‘ବଳରାମଗଡ଼ି ମାଛଧରା ବନ୍ଦର କାମ ଖୁବ୍‌ ଶୀଘ୍ର’

ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ି ସମୁଦ୍ରକୂଳରେ ଖୁବ୍‌ ଶୀଘ୍ର ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
୨୦୧୯ ଫେବୃୟାରୀ ୧୩ରେ ବଳରାମଗଡ଼ିରେ ମାଛଧରା ବନ୍ଦର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫୧ଏକର ଜମି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବା ଏବଂ ପରିବେଶ ମଞ୍ଜୁରୀ ନେଇ ପ୍ରକଳ୍ପ କାର୍ଯ୍ୟରେ ବାଧକ ସାଜିଥିଲା। ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ନେଇ ପରିବେଶ ମଞ୍ଜୁରୀର ସବୁଜ ସଙ୍କେତ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳିଛି। ୫୦କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟରେ ଶେଷ ହେବ। ଏହି ଅଞ୍ଚଳରେ ହଜାର ହଜାର ପରିବାର ମତ୍ସ୍ୟ ସମ୍ପଦକୁ ମୁଖ୍ୟ ଜୀବିକା ଭାବି ଚଳୁଛନ୍ତି। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ଏହା ଏକ ପ୍ରମୁଖ ମତ୍ସ୍ୟ ଉପତ୍ାଦନ କେନ୍ଦ୍ର। ଏଠାରୁ ପ୍ରତିଦିନ ହଜାରେରୁ ଊର୍ଦ୍ଧ୍ୱ ଟ୍ରଲର ଓ ଭୁଟୁଭୁଟି ସମୁଦ୍ରକୁ ମାଛ ଧରିବାକୁ ଯା’ଆସ କରିଥାନ୍ତି। ନଦୀ ମୁହାଣକୁ ପୁନରୁଦ୍ଧାର କରି ମାଛଧରା ବନ୍ଦର ନିର୍ମାଣ, ଜାଲବୁଣା ଓ ମାଛ ନିଲାମ ସେଟ୍‌ ସହ ଆବଶ୍ୟକୀୟ ସଂଖ୍ୟାର ବରଫକଳ ବ୍ୟବସ୍ଥା କରାଯାଇ ଉକ୍ତ ଅଞ୍ଚଳର ଆର୍ଥିକ ବିକାଶ ସହିତ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ଜିଲାରେ ମତ୍ସ୍ୟ ସମ୍ପଦର ବିକାଶ ଏବଂ ମତ୍ସ୍ୟ ଉପତ୍ାଦନ ବୃଦ୍ଧି ନେଇ ଭିତ୍ତିଭୂମି ତିଆରି ପାଇଁ ବ୍ୟାପକ ଯୋଜନା ହାତକୁ ନିଆଯାଇଛି। ପର୍ଯ୍ୟାୟକ୍ରମେ ସେ ସବୁର କାମ ମଧ୍ୟ ଆରମ୍ଭ ହେବ। ଏହାଦ୍ୱାରା ଜିଲାର ଆର୍ଥିକ ବିକାଶ ହେବା ସହ ବେକାର ଯୁବତୀଯୁବକ ରୋଜଗାର ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୭ ତାରିଖ ବେଳକୁ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ...

ମଶାଣି ସାଥୀ ସୁଶାନ୍ତ

ରୂପସା,୯ା୯: ପେସାରେ ଜଣେ ବାଇକ୍‌ ମେକାନିକ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି। ଶବଦାହ ଲାଗି କେହି ତାଙ୍କୁ ଡାକନ୍ତୁ ବା ନ...

କୁହୁଡ଼ି ପାଇଁ ବଦଳିଲା ଟ୍ରେନ୍‌ ସମୟ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଜାରି ରହିଛି। ଏଥିଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ସଂଯୋଗୀକାରୀ ଟ୍ରେନ୍‌ଗୁଡିକ ବିଳମ୍ବରେ ଚଳାଚଳ କରୁଥିବାରୁ ଗୁରୁବାର...

୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଜୋରଦାର ହେବାରେ ଲାଗିଛି। ଅଗଷ୍ଟ ୧୩ରୁ ୧୫...

ମୁସରଙ୍ଗି ଜଙ୍ଗଲରୁ ବାଘ ଉଭାନ : ବନବିଭାଗ ଛାନ୍‌ଭିନ୍‌ ଜାରି

ନୂଆପଡ଼ା ଅଫିସ,୧୦ା୮ ସ୍ଥାନୀୟ ମୁସରଙ୍ଗି ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ଥିବା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ା...

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟର ଶ୍ରମିକଗୋଷ୍ଠୀଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ରାଜ୍ୟ ସର୍ବନିମ୍ନ ମଜୁରି ଉପଦେଷ୍ଟା ବୋର୍ଡର ୫୨ତମ ବୈଠକରେ କରାଯାଇଥିବା ସୁପାରିସକ୍ରମେ ସରକାର ସମସ୍ତ ୮୯ଟି...

ଭାଜପା ପୂର୍ବତନ ବିଧାୟକ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଲା ବିଜେଡି

ପଦ୍ମପୁର ୪।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଅନ୍ୟ ଜିଲାରୁ ଆସିଥିବା ରାଜନୈତିକ ଅତିଥି, ପ୍ରଚାରକଙ୍କୁ ଶନିବାର...

‘ପୂର୍ବବର୍ଷ ଅପେକ୍ଷା ବଢ଼ିଛି ଅଣଟିକସ ଆୟ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): କୋଭିଡ୍‌ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଜନିତ ମାନ୍ଦା ଅବସ୍ଥାକୁ ଅତିକ୍ରମକରି ୨୦୨୦-୨୧ରେ ରାଜ୍ୟର ଅଣଟିକସ ଆୟ ପୂର୍ବବର୍ଷ ଅପେକ୍ଷା ୪୮.୬୩ ପ୍ରତିଶତ ବୃଦ୍ଧି ପାଇଛି।...

Advertisement
Archives

Model This Week