ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ପ୍ରଦେଶର ୟାନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଉପକୂଳ ଅତିକ୍ରମ ସମୟରେ ଏହା ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିଥିଲା। ଏଥିସହ ଝଟକା ସହ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା। ବୁଧବାର ଅପରାହ୍ନ ପରଠାରୁ ଏହା ଧୀରେଧୀରେ ଉତ୍ତର ଆଡକୁ ଆନ୍ଧ୍ରପ୍ରଦେଶ ଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଯଥା ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଛତିଶଗଡ଼ ଆଡ଼କୁ ମୁହଁାଇଛି। ତେବେ ବୁଧବାର ରାତି ସୁଦ୍ଧା ଅର୍ଣ୍ଣବ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ଏବଂ ପବନର ବେଗ ମଧ୍ୟ ପୂର୍ବାପେକ୍ଷା କମିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ଏହା ଆହୁରି ଦୁର୍ବଳ ହୋଇ ଛତିଶଗଡ଼ ଉପରେ ଅବପାତ ବା ଡିପ୍ରେଶନ ଭାବେ କେନ୍ଦ୍ରୀଭୂତ ହେବ। ସେତେବେଳେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ପ୍ରତି ଘଣ୍ଟା ରହିବ। ଗୁରୁବାର ପବନର ବେଗ କମିବ ଏବଂ କେବଳ ଉତ୍ତର ଓଡ଼ିଶାର ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଆଦି ଜିଲାଗୁଡ଼ିକରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍‌ଡି ଡିଜି କହିଛନ୍ତି।
ବାତ୍ୟା ଅର୍ଣ୍ଣବର ପ୍ରକୋପରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଜନଜୀବନ ପ୍ରଭାବିତ ହୋଇଛି। ଲ୍ୟାଣ୍ଡଫଲ୍‌ ପରେ ଦକ୍ଷିଣ ଓଡି଼ଶାରେ ବର୍ଷା ସାଙ୍ଗକୁ ପବନ ମଧ୍ୟ ବଢିବାରେ ଲାଗିଥିଲା। ଲଗାଣ ବର୍ଷାରେ ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହିତ କାନ୍ଥ ଭୁଶୁଡ଼ିବା, ବିଦ୍ୟୁତ୍‌ ଖୁଣ୍ଟ ପଡିବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ଯାତାୟାତ ବାଧାପ୍ରାପ୍ତ ହେବା ସହିତ ସତର୍କତାମୂଳକ ପଦକ୍ଷେପ ଭାବେ ୫୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କରାଯାଇଥିବାବେଳେ ଅନେକ ବିମାନ ଉଡ଼ାଣ ମଧ୍ୟ ବନ୍ଦ ରହିଛି। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଥିବା ବିମାନବନ୍ଦରଗୁଡ଼ିକରୁ କିଛି ବିମାନ ଉଡ଼ାଣ ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱରରୁ ଜୟପୁରକୁ ଯାଉଥିବା ୨ଟି ଫ୍ଲାଇଟ୍‌ ଏବଂ ଭୁବନେଶ୍ୱରରୁ ଉତ୍‌କେଲା ଫ୍ଲାଇଟ୍‌କୁ ବୁଧବାର ପାଇଁ ବାତିଲ କରାଯାଇଥିଲା। ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଅର୍ଣ୍ଣବର ତାଣ୍ଡବ ଦେଖିବାକୁ ମିଳିଥିଲା। ଜାତୀୟ ରାଜପଥ ୩୨୬ରେ ପାଳୁଖୋଳା ରାସ୍ତା ଉପରେ ୨ ଫୁଟରେ ବର୍ଷା ପାଣି ଲହଡ଼ି ମାରିଥିଲା। ସେହିପରି ଉପରମୁଣ୍ଡରେ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ପାହାଡ଼ ଉପରୁ ପ୍ରଖର ସ୍ରୋତରେ ପାଣି ମାଡ଼ିଆସି ରାସ୍ତାଘାଟ ଜଳମଗ୍ନ ହୋଇପଡିଥିଲା। ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା କାରଣରୁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ସ୍ଥିତି ହୋଇଥିଲା। ଅନ୍ୟପକ୍ଷରେ ଗୁରୁବାର ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶର୍‌ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସମୁଦ୍ର ପତ୍ତନରୁ ଏହା ୫.୮ କି.ମି. ଯାଏଁ ବ୍ୟାପିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ପରବର୍ତ୍ତୀ ସ୍ଥିତି ନେଇ ଏଯାବତ୍‌ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇ ନ ଥିବା ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ରହିବ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଏବଂ ଦେବଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ଗତ ୨୪ ଘଣ୍ଟାରେ ଗଜପତି ଜିଲା ମହେନ୍ଦ୍ରଗିରିଠାରେ ସର୍ବାଧିକ ୨୪୯.୯ ମି.ମି. ବର୍ଷା ରେକର୍ଡ ହୋଇଥିଲା। କୋରାପୁଟ ଜିଲା ପଟ୍ଟାଙ୍ଗୀଠାରେ ୧୮୮ ମି.ମି., ଗଜପତି ଜିଲା ମୋହନାଠାରେ ୧୬୮.୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି., କୋରାପୁଟର ସିମିଳିଗୁଡାଠାରେ ୧୪୩.୧ ମି.ମି., ଗଞ୍ଜାମର ଦିଗପହଣ୍ଡିଠାରେ ୧୩୯.୫ ମି.ମି., ଗଜପତିର ଗୁମ୍ମାଠାରେ ୧୩୫ ମି.ମି., ଗଞ୍ଜାମର ବ୍ରହ୍ମପୁରଠାରେ ୧୩୧.୪ ମି.ମି., ଗଜପତିର ଗୋଷାଣୀରେ ୧୨୮ ମି.ମି., ଗଞ୍ଜାମର କୁକୁଡାଖଣ୍ଡିଠାରେ ୧୨୭ ମି.ମି., ସାନଖେମୁଣ୍ଡିରେ ୧୧୪ ମି.ମି., ଗଜପତିର କାଶୀନଗରରେ ୧୦୭.୨ ମି.ମି. ବର୍ଷା ରେକର୍ଡ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିବେ ନୋଏଲ ଟାଟା, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି

ମୁମ୍ବାଇ,୨୯।୧୦: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା ଆସନ୍ତା ନଭେମ୍ବର ୧୨ରେ ଟାଟା ଗ୍ରୁପ୍‌ର ଅନ୍ତର୍ଭୁକ୍ତ ୬ଟି ପ୍ରମୁଖ କମ୍ପାନୀର ବୋର୍ଡ ସଦସ୍ୟ ପଦରୁ ଓହରିଯିବେ ।…

ଭଞ୍ଜନଗରରେ ପ୍ରବଳ ବର୍ଷା; ୧୦ ଗ୍ରାମ ଜଳବନ୍ଦୀ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାର ସନ୍ଧ୍ୟା ୬ଟାରୁ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

ଅର୍ଣ୍ଣବ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ରାତିଅଧରେ ସ୍ଥିତି ପରଖିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୯।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ । ଏପଟେ…

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

କୋଟିଆରୁ ଫେରିବା ବାଟରେ ଧସିଲା ପାହାଡ଼: ଫସି ରହିଛନ୍ତି ୩ ଶିଶୁ ବିକାଶ ସୁପ୍ରଭାଇଜର, ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ପାହାଡ଼ ଧସିବା କାରଣରୁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। କୋଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?