ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା ମିଶାଇଲ ମାଡ଼ କରିଛନ୍ତି। ଆକ୍ରମଣରେ ବାଖମୁଟ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୂଚନା ଦେଇଛନ୍ତି। ଇତିମଧ୍ୟରେ ମସ୍କୋକୁ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି।

ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ସାଢ଼େ ୯ ମାସର ପ୍ରତିରୋଧ ସତ୍ତ୍ୱେ ମସ୍କୋ ତାଙ୍କ ଦେଶକୁ ଦଖଲ ଉଦ୍ୟମ ଜାରି ରଖିଛି। ଏହିକ୍ରମରେ ରୁଷୀୟ ସୈନ୍ୟ ବାଖମୁଟ୍‌ ସହର ଉପରେ ଆକାଶମାର୍ଗରୁ ମିଶାଇଲ ଓ ରକେଟ ଷ୍ଟ୍ରାଇକ୍‌ କରୁଛନ୍ତି। ଆକ୍ରମଣରେ ଏହି ସହର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସୈନ୍ୟ ପୂର୍ବରୁ କେବଳ ୪ ପ୍ରଦେଶକୁ ଟାର୍ଗେଟ କରୁଥିଲେ। ସେପ୍ଟେମ୍ବର ଶେଷଭାଗରେ ସେମାନେ ବେଆଇନ ଭାବେ ଦଖଲ କରିନେଲେ। ୟୁକ୍ରେନ୍‌ ଏହା ବିରୋଧରେ ଲଢ଼େଇ ଜୋର୍‌ଦାର କରି ସମ୍ପୃକ୍ତ ଅଞ୍ଚଳକୁ ଛଡ଼ାଇ ଆଣିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଟିନ୍‌ଙ୍କ ସୈନ୍ୟ ଏବେ ଦେଶର ଅନ୍ୟ ଭାଗଗୁଡ଼ିକ ଉପରେ ନଜର ପକାଇଛନ୍ତି। ଜେଲେନ୍‌ସ୍କି ଆହୁରି କହିଛନ୍ତି, ପୂର୍ବାଞ୍ଚଳର ଡୋନେସ୍କ, ଲୁହାନ୍‌ସ୍କ ପ୍ରଦେଶ ସୀମାନ୍ତରେ ସ୍ଥିତି ଅତି ଖରାପ ହୋଇଯାଇଛି। ୨୦୧୪ରେ ରୁଷୀୟ ସୈନ୍ୟମାନେ ୟୁକ୍ରେନ୍‌ର କ୍ରିମିଆକୁ ବେଆଇନ ଭାବେ ଦଖଲ କରିନେଇଥିଲେ। କିନ୍ତୁ ଡୋନ୍‌ବାସର ବଖମୁଟ୍‌, ସୋଲେଡାର, ମାରିଙ୍କା ଓ କ୍ରେମିନ୍ନାରେ ପୂର୍ବରୁ ପହଞ୍ଚତ୍ପାରି ନ ଥିବା ପ୍ରତିପକ୍ଷ ଏବେ ସେଠାରେ ତୁହାକୁ ତୁହା ଆକ୍ରମଣ ଜାରି ରଖିଛନ୍ତି। ବାଖମୁଟ୍‌ ବର୍ତ୍ତମାନ ଏକ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଲୋକେ ବାସହରା ହୋଇ ରାସ୍ତାରେ ଶୀତକାକରରେ ଜୀବନ ବିତାଉଛନ୍ତି। ଡୋନ୍‌ବାସ ଗଭର୍ନର ପାଭ୍‌ଲୋ କିରିଲେଙ୍କୋ କହିଛନ୍ତି, ମସ୍କୋର ଆକ୍ରମଣ ପରଠାରୁ ପ୍ରଦେଶରୁ ଲକ୍ଷାଧିକ ଲୋକ ପଳାୟନ କରିସାରିଲେଣି। ଶୁକ୍ରବାର ଓ ଶନିବାର ମଧ୍ୟରେ ୨୦ ଏୟାରଷ୍ଟ୍ରାଇକ୍‌ ଏବଂ ୬୦ ରକେଟ ମାଡ଼ ହୋଇଥିବା ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି।

ଏସବୁ ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ନିଜ ଦେଶରେ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ରୁଷୀୟ ନୋବେଲ ପୁରସ୍କାର ବିଜେତା ତଥା ହ୍ୟୁମାନ୍‌ ରାଇଟ୍ସ ଅର୍ଗାନାଇଜେଶନ୍‌ ମେମୋରିଆଲ ଅଧ୍ୟକ୍ଷ ୟାନ୍‌ ରାଚିନ୍‌ସ୍କି ପୁଟିନ୍‌ଙ୍କ ତଥାକଥିତ ମିଲିଟାରି ଅପରେଶନକୁ ପୂର୍ବର ସୋଭିଏଟ୍‌ ୟୁନିୟନ୍‌ ଅନୁସୃତ ଏକ ଅମାନବୀୟ ଯୁଦ୍ଧର ଆଖ୍ୟାଦେଇ କଡ଼ା ନିନ୍ଦା କରିଛନ୍ତି। ୟାନ୍‌ କହିଛନ୍ତି, ପୁଟିନ୍‌ ଓ ତାଙ୍କ ବିଚାରଧାରାର ଚାକରମାନେ ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଫାସିବାଦ ବିରୋଧୀ ସଂଗ୍ରାମକୁ ହାଇଜାକ୍‌ କରିନେଇଛନ୍ତି। ସେହିପରି ରୁଷିଆ ଦଖଲରେ ଥିବା ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଆଣବିକ ସଙ୍କଟ ଆଶଙ୍କା ଉପୁଜିଛି। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ଅଧ୍ୟକ୍ଷ ରାଫାଏଲ ଗ୍ରୋସି ମଧ୍ୟ ପୁଟିନ୍‌ଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନବର୍ଗ କହିଛନ୍ତି, ୟୁକ୍ରେନ୍‌ ଯୁଦ୍ଧ ଥମୁ ନାହିଁ। ଏହାର ପରିଣାମ ରୁଷିଆ ଓ ପାଶ୍ଚାତ୍ୟର ସାମରିକ ମେଣ୍ଟ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧକୁ ଜନ୍ମ ଦେଇପାରେ। ଏପରି ହେଲେ ଅନେକ ୟୁରୋପୀୟ ରାଷ୍ଟ୍ର ଏଥିରେ ସାମିଲ ହେବେ। କିନ୍ତୁ ଏଭଳି ସଂଘର୍ଷକୁ ଏଡ଼ାଇବା ପାଇଁ ଆମେ ଉଦ୍ୟମ କରୁଛୁ। ଆମେରିକା ମଧ୍ୟ ୟୁକ୍ରେନ୍‌କୁ ଅତିରିକ୍ତ ୨୭୫ ନିୟୁତ ଡଲାରର ସାମରିକ ସହାୟତା ଯୋଗାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?