ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌ କରାଯାଇଛି ଯେ ସେଗୁଡ଼ିକ ଦର୍ପଣ ପରି ମନେହୁଏ। ପ୍ରାୟ ୨୩୦୦ ବର୍ଷ ପୂର୍ବେ କାନ୍ଥଗୁଡ଼ିିକୁ ଖୋଦେଇ ଏବଂ ଚିକ୍କଣ କରାଯାଇଥିଲା ଏବଂ ସେସବୁ ଦର୍ପଣ ଭଳି ଆଲୋକକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି । ବଡ଼ କଥା ହେଉଛି, ସମୟଚକ୍ରରେ ସେହି କଳାକୃତିର କୌଣସି କ୍ଷତି ହୋଇନାହିଁ। ଏଭଳି ଚମକ ସାଧାରଣତଃ ମୌର୍ଯ୍ୟ ପଲିସ୍‌ ଯୋଗୁ ସମ୍ଭବ ହୋଇଛି, ଯାହା ମୌର୍ଯ୍ୟ ରାଜାମାନଙ୍କ ଚିକ୍କଣ, ଉଜ୍ଜ୍ୱଳ ଏବଂ ପ୍ରଭାବଶାଳୀ ସ୍ତମ୍ଭଗୁଡ଼ିକରେ ଅଧିକ ପ୍ରତୀୟମାନ ହୋଇଛି।
ବାରାବର ଗୁମ୍ଫା ଭାରତର ସବୁଠାରୁ ପୁରାତନ ସଂରକ୍ଷିତ ସ୍ମାରକମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହା ଲୋକମାନଙ୍କ ସାମୂହିକ ସ୍ମୃତିରେ ବିଶେଷ ସ୍ଥାନ ପାଇପାରିନାହିଁ ।
ସିଂହ ମୁକୁଟଧାରୀ ଅଶୋକ ସ୍ତମ୍ଭ ଓ ସେଥିରେ ଖୋଦେଇ ହୋଇଥିବା ରାଜାଦେଶଗୁଡ଼ିକ ଯେପରି ଖ୍ୟାତି ପାଇଛି, ବାରାବର ଗୁମ୍ଫା ତାହା ପାଇପାରିନାହିଁ, ଏପରିକି ତା’ସମ୍ପର୍କରେ ଅଧିକ ଆଲେଚନା ମଧ୍ୟ ହେଉନାହିଁ। କିନ୍ତୁ ଗୁମ୍ଫାଗୁଡ଼ିକ ଅନେକ ଜଟିଳ କାହାଣୀ ଓ କଳାର ମୂକସାକ୍ଷୀ ହୋଇ ରହିଛନ୍ତି। ଗୁମ୍ଫାଗୁଡ଼ିକ କୌଣସି ରାଜ୍ୟଜୟ କିମ୍ବା ଶାସନର ସ୍ମାରକୀ ନୁହେଁ, ବରଂ ସେଗୁଡ଼ିକ ଥିଲା ଆଜିବିକା ନାମରେ ପରିଚିତ ସନ୍ନ୍ୟାସୀ ସମ୍ପ୍ରଦାୟଙ୍କ ପାଇଁ ଏକ ସମର୍ପିତ ସାଧନସ୍ଥଳ। ଗୁମ୍ଫାର କାନ୍ଥରେ ପ୍ରାଚୀନ ବ୍ରାହ୍ମି ଲିପିରେ ଖୋଦିତ ଶିଳାଲେଖରୁ ଏହାର ପ୍ରମାଣ ମିଳେ। ବିଡ଼ମ୍ବନାର ବିଷୟ , ଚିକ୍କଣ ପଥର ଉପରେ ଏହି ଲିପିଗୁଡ଼ିକ ଅତ୍ୟନ୍ତ ଅସ୍ପଷ୍ଟ ଦେଖାଯାଉଛି, ଯାହା ସହଜରେ ପଢ଼ିହେଉନାହିଁ। ମଣିଷର ଭାଷା ସେହି ଚିକ୍କଣ ପଥରରେ ଅପୂର୍ଣ୍ଣ ହୋଇ ରହିଯାଇଥିବା ମନେହେଉଛି। ଗୁମ୍ଫାର ପ୍ରବେଶପଥର ନିର୍ମାଣଶୈଳୀ ସହ ପରବର୍ତ୍ତୀ ସମୟରେ ନିର୍ମିତ ବୌଦ୍ଧସ୍ଥଳଗୁଡ଼ିକର ପ୍ରବେଶଦ୍ୱାରର ଅନେକ ସାମଞ୍ଜସ୍ୟ ରହିଛି, ଯେଉଁଠାରେ ଏକ ସ୍ତୂପ-ଆକୃତି ଆଡ଼କୁ ହାତୀମାନେ ମୁଣ୍ଡ ନୁଆଁଇ ଠିଆହୋଇଥିବା ଦେଖିବାକୁ ମିଳେ। ଏହାର ଉଭୟ ପାର୍ଶ୍ୱରେ ହାତୀ ମୁଣ୍ଡିଆ ମାଛ ରହିଛନ୍ତି, ଯାହା ମକର ଭାବରେ ଜଣାଶୁଣା, ଯାହା ଏକ ପ୍ରାଚୀନ ପ୍ରଜନନର ପ୍ରତୀକ। ଏଗୁଡ଼ିକ ସମ୍ଭବତଃ ଭାରତରେ ହାତୀଙ୍କର ସର୍ବପ୍ରଥମ ଚିତ୍ର।
ଭୌଗୋଳିକ ଦୃଷ୍ଟିକୋଣରୁ, ଏହି ଗୁମ୍ଫାଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନରେ ଅବସ୍ଥିତ। ରାଜଗିର ଥିଲା ଭାରତୀୟ ଉପମହାଦେଶର ପ୍ରାଚୀନତମ ରାଜତନ୍ତ୍ର କେନ୍ଦ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହି ଅଞ୍ଚଳରେ ହାତୀଙ୍କୁ ପୋଷା ମନାଇବା ଏବଂ ଲୌହ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଆରମ୍ଭ ହୋଇଥିଲା। ଏହାଦ୍ୱାରା ସାମନ୍ତମାନେ ଜମି ଏବଂ ଲୋକଙ୍କ ଉପରେ ନିଜର ନିୟନ୍ତ୍ରଣ ବୃଦ୍ଧି କରିପାରିଥିଲେ। ପୂର୍ବରୁ ବିଚ୍ଛିନ୍ନ ହୋଇ ରହିଥିବା ଛୋଟ ଛୋଟ ଗୋଷ୍ଠୀଗୁଡ଼ିକ ଏକତ୍ରିତ ହୋଇ ବଡ଼ ରାଜନୈତିକ ଗୋଷ୍ଠୀରେ ପରିଣତ ହେଲେ। ଏହାର ନେତାମାନେ ବାଣିଜ୍ୟପଥର ପରିଚାଳନା ସହ ସେଥିରୁ ଟିକସ ଆଦାୟକରି ଧନ ସଞ୍ଚୟ କରିବାକୁ ଲାଗିଲେ। ଏହି ପ୍ରକ୍ରିୟା ଯୋଗୁ ପ୍ରାୟ ୨୩୦୦ ବର୍ଷ ପୂର୍ବେ ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନ ହୋଇଥିଲା। ଏହି ସମୟ ମଧ୍ୟରେ ବାଣିଜ୍ୟ ପଥ ଦ୍ରୁତ ଗତିରେ ବିସ୍ତାରିତ ହୋଇଥିଲା। ଏହା ଗଙ୍ଗା ସମତଳ ଅଞ୍ଚଳରୁ ପୂର୍ବ ଉପକୂଳ, ପଶ୍ଚିମ ତଟ ଏବଂ ଉତ୍ତର ପାର୍ବତ୍ୟ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା ଏବଂ ଯୋଗାଯୋଗ ସୁଦୃଢ଼ ହୋଇଥିଲା। ଏହି ବିସ୍ତାରରେ ହାତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେମାନେ ଅସମତଳ ରାସ୍ତାରେ ଯାତାୟାତ କରିବା, ଘଞ୍ଚ ଜଙ୍ଗଲ ସଫା କରିବା ଏବଂ ବନ୍ୟାପ୍ଳାବିତ କିମ୍ବା ଜଙ୍ଗଲିଆ ଅଞ୍ଚଳରେ ବାଟ କଢ଼ାଇନେବାରେ ସାହାଯ୍ୟ କରୁଥିଲେ। ଏହା କରିବା ଦ୍ୱାରା ସେମାନେ ଏପରି ମାର୍ଗ ସୃଷ୍ଟି କରିପାରିଥିଲେ ଯାହା ମାଧ୍ୟମରେ ସହଜରେ ସାମଗ୍ରୀ କାରବାର, ଲୋକଙ୍କ ଚଳପ୍ରଚଳ ହୋଇପାରୁଥିଲା ଏବଂ ସାମାଜିକ ଚିନ୍ତାଧାରାର ଆଦାନପ୍ରଦାନ ହେଉଥିଲା। ଏହିସବୁ ପରିବର୍ତ୍ତନ ଭାରତରେ ଅର୍ଥନୈତିକ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟକୁ ସୂଚିତ କରେ। ସେତେବେଳେ ପୁରୁଣା ପଶୁପାଳନ ବ୍ୟବସ୍ଥାକୁ କମ୍‌ ଗୁରୁତ୍ୱ ଦିଆଯାଇ ସ୍ଥାୟୀଭାବେ କୃଷିକୁ ଗ୍ରହଣ କରାଯାଇଥିଲା।
ଏହି ଅର୍ଥନୈତିକ ପରିବର୍ତ୍ତନ ସହିତ ଦାର୍ଶନିକ ଚିନ୍ତାଧାରାରେ ମଧ୍ୟ ଏକ ବଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସମୟରେ ବୌଦ୍ଧ ଓ ଜୈନଧର୍ମର ଆଖିଦୃଶିଆ ଉତ୍ଥାନ ଘଟିଥିଲା, କିନ୍ତୁ ଅନ୍ୟାନ୍ୟ ପରମ୍ପରାର ମଧ୍ୟ ସମାନ ଗୁରୁତ୍ୱ ରହିଥିଲା। ସେମାନଙ୍କ ମଧ୍ୟରୁ ଆଜୀବିକା ସମ୍ପ୍ରଦାୟ ଅନ୍ୟତମ, ଯାହାଙ୍କ ଉଦ୍ଦେଶ୍ୟରେ ଏହି ଗୁମ୍ଫାଗୁଡ଼ିକ ଉତ୍ସର୍ଗୀକୃତ ହୋଇଥିଲା। ଆଜୀବିକା ଶବ୍ଦଟି ଜୀବିକାହୀନ ଲୋକଙ୍କୁ ବୁଝାଏ (ପ୍ରାକୃତ ଭାଷାରେ ଜୀବିକା)। ସେମାନେ ସାମାଜିକ ସମ୍ପର୍କ, ସମ୍ପତ୍ତି ଏବଂ ବସ୍ତ୍ର ପରିତ୍ୟାଗ କରିଥିଲେ ଏବଂ ସେମାନଙ୍କୁ ନିଗ୍ରନ୍ଥ କୁହାଯାଉଥିଲା, ଯାହାର ଅର୍ଥ ବନ୍ଧନହୀନ। ସେମାନେ ସମସ୍ତ ପ୍ରକାର ମୋହମାୟାଠାରୁ ଦୂରେଇ ରହୁଥିଲେ। ପରିବାର ଓ ସମାଜରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସେମାନେ ବିନା ବସ୍ତ୍ରରେ ବୁଲୁଥିଲେ ଏବଂ ଏକ କଠୋର ସନ୍ନ୍ୟାସ ଜୀବନଯାପନ କରୁଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଭୋକ ଏବଂ ଇଚ୍ଛାକୁ ଜୟକରି ଧୀରେ ଧୀରେ ସଂସାରରୁ ଦୂରେଇଯିବା; ଏପରିକି ଉପବାସ କରି ମୃତ୍ୟୁବରଣ କରିବା, ଯାହା ଥିଲା ଅତ୍ୟନ୍ତ କଠୋର।
