Posted inଖେଳ

ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଆରମ୍ଭ ହେବ ବିଶ୍ୱକପ ସୁପରଲିଗ୍‌

ନୂଆଦିଲ୍ଲୀ, ୨୮।୭: ଇଂଲଣ୍ଡ ଓ ଆୟର୍ଲାଣ୍ଡ ଏକଦିବସୀୟ କ୍ରିକେଟ ସିରିଜ ଚଳିତମାସ ୩୦ରୁ ଆରମ୍ଭ ହେବ। ଏହି ସିରିଜରୁ ଆନୁଷ୍ଠାନିକଭାବେ କ୍ରିକେଟ ବିଶ୍ୱକପ ସୁପରଲିଗ୍‌ ଆରମ୍ଭ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ବିଶ୍ୱକପ ସୁପରଲିଗ୍‌ ପ୍ରଥମେ ୨୦୧୮ ଜୁନ୍‌ରେ ଘୋଷଣା ହୋଇଥିଲା। ମାତ୍ର ସେତେବେଳେ ତାହା କେବଳ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରଜୁଜ୍ୟ ଥିଲା। ବର୍ତ୍ତମାନ ଏକଦିବସୀୟ କ୍ରିକେଟ ପାଇଁ ଘୋଷିତ ସୁପରଲିଗ୍‌ ୨୦୨୩ ପୁରୁଷ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟଭାବେ ବ୍ୟବହୃତ ହେବ। ୨୦୧୫-୧୭ ଆଇସିସି ଓ୍ବାଲର୍‌ଡ କ୍ରିକେଟ ଲିଗ୍‌ ଚାମ୍ପିୟନ ନେଦରଲାଣ୍ଡ୍ସ ସମେତ ୧୨ଟି ଦଳ ଏଥିରେ ଭାଗନେବେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୭ ଦଳ ଏବଂ ଆୟୋଜକ ଭାରତ ୨୦୨୩ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ବିଶ୍ୱକପର ଅବଶିଷ୍ଟ ୨ ସ୍ଥାନ ପାଇଁ ଲିଗ୍‌ ଟେବୁଲର ଶେଷ ୫ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେମାନଙ୍କ ସହ କ୍ରିକେଟ ଓ୍ବାଲର୍‌ଡ କପ୍‌ ଲିଗ୍‌-୨ ସିରିଜ ଦେଇ ଆସିଥିବା ସହଯୋଗୀ ଦେଶର ଦଳ ଗୁଡ଼ିକ ଯୋଗଦେବେ। କ୍ରିକେଟ ବିଶ୍ୱକପ ଲିଗ୍‌-୨ ସିରିଜ ନାମ୍ବିଆରେ ଆୟୋଜିତ ହେବ। ଆଇସିସି ବିଶ୍ୱକପ ୧୦ ଦଳକୁ ନେଇ ଅନୁଷ୍ଠିତ ହେବ।
ଲିଗ୍‌ର ନିୟମ ଅନୁସାରେ ପ୍ରତି ଦଳ ଘରୋଇ ଏବଂ ବାହାର ପରିବେଶରେ ୪ଟି ଲେଖାଏ ସିରିଜ ଖେଳିବେ। ବିଜେତା ଦଳକୁ ୧୦ ପଏଣ୍ଟ ମିଳିବ। କୌଣସି ମ୍ୟାଚରୁ ଫଳାଫଳ ନ ମିଳିଲେ କିମ୍ବା ମ୍ୟାଚ ଟାଇ ରହିଲେ ୫ ପଏଣ୍ଟ ଲେଖାଏ ପ୍ରଦାନ କରାଯିବ। ପ୍ରତି ସୁପରସିରିଜରେ ୩ଟି ଲେଖାଏ ମ୍ୟାଚ ରହିବ। କୌଣସି ସିରିଜରେ ଅତିରିକ୍ତ ମ୍ୟାଚ ରଖାଯାଇ ପାରିବ, ମାତ୍ର ସେଥିରେ ଲିଗ୍‌ ପଏଣ୍ଟ ବ୍ୟବସ୍ଥା ରହିବ ନାହିଁ। ବିଶ୍ୱକପ ସୁପରଲିଗ୍‌ ପ୍ରକୃତରେ ୨୦୨୦ ମେ’ରୁ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ ଏହାକୁ ଜୁଲାଇ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri