଆମ୍ବୁଲାନ୍ସ କରିଛନ୍ତି। ଏହି ଆମ୍ବୁଲାନ୍ସରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇପାରିବ। ଖାଲି ଏତିକି ନୁହେଁ, ସେ ଏଥିରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଲଗାଇଛନ୍ତି। ଏହି ଆମ୍ବୁଲାନ୍ସ ତିଆରି କରିବାରେ ସେ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

ଏହି ଆମ୍ବୁଲାନ୍ସର ବିଶେଷତ୍ତ୍ୱ ହେଲା, ଏଥିରେ ହସ୍ପିଟାଲରେ ବ୍ୟବହାର କରାଯାଉଥିବା ବେଡ୍‌ ଲଗାଯାଇଛି। ଯେଉଁଥିରେ ରୋଗୀଙ୍କୁ ନେବା ଆଣିବା କରିବା ସହଜ ହେବ। ଏଥିରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡରରୁ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଦିଆଯାଇପାରିବ। ଏଥିରେ ଜୀବନରକ୍ଷା ପାଇଁ କିଛି ମେଡିସିନ ମଧ୍ୟ ରଖାଯାଇଛି। ଅଜିଜଙ୍କ ଏପରି ଜ୍ଞାନ କୌଶଳ ଦେଖି ସାଧାରଣରେ ଖୁବ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା

ଜୟପୁର, ୧୫ା୪- ୧୫ ବର୍ଷୀୟା ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ରାଜସ୍ଥାନର ଜୋଧପୁରରୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ଝିଅକୁ...

ନିଆରା ବିବାହ: ହେଲାନି କନ୍ୟାଦାନ ନା ବିଦାୟ

ପାଟନା,୨୫।୬: ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ବିବାହ ସମୟରେ ନବ ବିବାହିତା ଯୋଡି ବେଦୀରେ ସାତଘେରା ବୁଲିବା ସହ ଉଭୟ ପରସ୍ପରଙ୍କୁ ସାତଟି...

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ବର୍ଡର ସିଲ୍‌

ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍‌ କରିବାକୁ...

ଡବ୍ଲ୍ୟୁଏଚ୍‌ଓର ନେତୃତ୍ୱ ନେବ ଭାରତ

ନୂଆଦିଲ୍ଲୀ,୨୪ା୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟାଳୟରେ ଭାରତ ନେତୃତ୍ୱ ଭୂମିକା ନେବ। ସାରା ବିଶ୍ୱ କରୋନା ମହାମାରୀ କବଳିତ ହୋଇଥିବାବେଳେ ଆସନ୍ତା ମାସରେ ଡବ୍ଲ୍ୟୁଏଚ୍‌ଓ...

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

ସରକାରଙ୍କ ନୂଆ ଯୋଜନା: ପୂଜାରୀଙ୍କୁ ବିବାହ କଲେ କନ୍ୟାଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ,୯।୧: କର୍ନାଟକ ସରକାର ରାଜ୍ୟରେ ବ୍ରାହ୍ମଣଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ପକ୍ଷରୁ ଦୁଇଟି ଯୋଜନା...

୧୦୦ ଦେଶକୁ ୬୫ ନିୟୁତ ଡୋଜ୍‌ କୋଭିଡ୍‌ ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ଚଳିତ ବର୍ଷ ଭାରତ ପାଖାପାଖି ୧୦୦ ଦେଶକୁ ୬୫ ନିୟୁତରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ରପ୍ତାନି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ଆମ୍ବୁଲାନ୍ସ ବନ୍ଦ କଲା ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ରାଲି

କୋଲକାତା,୮।୧: ପଶ୍ଚିମବଙ୍ଗର ଭାଜପା ପ୍ରଦେଶ ଅଧ୍ୟକ୍ଷଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବରୋଧୀ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି।...

Advertisement
Archives

Model This Week