Posted inଖେଳ

ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଆରମ୍ଭ ହେବ ବିଶ୍ୱକପ ସୁପରଲିଗ୍‌

ନୂଆଦିଲ୍ଲୀ, ୨୮।୭: ଇଂଲଣ୍ଡ ଓ ଆୟର୍ଲାଣ୍ଡ ଏକଦିବସୀୟ କ୍ରିକେଟ ସିରିଜ ଚଳିତମାସ ୩୦ରୁ ଆରମ୍ଭ ହେବ। ଏହି ସିରିଜରୁ ଆନୁଷ୍ଠାନିକଭାବେ କ୍ରିକେଟ ବିଶ୍ୱକପ ସୁପରଲିଗ୍‌ ଆରମ୍ଭ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ବିଶ୍ୱକପ ସୁପରଲିଗ୍‌ ପ୍ରଥମେ ୨୦୧୮ ଜୁନ୍‌ରେ ଘୋଷଣା ହୋଇଥିଲା। ମାତ୍ର ସେତେବେଳେ ତାହା କେବଳ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରଜୁଜ୍ୟ ଥିଲା। ବର୍ତ୍ତମାନ ଏକଦିବସୀୟ କ୍ରିକେଟ ପାଇଁ ଘୋଷିତ ସୁପରଲିଗ୍‌ ୨୦୨୩ ପୁରୁଷ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟଭାବେ ବ୍ୟବହୃତ ହେବ। ୨୦୧୫-୧୭ ଆଇସିସି ଓ୍ବାଲର୍‌ଡ କ୍ରିକେଟ ଲିଗ୍‌ ଚାମ୍ପିୟନ ନେଦରଲାଣ୍ଡ୍ସ ସମେତ ୧୨ଟି ଦଳ ଏଥିରେ ଭାଗନେବେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୭ ଦଳ ଏବଂ ଆୟୋଜକ ଭାରତ ୨୦୨୩ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ବିଶ୍ୱକପର ଅବଶିଷ୍ଟ ୨ ସ୍ଥାନ ପାଇଁ ଲିଗ୍‌ ଟେବୁଲର ଶେଷ ୫ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେମାନଙ୍କ ସହ କ୍ରିକେଟ ଓ୍ବାଲର୍‌ଡ କପ୍‌ ଲିଗ୍‌-୨ ସିରିଜ ଦେଇ ଆସିଥିବା ସହଯୋଗୀ ଦେଶର ଦଳ ଗୁଡ଼ିକ ଯୋଗଦେବେ। କ୍ରିକେଟ ବିଶ୍ୱକପ ଲିଗ୍‌-୨ ସିରିଜ ନାମ୍ବିଆରେ ଆୟୋଜିତ ହେବ। ଆଇସିସି ବିଶ୍ୱକପ ୧୦ ଦଳକୁ ନେଇ ଅନୁଷ୍ଠିତ ହେବ।
ଲିଗ୍‌ର ନିୟମ ଅନୁସାରେ ପ୍ରତି ଦଳ ଘରୋଇ ଏବଂ ବାହାର ପରିବେଶରେ ୪ଟି ଲେଖାଏ ସିରିଜ ଖେଳିବେ। ବିଜେତା ଦଳକୁ ୧୦ ପଏଣ୍ଟ ମିଳିବ। କୌଣସି ମ୍ୟାଚରୁ ଫଳାଫଳ ନ ମିଳିଲେ କିମ୍ବା ମ୍ୟାଚ ଟାଇ ରହିଲେ ୫ ପଏଣ୍ଟ ଲେଖାଏ ପ୍ରଦାନ କରାଯିବ। ପ୍ରତି ସୁପରସିରିଜରେ ୩ଟି ଲେଖାଏ ମ୍ୟାଚ ରହିବ। କୌଣସି ସିରିଜରେ ଅତିରିକ୍ତ ମ୍ୟାଚ ରଖାଯାଇ ପାରିବ, ମାତ୍ର ସେଥିରେ ଲିଗ୍‌ ପଏଣ୍ଟ ବ୍ୟବସ୍ଥା ରହିବ ନାହିଁ। ବିଶ୍ୱକପ ସୁପରଲିଗ୍‌ ପ୍ରକୃତରେ ୨୦୨୦ ମେ’ରୁ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ ଏହାକୁ ଜୁଲାଇ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri