ବାରୁଦଗଦାରେ ବିଶ୍ୱ

ଡ. ପ୍ରଫୁଲ୍ଲ କୁମାର ସାହୁ

୧୯୪୫ ମସିହା ଅଗଷ୍ଟ ୬ ତାରିଖ ମାନବ ସଭ୍ୟତା ଇତିହାସର କଳାଦିବସ। ସେଦିନ ସକାଳ ହେବା ଆଗରୁ ‘ଇନାଲୋ ଗେ’ ମାରିଆନା ଦ୍ବୀପର ତିନିଏନ ବନ୍ଦରରୁ ବାହାରିଥିଲା ଆମେରିକାର ବି-୨୯ ଯୁଦ୍ଧ ବିମାନ। ବିମାନରେ ଥିଲା ଏକ ପରମାଣୁ ବୋମା, ଯାହାର ନାମ ‘ଲିଟିଲ୍‌ ବଏ’। ଠିକ୍‌ ୮ଟା ୧୬ ମିନିଟ୍‌ରେ ବୋମାଟିକୁ ଜାପାନର ହିରୋସୀମା ଉପରେ ନିକ୍ଷେପ କରାଗଲା। ଏହା ବିସ୍ଫୋରିତ ହେବା ସହିତ ଏକ ପ୍ରଚଣ୍ଡ କମ୍ପନରେ ଥରିଉଠିଲା ସହର ଓ ତତ୍‌କ୍ଷଣାତ୍‌ ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଧୂଳିସାତ ହୋଇଗଲା ୬୦ ହଜାର କୋଠାଘର। ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀକୁ ଆଧାରକରି ଜାପାନୀ ଭାଷାରେ ଲେଖାଯାଇଥିବା ପୁସ୍ତକ ‘ହିବାକୁସା’ ଅନୁସାରେ ବିସ୍ଫୋରଣ ପ୍ରଭାବରେ ଏକ ହଜାର ଡିଗ୍ରୀ ସେଲସିୟସକୁ ଟପିଗଲା ବାୟୁମଣ୍ଡଳର ତାପମାତ୍ରା। ସେ ତାପମାତ୍ରାରେ ହୁତୁ ହୁତୁ ହୋଇ ଜଳିଗଲେ ଅନେକ ଲୋକ। ଆହତମାନଙ୍କ ମଧ୍ୟରେ କାହା ଆଖିଡୋଳା ପଦାକୁ ବାହାରି ଆସିଲା ତ କାହା ଦେହରୁ ଚମଡ଼ା ଉତୁରିଯାଇ ଖସି ପଡୁଥିଲା ପୁଳାପୁଳା ମାଂସ। ମଣିଷର ହାଡ଼ ମାଂସ ତ ସାମାନ୍ୟ କଥା, ପ୍ରଚଣ୍ଡ ଉତ୍ତାପରେ ଲୁହା ତିଆରି ବିଜୁଳି ଖୁଣ୍ଟ ବି ବାଙ୍କିଗଲା ଧନୁପରି। ଯୁଆଡେ ଚାହିଁଲେ ଖାଲି ପରିବ୍ୟାପ୍ତ ପୋଡାଭୂଇଁ ଓ କୁଢ଼କୁଢ଼ ଶବ। ଏତିକିରେ କିନ୍ତୁ ସରି ନ ଥିଲା ଜାପାନ ବିରୋଧରେ ଆମେରିକାର ଘୃଣ୍ୟ ଓ ନାରକୀୟ କାଣ୍ଡ। ହିରୋସୀମାରେ ବୋମା ବିସ୍ଫୋରଣର ଠିକ୍‌ ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୯ ତାରିଖ ସକାଳ ୯ଟା ୧୧ମିନିଟ୍‌ରେ ଦକ୍ଷିଣ ଜାପାନର ନାଗାସାକିରେ ଆମେରିକା ନିକ୍ଷେପ କଲା ‘ଫ୍ୟାଟ୍‌ମାନ୍‌’ ନାମରେ ଆଉ ଏକ ପରମାଣୁ ବୋମା। ଲିଟିଲ୍‌ ବଏ ଠାରୁ ଫ୍ୟାଟ୍‌ମାନ୍‌ର ବିସ୍ଫୋରଣ ଥିଲା ଆହୁରି ଭୟଙ୍କର। ବିସ୍ଫୋରଣରେ ତତ୍‌କ୍ଷଣାତ୍‌ ମୃତ୍ୟୁବରଣ କଲେ ୬୦ ହଜାର ଲୋକ। ଜଳିଗଲା ଗଛପତ୍ର। ଶୁଖିଗଲା ପାଣି। ନିଆଁର ପ୍ରଭାବରେ ଉତ୍ତପ୍ତ ବାୟୁକୁ ଠେଲି ଘଣ୍ଟାପ୍ରତି ୪୦୦ କି. ମି. ବେଗରେ ପବନ ବହିଲା,ଯେଉଁ ଉତ୍ତପ୍ତ ଘୂର୍ଣ୍ଣିରେ କୋଠାଘରର ଛାତ ବି ଉଡ଼ିଗଲା । ଯେଉଁଠି ପାଇପ୍‌ ଫାଟି ପାଣି ଝରୁଥିଲା ବା ନଦୀ ଧାରରେ ସାମାନ୍ୟ ପାଣି ଥିଲା,ତାହା ଭୟଙ୍କର ଭାବରେ ବିଷାକ୍ତ ପାଲଟି ଯାଇଥିଲା ୟୁରାନିୟମ ଓ ପ୍ଲୁଟୋନିୟମ ପ୍ରଭାବରେ। ପ୍ରାଣ ବିକଳରେ ତାକୁ ପିଉପିଉ ତଣ୍ଟି ପେଟ ଜଳି ଯାଉଥାଏ ଓ କେଇ ସେକେଣ୍ଡ ଭିତରେ ଲୋକ ଟଳି ପଡୁଥାଆନ୍ତି ଅସହ୍ୟ ଯନ୍ତ୍ରଣାରେ। ଦୁଇ ଦିନ ଅନ୍ତରରେ ଦୁଇଟି ବଡ଼ବଡ଼ ସହର ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଗଲା ପରେ ଜାପାନର ମେରୁଦଣ୍ଡ ଭାଙ୍ଗିଗଲା ଏବଂ ସେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା ମିତ୍ରଶକ୍ତି ପାଖରେ। ଅନ୍ୟପକ୍ଷରେ ପରମାଣୁ ବୋମାର ଅମାନୁଷିକ ପ୍ରୟୋଗ ଜନିତ ବିଭୀଷିକାରେ ସ୍ତବ୍ଧ ହୋଇଗଲା ସମଗ୍ର ମାନବ ଜାତି। ପୃଥିବୀ ସେଦିନ ଅନୁଭବ କଲା ପରମାଣୁ ଅସ୍ତ୍ରର ଭୟାବହତା।
ଦ୍ୱିତୀୟ ବିଶ୍ବଯୁଦ୍ଧର କରୁଣ ପରିଣତି ଚିନ୍ତାଶୀଳ ମଣିଷ ମନକୁ ଗଭୀର ଭାବରେ ଆଲୋଡ଼ିତ କଲା ଏବଂ ଯୁଦ୍ଧ ପ୍ରତି ବିଶ୍ବବ୍ୟାପୀ ସୃଷ୍ଟି ହେଲା ଏକ ଅନାସ୍ଥାଭାବ। ଦେଶ ଦେଶ ଭିତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ବିଶ୍ବ ନେତୃତ୍ୱ ଭିତରେ ପ୍ରକାଶ ପାଇଲା ସହମତି। ତେଣୁ ଦ୍ବିତୀୟ ବିଶ୍ବଯୁଦ୍ଧର ଧ୍ବଂସସ୍ତୂପ ମଧ୍ୟରୁ ଜନ୍ମନେଲା (୧୯୪୫ ଅକ୍ଟୋବର ୨୪)ମିଳିତ ଜାତିସଂଘ। ବିଶ୍ବବାସୀ ଭାବିନେଲେ ଏଇଠୁ ଶେଷ ହେଲା ପରମାଣୁ ଯୁଗ। ବିସ୍ଫୋରଣର ଭୟାବହତା ଦୃଷ୍ଟିରୁ ଆଉ କେବେ କୌଣସି ଦେଶ ତିଆରି କରିବନି ପରମାଣୁ ଅସ୍ତ୍ର। ମାତ୍ର ନେତୃତ୍ୱର ଅହଂ ଆଗରେ ହାର୍‌ ମାନିଲା ଶାନ୍ତି ପ୍ରକ୍ରିୟା। ପୃଥିବୀରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବା ଆମେରିକାର ପରମାଣୁ ବୋମା ଉପରେ ଥିବା ଏକଚାଟିଆ ଅଧିକାର ବିରୋଧରେ ଯାଇ ୧୯୪୯ ମସିହାରେ ଦ୍ବିତୀୟ ଅଣୁଶକ୍ତି ଭାବରେ ଉଭା ହେଲା ସୋଭିଏତ୍‌ ରୁଷ୍‌। ଠିକ୍‌ ତା’ର ତିନି ବର୍ଷ ପରେ(୧୯୫୨) ସଫଳତାର ସହ ଆଣବିକ ପରୀକ୍ଷା କଲା ବ୍ରିଟେନ। ପରବର୍ତ୍ତୀ ସମୟରେ ଆତ୍ମରକ୍ଷାର ଦ୍ବାହିଦେଇ ଅଣୁଅସ୍ତ୍ରର ଅଧିକାରୀ ହେଲେ ଚାଇନା, ଭାରତ, ପାକିସ୍ତାନ,ଉତ୍ତରକୋରିଆ ଓ ଇସ୍ରାଏଲ ଆଦି ରାଷ୍ଟ୍ର। ଗଣମାଧ୍ୟମରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ବିଶ୍ବରେ ଏବେ ମହଜୁଦ ହୋଇ ରହିଛି ୧୫ ହଜାର ଆଣବିକ ଯୁଦ୍ଧାସ୍ତ୍ର। ୧୯୪୫ ପରେ ବିଶ୍ବର ଜନସଂଖ୍ୟା ଯେତେ ଗୁଣ ବଢ଼ିଛି,ବୋଧହୁଏ ତା’ର ଲକ୍ଷେ ଗୁଣ ବଢ଼ିଛି ପରମାଣୁ ଶକ୍ତି। ଅର୍ଥାତ ଏବେ ଏକ ଅଣୁଗଦା ଉପରେ ଠିଆହୋଇଛି ଆଧୁନିକ ବିଶ୍ବ। ଏହାର କାରଣ ହେଉଛି ବୃହତ୍‌ ଶକ୍ତିମାନଙ୍କର ସାମ୍ରାଜ୍ୟବାଦୀ ମନୋଭାବ ଓ ଜାତିସଂଘର ନିଷ୍କ୍ରିୟତା। ତେଣୁ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହେବା ପରିବର୍ତ୍ତେ ରାଷ୍ଟ୍ର ରାଷ୍ଟ୍ର ଭିତରେ ବଢ଼ିଚାଲିଛି ଉତ୍ତେଜନା। ପ୍ରତି ମୁହୂର୍ତ୍ତରେ ଲାଗିରହିଛି ଯୁଦ୍ଧର ଆଶଙ୍କା। ବେଳକୁ ବେଳ ବଢୁଛି ଅସ୍ତ୍ରଶସ୍ତ୍ର କାରବାର। କଥାରେ ଅଛି ଲୁହାରେ ଯଦି କେବଳ ଖଣ୍ଡା ବର୍ଛା ତିଆରି ହୁଏ, ତେବେ ବୃଦ୍ଧିପାଏ ରକ୍ତପାତ। ମାତ୍ର ସେହି ଲୁହାରେ ଯଦି ଲଙ୍ଗଳର ଫାଳ ତିଆରି ହୁଏ, ତେବେ ବୃଦ୍ଧି ପାଏ କୃଷି ଉତ୍ପାଦନ। ଅର୍ଥାତ ସାମରିକ ଖର୍ଚ୍ଚଠାରୁ ବେସାମରିକ ଖର୍ଚ୍ଚ ଅଧିକ ହେବା ଉଚିତ। ମାତ୍ର ଏବେ ସାମରିକ ଖର୍ଚ୍ଚର ଶିଖର ଆରୋହଣ କରିବାକୁ ଚାଲିଛି ବୃହତ ଶକ୍ତିମାନଙ୍କ ଭିତରେ ପ୍ରତିଯୋଗିତା। ଷ୍ଟକ୍‌ହୋମ୍‌ ଆନ୍ତର୍ଜାତିକ ଶାନ୍ତି ଗବେଷଣା ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ୨୦୦୨ ରୁ ୨୦୧୮ ମଧ୍ୟରେ ସମଗ୍ର ପୃଥିବୀରେ ଅସ୍ତ୍ରଶସ୍ତ୍ର କାରବାର ୪୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୧୯ ମସିହାରେ ସାରା ପୃଥିବୀରେ କରାଯାଇଥିବା ସାମରିକ ଖର୍ଚ୍ଚର ପରିମାଣ ୧.