Posted inଫୁରସତ

କୋଟିଏ କି ୨ କୋଟି ନୁହେଁ, ଏହି ମେଣ୍ଢାର ଦାମ୍‌ ରହିଛି …

ଅତି ବେଶିରେ ଲକ୍ଷେ କି ୨ ଲକ୍ଷ ଟଙ୍କାରେ ମେଣ୍ଢା କିଣାବିକା ଖବର ଶୁଣିଥିବେ । ମାତ୍ର ଏମିତି ଏକ ମେଣ୍ଢା, ଯାହା ବିଶ୍ୱର ସବୁଠାରୁ ଦାମୀ ଭାବେ ପରିଗଣିତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ମେଣ୍ଢାର ଦାମ୍‌ କୋଟିଏ କି ୨ କୋଟି ନୁହେଁ ୩ କୋଟିରୁ ଊର୍ଦ୍ଧ୍ୱ। ଜାଣନ୍ତୁ ଏହି ଅନନ୍ୟ ମେଣ୍ଢା ସମ୍ପର୍କରେ…
ଏହି ମେଣ୍ଢାର ନାମ ଡବଲ ଡାଏମଣ୍ଡ। ସ୍କଟ୍‌ଲାଣ୍ଡର ଲାନାର୍କରେ ଗତ ସପ୍ତାହରେ ଏକ ନିଲାମୀର ଆୟୋଜନ କରାଯାଇଥିଲା। ଏଠାକୁ ଉକ୍ତ ମେଣ୍ଢା ଆସିଥିଲା। ଏହି ମେଣ୍ଢାର ନିଲାମୀ ୧୩ ହଜାର ଡଲାର ଅର୍ଥାତ୍‌ ୯.୫୩ ଲକ୍ଷରୁ ଆରମ୍ଭ ହୋଇଥିଲା। ଶେଷରେ ୪.୯୦ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ୩.୫୯ କୋଟି ଟଙ୍କା ପର୍ଯ୍ୟନ୍ତ ନିଲାମୀ ଡକା ଯାଇଥିଲା। ଏହି ମେଣ୍ଢାକୁ ୩ ଟି ଅଲଗା ଅଲଗା ଫାର୍ମ ମିଶି କିଣିଛନ୍ତି। ଅର୍ଥାତ୍‌ ମେଣ୍ଢାଟି ୩ଟି ଫାର୍ମରେ ଯାଇ ରହିବ। ଏହା ଟେକ୍ସେଲ ପ୍ରଜାତିର। ହଲାଣ୍ଡରେ ଏହି ମେଣ୍ଡା ପାଳନ କରାଯାଏ। ଟେକ୍ସେଲ ମେଣ୍ଢାପାଳକ ସୋସାଇଟ ଅନୁସାରେ, ଏହି ମେଣ୍ଢାର ମାଂସ ବହୁତ ମହଙ୍ଗା। ଏହି ପ୍ରଜାତିର ମେଣ୍ଢାକୁ ପୂର୍ବରୁ ୨.୨୪ କୋଟିରେ କିଣା ଯାଇଥିଲା। ଏହା ୨୦୦୯ ମସିହାର କଥା। ଏହି ପ୍ରଜାତିର ମେଣ୍ଢାର ଲୋମରୁ ଊଲ୍‌ ତିଆରି ହୁଏ। ଏହା ଫ୍ୟାଶନ ଇଣ୍ଡଷ୍ଟ୍ରିରେ ବେଶ୍‌ ଜଣାଶୁଣା। ଏତଦ୍‌ବ୍ୟତୀତ ଏହି ମେଣ୍ଢା ମାଂସର ଦାମ୍‌ ୟୁରୋପ, ଅଷ୍ଟ୍ରେଲିଆ, ଆମେରିକା ଏବଂ ନ୍ୟୁଜିଲାଣ୍ଡରେ ବହୁତ ଅଧିକ। ପ୍ରଥମେ ଏହି ପ୍ରଜାତି ମେଣ୍ଢା ଲୋମରୁ କପଡ଼ା ପ୍ରସ୍ତୁତ କରାଯାଇଥାଏ। ପରେ ଏହାକୁ ସ୍ଲଟର ହାଉସ୍‌କୁ ପଠାଯାଇ ମାଂସ କଟାଯାଇଥାଏ। ଏହି ମେଣ୍ଢାର ଓଜନ ୩ରୁ ୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri