Posted inଜାତୀୟ

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହାସହ ଦିଲ୍ଲୀରେ ନିକଟ ଭବିଷ୍ୟତରେ କୌଣସି ନିର୍ୱାଚନ ନ ଥିବାବେଳେ ଅକ୍ଟୋବର ୩୦ କଟ୍‌-ଅଫ୍‌ ଡେଟ୍‌ (ସମୟସୀମା) ଧାର୍ଯ୍ୟ କରିବା ପାଇଁ ଅଦାଲତ ନାପସନ୍ଦ କରିଛନ୍ତି ଏବଂ ଏହି ସମୟସୀମା ବୃଦ୍ଧି କରିବାକୁ କହିଛନ୍ତି। ପୂର୍ୱରୁ ତାଲିକାରେ ଥିବା ଭୋଟରଙ୍କୁ ‘ନୂଆ ଭୋଟର’ ଶ୍ରେଣୀରେ ନ ରଖି ସେମାନଙ୍କ ପାଇଁ ଏକ ସହଜ ଓ ସରଳ ଉପାୟ ବାହାର କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବାଗ୍‌ଚୀ କହିଛନ୍ତି, ‘ଭୋଟ ଦେବାର ଅଧିକାର ହେଉଛି ଏକ ମୌଳିକ ଅଧିକାର। ଯଦି ଜଣେ ଭୋଟର ଅନୁପସ୍ଥିତ ରହିଲେ, ତେବେ ତାଙ୍କର ଏହି ଅଧିକାର ଚିରଦିନ ପାଇଁ ରଦ୍ଦ ହୋଇଯିବ କି ସେ ପ୍ରଶ୍ନ ଉଠାଇଛନ୍ତି। ଖଣ୍ଡପୀଠ କହିଛନ୍ତି, କେବଳ ଭୋଟରଙ୍କ ଆବେଦନକୁ ଅପେକ୍ଷା ନକରି ନିର୍ୱାଚନ ଆୟୋଗ ନିଜେ ସେମାନଙ୍କ ପାଖରେ ପହଞ୍ଚିବା ଉଚିତ। ଯେଉଁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ନାମ ପ୍ରକାଶ କରି ସେମାନଙ୍କୁ ନିକଟସ୍ଥ ବିଏଲ୍‌ଓଙ୍କ ସହ ଯୋଗାଯୋଗ କରି ଫର୍ମ-୮ ପୂରଣ କରିବାକୁ ସୁଯୋଗ ଦିଆଯାଉ ବୋଲି ଖଣ୍ଡପୀଠ କହିଛନ୍ତି।
ସାମାଜିକ କର୍ମୀ ଅଞ୍ଜଳି ଭାରଦ୍ୱାଜ ଏବଂ ଅମୃତା ଜୋହରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ। ଦିଲ୍ଲୀରେ ମୋଟ ୧.୪୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୯୭ ଲକ୍ଷ ଭୋଟର ଏନୁମରେଶନ ଫର୍ମ ଦାଖଲ କରିଥିବା ବେଳେ ୪୭ ଲକ୍ଷ ଫର୍ମ ମିଳି ନ ଥିଲା। ନିର୍ୱାଚନ ଆୟୋଗ ଏହାମଧ୍ୟରୁ ୩୧.୫୯ ଲକ୍ଷ ଭୋଟରଙ୍କୁ ‘ସ୍ଥାୟୀ ଭାବେ ସ୍ଥାନାନ୍ତରିତ’ ଏବଂ ୧୧ ଲକ୍ଷଙ୍କୁ ’ଅନୁପସ୍ଥିତ/ଅଜଣା’ ଭାବେ ଦର୍ଶାଇଛନ୍ତି। ମହାନଗରଗୁଡ଼ିକରେ କାର୍ଯ୍ୟ ଉଦ୍ଦେଶ୍ୟରେ ଲୋକମାନେ ଘର ବଦଳାଇବା ସାଧାରଣ କଥା। ତେଣୁ ଠିକଣା ବଦଳାଇଥିବା ଭୋଟରଙ୍କ ପାଇଁ ‘ଫର୍ମ-୮’ ବ୍ୟବହାର କରାଯାଉ, ମାତ୍ର ସେମାନଙ୍କୁ ‘ଫର୍ମ-୬’ ଦେଇ ସେମାନେ ନୂଆ ଭୋଟର ବୋଲି ଘୋଷଣାନାମା ଦେବାକୁ ବାଧ୍ୟ କରାଯାଉଥିବା ନିୟମ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିବେ ନୋଏଲ ଟାଟା, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି

ମୁମ୍ବାଇ,୨୯।୧୦: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍‌ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ ।…

ଭଞ୍ଜନଗରରେ ପ୍ରବଳ ବର୍ଷା; ୧୦ ଗ୍ରାମ ଜଳବନ୍ଦୀ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟା ୬ଟାରୁ…

ଭାଜପାକୁ ଶକ୍ତ ଝଟ୍‌କା: ବାରାଣସୀର ୨ ସମେତ ୫ ଆସନରେ ଏସ୍‌ପି ବିଜୟୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୯ା୧୦:ଉତ୍ତରପ୍ରଦେଶ, କର୍ନାଟକ, ବିହାର ଓ ମହାରାଷ୍ଟ୍ର ବିଧାନ ପରିଷଦ (ଏମ୍‌ଏଲ୍‌ସି)ର ମୋଟ ୨୮ ଆସନ ପାଇଁ ହୋଇଥିବା ନିର୍ୱାଚନ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ଭାଜପା ନେତୃତ୍ୱାଧୀନ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

ଅର୍ଣ୍ଣବ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ରାତିଅଧରେ ସ୍ଥିତି ପରଖିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୯।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ । ଏପଟେ…

ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର…

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?