Posted inଫୁରସତ

ବିଶ୍ୱର ପ୍ରଥମ ଉଡ଼ନ୍ତା କାର୍‌

ଓ୍ବାଶିଂଟନ୍‌: ଖାଲି ଉଡ଼ାଜାହାଜ କି ହେଲିକପ୍ଟର ନୁହେଁ, ଏଣିକି କାର୍‌ରେ ବସି ମଧ୍ୟ ଆକାଶମାର୍ଗରେ ଯାତ୍ରା କରିହେବ। ଆମେରିକୀୟ କମ୍ପାନୀ ଅସ୍କା (ଏଏସ୍‌କେଏ) ‘ଅସ୍କା ଏ୫’ ନାମରେ ଉଡ଼ନ୍ତା କାର୍‌ ନିର୍ମାଣ କରିଛି। ଚଳିତବର୍ଷ କଞ୍ଜୁମର ଇଲେକ୍ଟ୍ରୋନିକ୍‌ ଶୋ’ (ସିଇଏସ୍‌)ରେ ଅସ୍କା ଏହି ଇଲେକ୍ଟ୍ରିକ୍‌ ଡ୍ରାଇଭ୍‌ ଆଣ୍ଡ୍‌ ଫ୍ଲାଏ ଭର୍ଟିକାଲ୍‌ ଟେକ୍‌ଅଫ୍‌ ଆଣ୍ଡ ଲ୍ୟାଣ୍ଡିଂ (ଇଭିଟିଓଏଲ୍‌)ର ଅନାବରଣ କରିଛି। ତେବେ ଏହା ବିଶ୍ୱର ପ୍ରଥମ ୪ ଆସନ ବିଶିଷ୍ଟ ଉଡ଼ନ୍ତା କାର୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

୨୦୨୬ରେ ଅସ୍କା ନିଜର ଅନ୍‌ଡିମାଣ୍ଡ ଟ୍ରାଭେଲ୍‌ ସର୍ଭିସ୍‌ ଆରମ୍ଭ କରିବା ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ କରାଇବ। ଲୋକେ ଉଡ଼ାନ୍ତା କାର୍‌ରେ ବସି ମଜାଉଠାଇ ପାରିବେ। ତେବେ ଏହାର ମୂଲ୍ୟ ବାବଦରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏହାର ଚାହିଦା ଅନୁସାରେ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକରେ ଉଡ଼ନ୍ତା କାରରେ ଯାତ୍ରା କରିବାର ସୁବିଧା କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯିବ। ଉଭୟ ସଡ଼କ ଏବଂ ଆକାଶ ପଥରେ ଏହି କାର୍‌ ଚଳାଇବା ସମ୍ଭବ। କମ୍ପାନୀର ତଥ୍ୟ ମୁତାବକ ଏହା ଆକାଶ ମାର୍ଗରେ ଏକକାଳୀନ ଘାଣ୍ଟାପ୍ରତି ୨୫୦ ମାଇଲ୍‌ ଦୂର ଅତିକ୍ରମ କରିପାରିବ। ଉଡ଼ନ୍ତା କାର୍‌ରେ ଯାତ୍ରା କରିବାର ଲୋକଙ୍କ ସ୍ବପ୍ନକୁ ଅସ୍କା ପୂରଣ କରିବାକୁ ଯାଉଛି ବୋଲି କମ୍ପାନୀର ସହପ୍ରତିଷ୍ଠାତା ଏବଂ ସିଇଓ ଗୁଇ କପଲିନ୍‌ସ୍କି କହିଛନ୍ତି। ଚାଳକ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତି ନିପୁଣତାର ସହ ‘ଅସ୍କା ଏ୫’ ନିର୍ମାଣ କରାଯାଇଥିବାବେଳେ କମ୍‌ ଜାଗାରେ ମଧ୍ୟ ଏହାକୁ ପାର୍କିଂ କରିହେବ। କାର୍‌ରେ ଥିବା ଓ୍ବିଙ୍ଗସ୍‌ ଏହାକୁ ଜରୁରିକାଳୀନ ଅବତରଣରେ ସହାୟକ ହେବ। ଏହି ଓ୍ବିଙ୍ଗସ୍‌ ସାଧାରଣ ଭାବେ ବ୍ୟାଟେରି ଓ ଇଞ୍ଜିନ୍‌ ଦ୍ୱାରା ପରିଚାଳିତ ହୋଇଥାଏ। ଉଡ଼ନ୍ତା କାର୍‌ରେ ବାଲିଷ୍ଟିକ୍‌ ପାରାଚ୍ୟୁଟ ଖଞ୍ଜାଯାଇଛି। ତେବେ କାର୍‌ କିଣିବାକୁ ଆଗ୍ରହୀ ବ୍ୟକ୍ତି ଏବେଠୁ ଅସ୍କାର ଓ୍ବେବ୍‌ସାଇଟ୍‌କୁ ଯାଇ ଆଗୁଆ -ଅର୍ଡର୍‌ ବୁକ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri