ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା ମିଶାଇଲ ମାଡ଼ କରିଛନ୍ତି। ଆକ୍ରମଣରେ ବାଖମୁଟ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୂଚନା ଦେଇଛନ୍ତି। ଇତିମଧ୍ୟରେ ମସ୍କୋକୁ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି।

ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ସାଢ଼େ ୯ ମାସର ପ୍ରତିରୋଧ ସତ୍ତ୍ୱେ ମସ୍କୋ ତାଙ୍କ ଦେଶକୁ ଦଖଲ ଉଦ୍ୟମ ଜାରି ରଖିଛି। ଏହିକ୍ରମରେ ରୁଷୀୟ ସୈନ୍ୟ ବାଖମୁଟ୍‌ ସହର ଉପରେ ଆକାଶମାର୍ଗରୁ ମିଶାଇଲ ଓ ରକେଟ ଷ୍ଟ୍ରାଇକ୍‌ କରୁଛନ୍ତି। ଆକ୍ରମଣରେ ଏହି ସହର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସୈନ୍ୟ ପୂର୍ବରୁ କେବଳ ୪ ପ୍ରଦେଶକୁ ଟାର୍ଗେଟ କରୁଥିଲେ। ସେପ୍ଟେମ୍ବର ଶେଷଭାଗରେ ସେମାନେ ବେଆଇନ ଭାବେ ଦଖଲ କରିନେଲେ। ୟୁକ୍ରେନ୍‌ ଏହା ବିରୋଧରେ ଲଢ଼େଇ ଜୋର୍‌ଦାର କରି ସମ୍ପୃକ୍ତ ଅଞ୍ଚଳକୁ ଛଡ଼ାଇ ଆଣିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଟିନ୍‌ଙ୍କ ସୈନ୍ୟ ଏବେ ଦେଶର ଅନ୍ୟ ଭାଗଗୁଡ଼ିକ ଉପରେ ନଜର ପକାଇଛନ୍ତି। ଜେଲେନ୍‌ସ୍କି ଆହୁରି କହିଛନ୍ତି, ପୂର୍ବାଞ୍ଚଳର ଡୋନେସ୍କ, ଲୁହାନ୍‌ସ୍କ ପ୍ରଦେଶ ସୀମାନ୍ତରେ ସ୍ଥିତି ଅତି ଖରାପ ହୋଇଯାଇଛି। ୨୦୧୪ରେ ରୁଷୀୟ ସୈନ୍ୟମାନେ ୟୁକ୍ରେନ୍‌ର କ୍ରିମିଆକୁ ବେଆଇନ ଭାବେ ଦଖଲ କରିନେଇଥିଲେ। କିନ୍ତୁ ଡୋନ୍‌ବାସର ବଖମୁଟ୍‌, ସୋଲେଡାର, ମାରିଙ୍କା ଓ କ୍ରେମିନ୍ନାରେ ପୂର୍ବରୁ ପହଞ୍ଚତ୍ପାରି ନ ଥିବା ପ୍ରତିପକ୍ଷ ଏବେ ସେଠାରେ ତୁହାକୁ ତୁହା ଆକ୍ରମଣ ଜାରି ରଖିଛନ୍ତି। ବାଖମୁଟ୍‌ ବର୍ତ୍ତମାନ ଏକ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଲୋକେ ବାସହରା ହୋଇ ରାସ୍ତାରେ ଶୀତକାକରରେ ଜୀବନ ବିତାଉଛନ୍ତି। ଡୋନ୍‌ବାସ ଗଭର୍ନର ପାଭ୍‌ଲୋ କିରିଲେଙ୍କୋ କହିଛନ୍ତି, ମସ୍କୋର ଆକ୍ରମଣ ପରଠାରୁ ପ୍ରଦେଶରୁ ଲକ୍ଷାଧିକ ଲୋକ ପଳାୟନ କରିସାରିଲେଣି। ଶୁକ୍ରବାର ଓ ଶନିବାର ମଧ୍ୟରେ ୨୦ ଏୟାରଷ୍ଟ୍ରାଇକ୍‌ ଏବଂ ୬୦ ରକେଟ ମାଡ଼ ହୋଇଥିବା ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି।