ଅନ୍ୟପକ୍ଷରେ ଥିଲେ ଚାର୍ବାକ୍‌ ସମ୍ପ୍ରଦାୟ। ସେମାନଙ୍କ ନାମ ଚରିବା ଶବ୍ଦ ସହିତ ଜଡ଼ିତ ଥିଲା, ଯାହା ଭୋଗବିଳାସ ଏବଂ ଉପଭୋଗକୁ ସୂଚାଏ। ସେମାନେ ସାଂସାରିକ ଜୀବନକୁ ଆପଣାଇ ନେଇଥିଲେ ଏବଂ ଯୁକ୍ତି ବାଢ଼ିଥିଲେ ଯେ ଜୀବନର ଉଦ୍ଦେଶ୍ୟ ହେଉଛି କେବଳ ଇନ୍ଦ୍ରିୟ ସୁଖ। ସେମାନେ ଋଣ, କର୍ତ୍ତବ୍ୟ କିମ୍ବା କର୍ମଫଳ ସମ୍ବନ୍ଧୀୟ ବିଚାରକୁ ଗୁରୁତ୍ୱ ଦେଉ ନ ଥିଲେ। ଆଜୀବକମାନେ ଇଚ୍ଛା ବା କାମନାକୁ ଶେଷ କରିବାକୁ ଚାହୁଁଥିଲାବେଳେ ଚାର୍ବାକ୍‌ମାନେ ଏହାର ପୂର୍ତ୍ତି ପାଇଁ ଜୋର୍‌ ଦେଉଥିଲେ। ଏହି ବିପରୀତ ଚିନ୍ତାଧାରା ଏକ ଏପରି ସମାଜରେ ଉତ୍ପନ୍ନ ହୋଇଥିଲା, ଯାହା ହିସାବ ଏବଂ ଧାରଣା ଆଦାନପ୍ରଦାନ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା। ସେତେବେଳେ ବାଣିଜ୍ୟ ବୃଦ୍ଧି ପାଇବା ସହ ଲୋକମାନେ ଦେଣନେଣ ସହ ପରିଚିତ ହୋଇଥିଲେ। ତଥାପି, ଆଜୀବକ ଏବଂ ଚାର୍ବାକ୍‌ ଉଭୟ ଏହି ବ୍ୟବସ୍ଥାଠାରୁ ଅଲଗା ହୋଇ ରହିଥିଲେ। ଗୋଟିଏ ଗୋଷ୍ଠୀ ସଂସାରକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ, ଅନ୍ୟ ଗୋଷ୍ଠୀ ଏହାକୁ ନୈତିକ ମାନଦଣ୍ଡରେ ସ୍ବୀକାର କରିବାକୁ ମନା କରିଦେଇଥିଲେ। ବରାବର ଗୁମ୍ଫାଗୁଡ଼ିକ ଏହି ଐତିହାସିକ ପରିବର୍ତ୍ତନର ସାକ୍ଷୀ ହୋଇ ରହିଛି। ଗୁମ୍ଫାଗୁଡ଼ିକ ଜଣେ ଶକ୍ତିଶାଳୀ ରାଜାଙ୍କ ପୃଷ୍ଠପୋଷକତାରେ ନିର୍ମାଣ କରାଯାଇଥିଲା, ଯିଏ ନିଜର ରାଜନୈତିକ ପ୍ରାଧାନ୍ୟ ବୃଦ୍ଧି କରିବା ସହିତ ଆଧ୍ୟାତ୍ମିକ ପୁଣ୍ୟ ଅର୍ଜନ କରିବାକୁ ଚାହୁଁଥିଲେ। ସଂସାରକୁ ତ୍ୟାଗ କରିଥିବା ସନ୍ନ୍ୟାସୀମାନଙ୍କୁ ଏହି ଗୁମ୍ଫାଗୁଡ଼ିକ ପ୍ରଦାନକରି, ଶାସକ ଜଣକ ଏକ ବିରୋଧାଭାସକୁ ଜୀବନ୍ତ କରିଥିଲେ ।
ଏହି ଟଣାଓଟରା ଭିତରେ ଏମିତି ଏକ ସଭ୍ୟତାର ଭିତ୍ତି ସ୍ଥାପିତ ହେଲା; ଯାହା ଧନ, ତ୍ୟାଗ, ଇଚ୍ଛା ଓ ମୋକ୍ଷ ମଧ୍ୟରେ ସନ୍ତୁଳନ ଖୋଜିବାକୁ ଚେଷ୍ଟା କରୁଥିଲା।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?