ସାଓମି ବ୍ରାଉଜର ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୬।୮: ପ୍ରମୁଖ ମୋବାଇଲ କମ୍ପାନୀ ସାଓମିର ବ୍ରାଉଜରକୁ ଭାରତ ସରକାର ବ୍ୟାନ୍‌ କରି ଦେଇଛନ୍ତି। ସାଓମି ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକ୍ସନ ଏମ୍‌ଆଇ ବ୍ରାଉଜର ପ୍ରୋ-ଭିଡିଓ ଡାଉନଲୋଡ୍‌, ଫ୍ରିଫାଷ୍ଟ ଏବଂ ସିକ୍ୱୋର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଚାଇନା ମୋବାଇଲ ଆପ୍ଲିକେଶନଗୁଡ଼ିକ ଉପରେ କଟକଣା ଅନ୍ତର୍ଗତ ପ୍ରାଥମିକ ପର୍ଯ୍ୟାୟରେ ୫୯ ଆପ୍‌ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୭ ଆପ୍‌କୁ ଭାରତରେ ବ୍ଲକ କରାଯାଇଛି। ବ୍ରାଉଜର ଉପରେ କାର୍ଯ୍ୟାନୁଷ୍ଠାନ ଡିଭାଇସ୍‌ ଉପରେ ପ୍ରଭାବ ପକାଇପାରେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ମାତ୍ର ଏଭଳି କଟକଣା ଦ୍ୱାରା ଡିଭାଇସ୍‌ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ୟୁଜରମାନେ ଯେକୌଣି ବ୍ରାଉଜର ଡାଉନଲୋଡ୍‌ କରିପାରିବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ସରକାରଙ୍କ ସହ ସମ୍ପର୍କରେ ରହିଥିବା ସାଓମି କହିଛି। ଭାରତରେ କମ୍ପାନୀର ପ୍ରାୟ ୯ କୋଟି ଗ୍ରାହକ ରହିଛନ୍ତି। ସେହିଭଳି ସରକାର ଏୟାର ବ୍ରସ୍‌, ମେଇପାଇ, ବକ୍ସକାମ୍‌ ସମେତ ଅନ୍ୟ ୧୧ ଚାଇନା ଆପ୍‌କୁ ବ୍ଲକ କରିଛନ୍ତି। ଏହା ମଧ୍ୟରେ ହିରୋଜ ଓ୍ବାର, ସାଇଡ୍‌ପ୍ଲସ, କ୍ୟାପ୍‌କଟ୍‌, ପାରାଲେଲ୍‌ ସ୍ପେସ୍‌, ବାଇଡୁ ସର୍ଚ୍ଚ, ବାଇଡୁ ମ୍ୟାପ୍‌, ଓ୍ବିବୁ, ନେଟ୍‌ଏଜ ଇ-ମେଲ ସର୍ଭିସ, ସର୍ଚ୍ଚ ଲାଇଟ୍‌ ଭଳି ଆପ୍‌ ରହିଛି। ଆଗାମୀ ଦିନରେ ସରକାର ଆଉ ୧୫ ଚାଇନା ଆପ୍‌କୁ ବ୍ୟାନ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

୭,୯୨୬ କୋଟିର ବ୍ୟାଙ୍କ ଠକେଇ

  ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକରେ ଠକେଇ ମାମଲା ବଢିବାରେ ଲାଗିଛି। ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତି ପଞ୍ଜାବ ନ୍ୟାଶନାଲ (ପିଏନ୍‌ବି)କୁ ପ୍ରାୟ ୧୩...

କ୍ରମ୍ପଟନ୍‌ର ମିନି ମାଷ୍ଟର ପ୍ଲସ୍‌ ପମ୍ପ

ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍‌ ଗ୍ରୀଭସ୍‌ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍‌ ପମ୍ପର ଶୁଭାରମ୍ଭ ସମ୍ପର୍କରେ...

ବ୍ୟାଙ୍କରେ କମିଛି ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ

ନୂଆଦିଲ୍ଲୀ,୨୬-୬: ବ୍ୟାଙ୍କରେ ୧ ଲକ୍ଷ ବା ତା’ଠାରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ପରିମାଣ ୨୦୧୬-୧୭ରୁ ହ୍ରାସ ପାଇଛି। ୨୦୧୬-୧୭ରେ କେବଳ ୨୫,୮୮୪ କୋଟି ଟଙ୍କାର ଏହି...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

ଜନଧନ ଯୋଜନା ଜମା;ଖୁବଶୀଘ୍ର ପାର୍‌ କରିଯିବ ୧ଲକ୍ଷ କୋଟି

ନୂଆଦିଲ୍ଲୀ,୨୨-୪: ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି ଖୁବଶୀଘ୍ର ୧ ଲକ୍ଷ କୋଟି ଟଙ୍କା ପାର୍‌ କରିଯିବ ବୋଲି ଆଶାକରାଯାଉଛି। ମୋଦି...

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ...

‘ହ୍ବାଟ୍ସଆପ୍‌ ଜରିଆରେ ଜିଓମାର୍ଟରୁ କାରବାର’

ମୁମ୍ବାଇ,୩ା୧୨: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଜିଓମାର୍ଟ’ ବର୍ତ୍ତମାନ ହ୍ବାଟ୍ସଆପ୍‌ ଜରିଆରେ କାରବାର କରିବାକୁ ଯାଉଛି। ଏପରିକି ଜିଓମାର୍ଟର ସମସ୍ତ ସେବାର ଅର୍ଡରକୁ ଗ୍ରହଣ କରିବା...

୨୪ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୧୬-୧୨: ଯଦି ଆପଣ ଅନଲାଇନ ନେଣଦେଣ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ଦ୍ୱାରା କରୁଥାନ୍ତି ତେବେ ଏହା ଆହୁରି ସୁବିଧା ଜନକ ହୋଇଛି। ୧୬ ଡିସେମ୍ବରଠାରୁ...

Advertisement
Archives

Model This Week