୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି ଭର୍ତ୍ତି ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଏହା ଜାଣିବା ପରେ ଦାଦାରାଓ ପ୍ରତିକାରସ୍ବରୂପ ପ୍ରଥମେ ୨୦୧୫ରେ ମୁମ୍ବାଇର ଯୋଗେଶ୍ୱରୀ-ବିର୍ଖୋଲି ଲିଙ୍କ୍ ରୋଡ୍ରେ ହେଉଥିବା ଖାଲଖମା ନିଜସ୍ବ ଉଦ୍ୟମ ଓ ଖର୍ଚ୍ଚରେ ପୂରଣ କରିବାରେ ଲାଗିଛନ୍ତି। ପ୍ରତିଦିନ ସେ ହାତରେ କୋଦାଳ, ଶାବଳ ଓ ଅଖାରେ ମେଟାଲ ଧରି ବାହାରି ଯାଉଛନ୍ତି। ଯେଉଁଠି ରାସ୍ତାରେ ଖାଲ ଦେଖୁଛନ୍ତି ତାହାକୁ ପୂରଣ କରୁଛନ୍ତି। ଏବେ ସୁଦ୍ଧା ସେ ପାଖାପାଖି ୧୫୦୦ରୁ ଊର୍ଦ୍ଧ୍ୱ ଖାଲ ପୂରଣ କରିସାରିଲେଣି। ଏବେ ଏହି କାର୍ଯ୍ୟରେ ତାଙ୍କ ସହ କେତେଜଣ ସ୍ବେଚ୍ଛାସେବୀ ସାମିଲ ହୋଇ ଖାଲଖମା ମରାମତି କରୁଛନ୍ତି। ଏଥିପାଇଁ ତାଙ୍କୁ ‘ପାଥ୍ହୋଲ୍ ଦାଦା’ ବୋଲି ଲୋକେ ସମ୍ବୋଧନ କରୁଛନ୍ତି। ବଡ଼କଥା ହେଉଛି, ବହୁ ସମୟରେ ସେ ଖରାପ ରାସ୍ତା ନିର୍ମାଣ କରୁଥିବା ଠିକାଦାର କିମ୍ବା ମରାମତି କରିବାରେ ଅବହେଳା କରୁଥିବା ପୌର ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରୁଛନ୍ତି।