ଏସବୁ ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ନିଜ ଦେଶରେ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ରୁଷୀୟ ନୋବେଲ ପୁରସ୍କାର ବିଜେତା ତଥା ହ୍ୟୁମାନ୍‌ ରାଇଟ୍ସ ଅର୍ଗାନାଇଜେଶନ୍‌ ମେମୋରିଆଲ ଅଧ୍ୟକ୍ଷ ୟାନ୍‌ ରାଚିନ୍‌ସ୍କି ପୁଟିନ୍‌ଙ୍କ ତଥାକଥିତ ମିଲିଟାରି ଅପରେଶନକୁ ପୂର୍ବର ସୋଭିଏଟ୍‌ ୟୁନିୟନ୍‌ ଅନୁସୃତ ଏକ ଅମାନବୀୟ ଯୁଦ୍ଧର ଆଖ୍ୟାଦେଇ କଡ଼ା ନିନ୍ଦା କରିଛନ୍ତି। ୟାନ୍‌ କହିଛନ୍ତି, ପୁଟିନ୍‌ ଓ ତାଙ୍କ ବିଚାରଧାରାର ଚାକରମାନେ ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଫାସିବାଦ ବିରୋଧୀ ସଂଗ୍ରାମକୁ ହାଇଜାକ୍‌ କରିନେଇଛନ୍ତି। ସେହିପରି ରୁଷିଆ ଦଖଲରେ ଥିବା ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଆଣବିକ ସଙ୍କଟ ଆଶଙ୍କା ଉପୁଜିଛି। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ଅଧ୍ୟକ୍ଷ ରାଫାଏଲ ଗ୍ରୋସି ମଧ୍ୟ ପୁଟିନ୍‌ଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନବର୍ଗ କହିଛନ୍ତି, ୟୁକ୍ରେନ୍‌ ଯୁଦ୍ଧ ଥମୁ ନାହିଁ। ଏହାର ପରିଣାମ ରୁଷିଆ ଓ ପାଶ୍ଚାତ୍ୟର ସାମରିକ ମେଣ୍ଟ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧକୁ ଜନ୍ମ ଦେଇପାରେ। ଏପରି ହେଲେ ଅନେକ ୟୁରୋପୀୟ ରାଷ୍ଟ୍ର ଏଥିରେ ସାମିଲ ହେବେ। କିନ୍ତୁ ଏଭଳି ସଂଘର୍ଷକୁ ଏଡ଼ାଇବା ପାଇଁ ଆମେ ଉଦ୍ୟମ କରୁଛୁ। ଆମେରିକା ମଧ୍ୟ ୟୁକ୍ରେନ୍‌କୁ ଅତିରିକ୍ତ ୨୭୫ ନିୟୁତ ଡଲାରର ସାମରିକ ସହାୟତା ଯୋଗାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ...

ଓମିକ୍ରନ୍‌ଠାରୁ ଅଧିକ ସଂକ୍ରାମକ ‘ଏକ୍ସଇ’

ଜେନେଭା,୩।୪: କରୋନା ଭୂତାଣୁର ଆଉ ଏକ ନୂଆ ଭାରିଆଣ୍ଟ ‘ଏକ୍ସଇ’ ବ୍ରିଟେନରୁ ଚିହ୍ନଟ ହୋଇଛି। କୋଭିଡ୍‌-୧୯ର ସମସ୍ତ ପୂର୍ବ ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି...

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ

କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା...

ଜି୨୦ ସମିଟ୍‌ ଘୋଷଣାନାମା: ଜରୁରୀ ଭୂମିକା ନେଇଥିଲା ଭାରତ

ଓ୍ବାଶିଂଟନ,୨୦।୧୧: ଜି୨୦ ସମିଟ୍‌ ଘୋଷଣାନାମା ଆଲୋଚନାରେ ଭାରତ ଜରୁରୀ ଭୂମିକା ନିଭାଇଥିଲା ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେରିନ୍‌ ଜିନ୍‌-ପିଏରେ ଗଣମାଧ୍ୟମ ଆଗରେ ସ୍ବୀକାର...

ସ୍ତ୍ରୀଙ୍କୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଝାଇଲେ ସ୍ବାମୀ

କରାଚି,୧୬ା୧: କରାଚିର ଗୁଲଶନ-ଇ-ଇକ୍‌ବଲରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ୬ ପିଲାଙ୍କ ଆଗରେ ସ୍ତ୍ରୀଙ୍କୁ ମାରି କଡ଼େଇରେ ସିଝାଇବା ପରି...

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌...

୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବା ନେଇ ଦାବି…

ମସ୍କୋ,୧୪।୧ : ସମ୍ପ୍ରତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ତିନୋଟି ଭିନ୍ନ ଦାବି କରାଯାଉଛି। ପୁଟିନଙ୍କ ମୃତ୍ୟୁ ବିଷୟରେ ସମସ୍ତେ କେତେକ ଉଲ୍ଲେଖ କରିଛନ୍ତି।...

Advertisement
Archives

Model This Week