Posted inରାଜ୍ୟ

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟାକୁ ନେଇ ଏକାଧିକ ସମୀକ୍ଷା ବୈଠକ କରାଯାଇଛି। ପୂର୍ବବର୍ଷ ତୁଳନାରେ ଚଳିତ ଥର ରାଜ୍ୟ ସରକାର ଆହୁରି ଭଲ ଭାବେ ବାତ୍ୟା ମୁକାବିଲା କରିଛନ୍ତି । ବାତ୍ୟା ଅର୍ଣ୍ଣବ ଯେଉଁ ସମୟରେ ଲ୍ୟାଣ୍ଡଫଲ୍‌ ହେବାରେ ଥିଲା ଏଥିରେ ବିଳମ୍ବ ହେଲା। ଅର୍ଣ୍ଣବର ଗତି ମଧ୍ୟ ବହୁ ଧୀର ରହିଲା। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡିକରେ ବର୍ଷା ଏବଂ ପବନ ଜାରି ରହିଛି। ଯେତିକି ବର୍ଷା ହୋଇଛି ତାହାଦ୍ୱାରା ମଧ୍ୟ ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଜିଲାରେ କ୍ଷତି ହୋଇଛି। ବିଶେଷକରି ରାଜ୍ୟର ୧୭ ଜିଲା ଅର୍ଣ୍ଣବ ଦ୍ୱାରା ପ୍ରଭାବିତ ହୋଇଛି। ପଟ୍ଟାଙ୍ଗୀ ବ୍ଲକ୍‌ରେ ଏବଂ ଗଜପତିର ମୋହନାରେ ପ୍ରବଳ ବର୍ଷା ହୋଇଛି। ରାୟଗଡ଼ାର ମହେନ୍ଦ୍ରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଚଳିତ ବାତ୍ୟା ପ୍ରସ୍ତୁତି ଯୋଗୁ ରାଜ୍ୟ ସରକାର ଶୂନ୍ୟ ମୃତାହତ ଲକ୍ଷ୍ୟ ପୂରଣ କରିପାରିଛନ୍ତି।

ଜିଲା ପ୍ରଶାସନଠାରୁ ଆରମ୍ଭକରି ସମସ୍ତେ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ପୂରଣ ହୋଇପାରିଛି। ୭ ଜଣ ଆଇଏଏସ୍‌ ଅଫିସର ଏବଂ ୮ ଜଣ ମନ୍ତ୍ରୀମାନଙ୍କୁ ବାତ୍ୟା ମୁକାବିଲା ଲାଗି ବିଭିନ୍ନ ଜିଲାର ବାତ୍ୟା ମୁକାବିଲା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସମୁଦାୟ ୩୧୩ଟି ରେସ୍‌ପନ୍ସ ଟିମ୍‌ ନିୟୋଜିତ ଅଛନ୍ତି। ଏ ସମସ୍ତଙ୍କ ସାହାଯ୍ୟ ଯୋଗୁ ଲୋକଙ୍କୁ ସ୍ଥାନାନ୍ତର କରିବାଠାରୁ ଆରମ୍ଭକରି ଆହୁରି ଅନେକ କାର୍ଯ୍ୟ କରାଯାଇପାରିଛି। ୪୮ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବିଶେଷକରି ୬୩୪ଟି ରିଲିଫ କ୍ୟାମ୍ପରେ ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଇ ରନ୍ଧାଖାଦ୍ୟ, ପାନୀୟ ଜଳଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ୨୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୧ ଜଣ ଶିଶୁ ସୁସ୍ଥ ଅବସ୍ଥାରେ ଜନ୍ମଗ୍ରହଣ କରିଛନ୍ତି। କୌଣସି ମତ୍ସ୍ୟଜୀବୀଙ୍କ ମଧ୍ୟ ଅସୁବିଧା ହୋଇନାହିଁ। ଯେଉଁଠାରେ ରିଲିଫ ଯୋଗାଇବା କଥା ସେଠାରେ ଚୁଡ଼ା, ପଲିଥିନ୍‌, ଏସ୍‌ଆର୍‌ସି ପକ୍ଷରୁ ରିଲିଫ ବାବଦକୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ମାଲକାନଗିରି ଦେଇ ସା ସୁଦ୍ଧା ବାତ୍ୟା ଅର୍ଣ୍ଣବ ଗତି କରିବା କଥା, ମାତ୍ର ତାହା ଏଯାଏ ହୋଇନାହିଁ। ସେଠାରେ ହାଲୁକା ବର୍ଷା ସହ ସାମାନ୍ୟ ଝଟକା ପବନ ମାରୁଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଟେଲିଫୋନ୍‌ ଯୋଗେ ସେ ଆଲୋଚନା କରିଛନ୍ତି। ଯଦି ମାଲକାନଗିରିରେ କିଛି ଅସୁବିଧା ହେଉଛି ବାତ୍ୟା ମୁକାବିଲା ଟିମ୍‌ ତୁରନ୍ତ ତାହାର ପ୍ରତିକାର କରୁଛନ୍ତି। ତଳିଆ ଅଞ୍ଚଳ ଯେଉଁଠାରେ ପାଣି ଜମିଯାଉଛି ସେଠାରେ ପମ୍ପ ଜରିଆରେ ପାଣି କାଢ଼ି ଦିଆଯାଉଛି। ବାତ୍ୟା ନେଇ କେନ୍ଦ୍ର ସରକାର ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସାଙ୍ଗରେ ଯୋଗାଯୋଗ ରଖି କାର୍ଯ୍ୟ କରାଯାଇଛି। ଆନ୍ଧ୍ର ପ୍ରଦେଶଠାରୁ ଓଡ଼ିଶାର ପ୍ରସ୍ତୁତି ଆହୁରି ଭଲ ଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିବେ ନୋଏଲ ଟାଟା, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି

ମୁମ୍ବାଇ,୨୯।୧୦: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍‌ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ ।…

ଭଞ୍ଜନଗରରେ ପ୍ରବଳ ବର୍ଷା; ୧୦ ଗ୍ରାମ ଜଳବନ୍ଦୀ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟା ୬ଟାରୁ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ଅର୍ଣ୍ଣବ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ରାତିଅଧରେ ସ୍ଥିତି ପରଖିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୯।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ । ଏପଟେ…

ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର…

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

କୋଟିଆରୁ ଫେରିବା ବାଟରେ ଧସିଲା ପାହାଡ଼: ଫସି ରହିଛନ୍ତି ୩ ଶିଶୁ ବିକାଶ ସୁପ୍ରଭାଇଜର, ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ପାହାଡ଼ ଧସିବା କାରଣରୁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। କୋଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?