୯ ଟ୍ରିଲିୟନ ଡଲାର। ଅନ୍ୟପକ୍ଷରେ ଏବେ ବି ପୃଥିବୀରେ ପ୍ରତିଦିନ ଭୋକ ବିକଳରେ ପ୍ରାଣ ହରାଉଛନ୍ତି ହଜାର ହଜାର ଶିଶୁ। ଦୁଇ ତୃତୀୟାଂଶ ଲୋକ ଶଢୁଛନ୍ତି ଦାରିଦ୍ର୍ୟରେ। ଅଥଚ ଯୁଦ୍ଧାସ୍ତ୍ର ମହଜୁଦ କରିବାରେ ଖର୍ଚ୍ଚ ହେଉଛି ବିପୁଳ ଅର୍ଥ। ତଥ୍ୟ କହେ ପୃଥିବୀର ୫୨ ପ୍ରତିଶତ ବୈଜ୍ଞାନିକ ନିୟୋଜିତ ଅଛନ୍ତି ମାରଣାସ୍ତ୍ର ନିର୍ମାଣ କାର୍ଯ୍ୟରେ। ଅର୍ଥାତ ଆଧୁନିକ ମଣିଷ ତା’ର ଶ୍ରେଷ୍ଠତମ ମେଧା ଉପଯୋଗ କରି ନିର୍ମାଣ କରି ଚାଲିଛି ଅଧିକରୁ ଅଧିକ ଧ୍ବଂସକାରୀ ଶକ୍ତିସମ୍ପନ୍ନ ଅସ୍ତ୍ରଶସ୍ତ୍ର। ତେବେ ମନରେ ସ୍ବତଃ ପ୍ରଶ୍ନ ଉଠେ ଇତିହାସରୁ ମଣିଷ ଶିଖିଲା କ’ଣ?
ନାଗାସାକିରେ ବୋମା ପକାଇଥିବା ସାମରିକ ବିମାନର ପାଇଲଟ ଚାଲର୍‌ସ ଡୋନାଲ୍ଡ କହିଥିଲେ-”ପୃଥିବୀ ଶାନ୍ତି ଚାହେଁ, ମାନବ ସଭ୍ୟତା ବଞ୍ଚି ରହିବା ପାଇଁ ବୋମା ନୁହେଁ,ବିଶ୍ବ ଭ୍ରାତୃତ୍ୱ ଲୋଡା।“ ବାସ୍ତବରେ ବିକାଶ ଓ ଶାନ୍ତି ପରସ୍ପର ପରିପୂରକ। ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ,ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ବ ଭ୍ରାତୃତ୍ୱ ଭାବନା,ଯାହା ଭାରତୀୟ ସଂସ୍କୃତିର ଆତ୍ମିକ ସନନ୍ଦ। ସେଥିପାଇଁ ଶ୍ରୀଅରବିନ୍ଦ କହିଥିଲେ, ”ଭାରତ ହେଉଛି ପୃଥିବୀର ଆତ୍ମା। ଭାରତ ଦ୍ବାରା ସମ୍ଭବ ହେବ ପୃଥିବୀରେ ଶାନ୍ତି ପ୍ରତିଷ୍ଠା।“ ଏ ଦେଶ ଦିନେ ବିଶ୍ବରେ ପ୍ରଚାର କରିଥିଲା ଗୌତମ ବୁଦ୍ଧଙ୍କ ଶାନ୍ତି ଓ ପ୍ରେମର ବାଣୀ। ମହାମାନବ ମହାତ୍ମା ଗାନ୍ଧୀ ବିଶ୍ବକୁ ଶୁଣାଇଥିଲେ ଅହିଂସାର ମନ୍ତ୍ର। ଆଧ୍ୟାତ୍ମିକ ଭୂମି ଭାରତର ପରମ୍ପରାରେ ରହିଛି ବୃହତ୍‌ ଶକ୍ତିମାନଙ୍କ ଯୁଦ୍ଧଖୋର ମାନସିକତାକୁ ବଦଳାଇ ଦେବାର ଭରପୂର ସାମର୍ଥ୍ୟ। ତା’ର ଯଥାଯଥ ପ୍ରୟୋଗ ବଳରେ ଭାରତ ପୁଣି ଥରେ ନେଇପାରେ ବିଶ୍ବଶାନ୍ତି ପ୍ରକ୍ରିୟାର ନେତୃତ୍ୱ। ଏହାର ସଫଳତା ହିଁ ଭାରତକୁ ଆଣିଦେବ ବିଶ୍ବଗୁରୁର ମାନ୍ୟତା।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?