‘ବଳରାମଗଡ଼ି ମାଛଧରା ବନ୍ଦର କାମ ଖୁବ୍‌ ଶୀଘ୍ର’

ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ି ସମୁଦ୍ରକୂଳରେ ଖୁବ୍‌ ଶୀଘ୍ର ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
୨୦୧୯ ଫେବୃୟାରୀ ୧୩ରେ ବଳରାମଗଡ଼ିରେ ମାଛଧରା ବନ୍ଦର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫୧ଏକର ଜମି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବା ଏବଂ ପରିବେଶ ମଞ୍ଜୁରୀ ନେଇ ପ୍ରକଳ୍ପ କାର୍ଯ୍ୟରେ ବାଧକ ସାଜିଥିଲା। ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ନେଇ ପରିବେଶ ମଞ୍ଜୁରୀର ସବୁଜ ସଙ୍କେତ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳିଛି। ୫୦କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟରେ ଶେଷ ହେବ। ଏହି ଅଞ୍ଚଳରେ ହଜାର ହଜାର ପରିବାର ମତ୍ସ୍ୟ ସମ୍ପଦକୁ ମୁଖ୍ୟ ଜୀବିକା ଭାବି ଚଳୁଛନ୍ତି। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ଏହା ଏକ ପ୍ରମୁଖ ମତ୍ସ୍ୟ ଉପତ୍ାଦନ କେନ୍ଦ୍ର। ଏଠାରୁ ପ୍ରତିଦିନ ହଜାରେରୁ ଊର୍ଦ୍ଧ୍ୱ ଟ୍ରଲର ଓ ଭୁଟୁଭୁଟି ସମୁଦ୍ରକୁ ମାଛ ଧରିବାକୁ ଯା’ଆସ କରିଥାନ୍ତି। ନଦୀ ମୁହାଣକୁ ପୁନରୁଦ୍ଧାର କରି ମାଛଧରା ବନ୍ଦର ନିର୍ମାଣ, ଜାଲବୁଣା ଓ ମାଛ ନିଲାମ ସେଟ୍‌ ସହ ଆବଶ୍ୟକୀୟ ସଂଖ୍ୟାର ବରଫକଳ ବ୍ୟବସ୍ଥା କରାଯାଇ ଉକ୍ତ ଅଞ୍ଚଳର ଆର୍ଥିକ ବିକାଶ ସହିତ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ଜିଲାରେ ମତ୍ସ୍ୟ ସମ୍ପଦର ବିକାଶ ଏବଂ ମତ୍ସ୍ୟ ଉପତ୍ାଦନ ବୃଦ୍ଧି ନେଇ ଭିତ୍ତିଭୂମି ତିଆରି ପାଇଁ ବ୍ୟାପକ ଯୋଜନା ହାତକୁ ନିଆଯାଇଛି। ପର୍ଯ୍ୟାୟକ୍ରମେ ସେ ସବୁର କାମ ମଧ୍ୟ ଆରମ୍ଭ ହେବ। ଏହାଦ୍ୱାରା ଜିଲାର ଆର୍ଥିକ ବିକାଶ ହେବା ସହ ବେକାର ଯୁବତୀଯୁବକ ରୋଜଗାର ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?