କାଠଗୁଡ଼ା ଗଡ଼ିଗଲା

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କିଭଳି ଅନୁଭୂତ ହେଲାଣି ତା’ର ସଦ୍ୟ ଟ୍ରେଲର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀରରୁ ଦେଖିବାକୁ ମିଳିଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କେତେକ ସ୍ଥାନରେ ଗୋଟିଏ ଦିନରେ ଯେଭଳି ବର୍ଷା ହୋଇଛି, ତାହା ଗୋଟେ ମାସର ରେକର୍ଡ ସହ ସମାନ ବୋଲି କୁହାଗଲାଣି। ଚଳିତ ଋତୁରେ ହିମାଚଳ ପ୍ରଦେଶ ଓ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟରେ ଯେଉଁଭଳି ବନ୍ୟା ସ୍ଥିତିର ଭିଡିଓ ଦେଖିବାକୁ ମିଳିଛି, ସେଥିରୁ ମନୁଷ୍ୟକୃତ ବିପର୍ଯ୍ୟୟ ଯୋଗୁ ପ୍ରକୃତିର ରୋଷ କିଭଳି ରୂପ ଧାରଣ କରିପାରେ ତାହା ଅନୁମେୟ। ନଦୀଜଳରେ ଅସଂଖ୍ୟ କାଠଗଣ୍ଡି ଭାସିଯିବାର ଦୃଶ୍ୟ ସୂଚାଇ ଦେଇଛି ଯେ କେତେ ମାତ୍ରାରେ ସେହି ସବୁ ଅଞ୍ଚଳରେ ଗଛ କଟାଯାଉଛି। ଏଥିରେ ସ୍ଥାନୀୟ ଅଧିବାସୀ ଓ ସରକାରୀ କର୍ମଚାରୀଙ୍କ ସହ କେଉଁ ଧରଣର ମଧୁର ସମ୍ପର୍କ କାଠ ମାଫିଆ ରଖିଛନ୍ତି, ତାହା ବୁଝି ହୋଇଯାଉଛି। ଗଛ କାଟି ତାହାକୁ ଗଦାଗଦା କରି ରଖିଥିବା ବେଳେ ସେଗୁଡ଼ିକ ବନ୍ୟା ଜଳରେ ଭାସିଯିବା ପରେ ସବୁ ବିଷୟ ପଦାକୁ ଆସିଛି। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ କ୍ରମାଗତ ଭୂସ୍ଖଳନ ଓ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ ବୋଲି ୪ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିବା ସହ କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ଜବାବ ମାଗିଥିଲେ। ଏଥିସହିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର ଏବଂ ପଞ୍ଜାବ ସରକାରଙ୍କୁ ଏ ନେଇ ନୋଟିସ ଜାରି କରିଛନ୍ତି। ଭିତ୍ତିଭୂମି ବିକାଶ ଓ ପରିବେଶ ସୁରକ୍ଷା ଦିଗରେ ଏମାନେ କ’ଣସବୁ ପଦକ୍ଷେପ ନେଉଛନ୍ତି ସେହି ବିଷୟରେ କୋର୍ଟ ଜାଣିବାକୁ ଚାହିଁବା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆମ ସମସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ।
ବିକାଶ ନାମରେ ପରିବେଶକୁ ଧ୍ୱଂସ କରାଗଲେ ତା’ର କୁଫଳ ଏହି ମଣିଷକୁ ଭୋଗ କରିବାକୁ ପଡ଼ୁଛି। ଅନାବଶ୍ୟକ ସ୍ଥଳେ ଓ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରା ନ ଯାଇ ଅବିଚାରିତ ଭାବେ ଗଛ କାଟି ଦିଆଯାଉଥିବାରୁ ତାହାର ସିଧାସଳଖ ପ୍ରଭାବ ପରିସଂସ୍ଥାନ ଉପରେ ପଡ଼ୁଛି। ହିମାଳୟ ସଂଲଗ୍ନ ରାଜ୍ୟଗୁଡ଼ିକରେ ବ୍ୟାପକ ଗଛକଟା, ନଦୀ ଅଞ୍ଚଳଗୁଡ଼ିକରେ ଅସଂଖ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ ଏବଂ ପର୍ଯ୍ୟଟନକୁ ବଢ଼ାଇବା ଲାଗି ହେଉଥିବା ନିର୍ମାଣ ଭୂସ୍ଖଳନ, ବାଦଲଫଟା ବର୍ଷା ଓ ବନ୍ୟା ସୃଷ୍ଟି କରୁଛି ବୋଲି ଅନେକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଉଛି। ହେଲେ କେହି ଏହାକୁ ଶୁଣିବା ସ୍ଥିତିରେ ଥିବା ଭଳି ମନେହେଉ ନାହିଁ। ମଣିଷର ଲୋଭ ଓ ସାମୟିକ ଲାଭ ପାଇଁ ସମ୍ପୃକ୍ତ ଅଞ୍ଚଳର ମାଟି ଦିନକୁ ଦିନ ଫପ୍‌ସା ହେବାରେ ଲାଗିଛି। ସମସ୍ତେ ଜାଣିଛେ ଯେ, ଗଛ ସଂଖ୍ୟା କମିଗଲେ ମାଟି ଧୋଇଯିବା ସହ ବର୍ଷା ଜଳ ନଦୀକୁ ଯାଇ ଅସମ୍ଭାଳ ବନ୍ୟାସ୍ଥିତି ସୃଷ୍ଟି କରିଥାଏ। ପୁଣି ବିକାଶ ନାମରେ ଯେଉଁଠାରେ ଗଛ କଟା ଚାଲୁଛି, ସେହି ସଂଖ୍ୟାକୁ ପୂରଣ କରିବା ଲାଗି ନିକଟ ଅଞ୍ଚଳରେ ବନୀକରଣକୁ ଗୁରୁତ୍ୱ ଦିଆଯିବା କଥା। ହେଲେ ସେହି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ନ ଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁକୁ ଦେଖି ସ୍ପଷ୍ଟ ଭାବେ କହିହେବ ଯେ, ମନୁଷ୍ୟକୃତ ଭୁଲ କାର୍ଯ୍ୟ ଯୋଗୁ ଜଳବାୟୁ ପରିବର୍ତ୍ତନ ଓ ତତ୍‌ଜନିତ ବିପଦ ବଢ଼ିଚାଲିଛି। କେବଳ ହିମାଳୟ ଅଞ୍ଚଳ ନୁହେଁ, ଓଡ଼ିଶାରେ ଥିବା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ସାତକୋଶିଆ, ଚିଲିକା, ଶିମିଳିପାଳ ଆଦି ମଣିଷର ଲୋଭାତୁର କାର୍ଯ୍ୟ ଯୋଗୁ ବିଗିଡ଼ି ଗଲାଣି। ଚିଲିକାରେ ସିପ୍ଲେନ୍‌ ଉଡ଼ିବା ନେଇ ନିକଟରେ ଆଲୋଚନା ହେବା ସହଜରେ ଭାଙ୍ଗିପାରୁଥିବା ପରିବେଶ ଭାରସାମ୍ୟ (ଫ୍ରାଜାଇଲ୍‌ ଇକୋଲୋଜିକାଲ ବାଲାନ୍ସ)କୁ କ୍ଷତି ପହଞ୍ଚାଇବା ଜଳ ଜଳ ଦିଶୁଛି। ଏମିତି ଦେଖିଲେ ଓଡ଼ିଶାର ଅନେକ ଇଲାକା ବନ୍ୟା ଓ ବାତ୍ୟା ପ୍ରବଣ ରହିଛି। ଯଦି ମଣିଷର ଗୋଟିଏ ଗୋଟିଏ ପ୍ରକୃତିବିଗିଡ଼ା କାମ ବଢ଼ି ଚାଲିବ, ତାହାର କୁପ୍ରଭାବ ଏହି ପ୍ରାଣୀଜଗତ ଭୋଗିବା ଥୟ।
ଏଠି ମନେପଡ଼େ ୨୦୨୨ ଫେବୃଆରୀରେ ପୃଥିବୀର ଫୁସ୍‌ଫୁସ୍‌ କୁହାଯାଉଥିବା ବ୍ରାଜିଲର ଆମାଜନ ଜଙ୍ଗଲରେ ବ୍ୟାପକ ଗଛ କଟାଯିବା ବିଷୟ। ଏଭଳି ଘଞ୍ଚ ଜଙ୍ଗଲ ଜଳବାୟୁ ସ୍ଥିର ରଖିବାରେ ସହାୟକ ହୋଇଥାଏ। ବିକାଶ ନାମରେ ଯେଉଁଭଳି ଭାବେ ଜଙ୍ଗଲ ଧ୍ୱଂସ କରାଗଲା ସେଥିଲାଗି ସେଠାକାର ତତ୍‌କାଳୀନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା। ଏପଟେ ଭାରତର ନଦୀରେ ଭାସି ଯାଉଥିବା କାଠଗଣ୍ଡିର ଦୃଶ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ କରିବା କଥା। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ପ୍ରକୃତି ବିରୋଧୀ କାର୍ଯ୍ୟରେ ଜଡ଼ିତ ଲୋକଗୁଡ଼ାକୁ ଠାବ କରି ଦଣ୍ଡିତ କରିବାର ସମୟ ଆସିଲାଣି। ଏ ଦିଗରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ସାମୟିକ ଲୋଭକୁ ଚରିତାର୍ଥ କରିବା ଲକ୍ଷ୍ୟରେ ବର୍ତ୍ତମାନ ଏସବୁ ପ୍ରତି ଆଖିବୁଜି ଦେଲେ ଆଗକୁ ସେହି ସବୁ ଅଞ୍ଚଳ ନଦୀଗର୍ଭକୁ ଚାଲିଯିବା ଡେରି ନୁହେଁ। ଗଦା ହୋଇଥିବା କାଠଗୁଡ଼ା ଗଡ଼ିଯାଉଥିବାର ଦୃଶ୍ୟ ଏବେ ସମସ୍ତଙ୍କ ପାଇଁ ସତର୍କଘଣ୍ଟି ବୋଲି ଭାବିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?