Posted inଫୁରସତ

ବାଘମାରୀର କାଠମୁଖା: ଶିଳ୍ପୀଙ୍କ ପାଇଁ ସୃଷ୍ଟିକରିଛି ନିଆରା ପରିଚୟ

ଦିନଥିଲା କେତେକ ପୌରାଣିକ ବିଷୟକୁ ନେଇ ଆଧାରିତ ଲିଲା,ସୁଆଙ୍ଗ ଓ ଗୀତିନାଟ୍ୟ ଆଦିରେ ଅନେକ କଳାକାର ବିଭିନ୍ନ ଚରିତ୍ରର କେତେକ କାଳ୍ପନିକ ମୁହଁକୁ କାଠମୁଖାର କଳାକୃତି କରି ଅଭିନୟରେ ବ୍ୟବହାର କରୁଥିଲେ। ଯାହାକି ଦର୍ଶକଙ୍କ ମନରେ ନିଆରା ଭାବ ସୃଷ୍ଟି ହେଉଥିଲା। ଏହା ଆମ କଳାକାରିଗରିର ଭିନ୍ନ ପରିଚୟ ଦେଉଥିଲା। ମାତ୍ର ଏବେ ଏହା ଅନେକ ଶୋ’ରୁମ୍‌ର ସାଜସଜ୍ଜା ସାମଗ୍ରୀ ପାଲଟିଛି।

ତେବେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ.ଜାତୀୟ ରାଜପଥର ବାଘମାରୀ ରାସ୍ତାପାର୍ଶ୍ୱରେ ରହିଛି ଭିନ୍ନ ଏକ ହସ୍ତଶିଳ୍ପ କୁଟୀର। ଏଠାରେ କେତେକ ରାଜା, ଡଗର, ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ କାଠମୂର୍ତ୍ତି ସହିତ ପୌରାଣିକ ବିଷୟର ବିଭିନ୍ନ ଚରିତ୍ରଙ୍କ କାଳ୍ପନିକ କାଠମୁଖା ଦେଖିବାକୁ ମିଳେ। ଏ ସବୁକୁ ରୂପ ଦେଇଛନ୍ତି ଜଣେ ଯୁବଶିଳ୍ପୀ। ସେ ହେଲେ ବାଘମାରୀ ବଡ଼ସାହିର କଳ୍ପତରୁ ପଣ୍ଡା। ସେ କୁହନ୍ତି ,ସ୍କୁଲ ବୟସରୁ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଆଦି ପ୍ରାକୃତିକ ଦୃଶ୍ୟ ଦେଖି ଚିତ୍ର ଅଙ୍କନ କରୁଥିଲି। ସମୟକ୍ରମେ ଭୁବନେଶ୍ୱର ହସ୍ତକଳା କାରିଗରି କେନ୍ଦ୍ରରେ ୪ବର୍ଷିଆ କୋର୍ସ କରିଥିଲି। । ଏଥିଯୋଗୁ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ମିଳିଛି। କିନ୍ତୁ ବାଘମାରିରେ ଏକ ହସ୍ତକଳା କେନ୍ଦ୍ରକରି ବିଭିନ୍ନ କାଠମୁଖାର କଳାକୃତିକୁ ତିଆରି କରାଯାଉଛି। ଯେତେବେଳେ ଦର୍ଶକ ଏଠାର ବିଭିନ୍ନ କାଠମୁଖାକୁ ଦେଖନ୍ତି ସେତେବେଳେ ଖୁବ୍‌ ଖୁସି ଲାଗେ । ପ୍ରତ୍ୟେକ ମୁଖା ପଛରେ କିଛି ଅକୁହା କାହାଣୀ ରହିଛି। ଏମିତିରେ ଓଡ଼ିଶାର କଳା ସଂସ୍କୃତି ପରିଚୟକୁ ନେଇ ଗର୍ବ ଅନୁଭବ କରିଥାଉ। ପଥର ପରି କାଠ ଖୋଦେଇ ବି ଆମ ରାଜ୍ୟର ଏକ ପୁରାତନ ହସ୍ତଶିଳ୍ପକଳା। ଏବେ ପ୍ରାୟ ୫ଜଣ କାଠମୁଖା କାରିଗର ଏହି କାମ କରି ନିଜ ପରିବାର ଚଳାଉଛନ୍ତି ଏବଂ ନିଜ ଅଞ୍ଚଳର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥିଯୋଗୁ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ମିଳିଛି।

କାଠମୁଖା ତିଆରି ପ୍ରଣାଳୀ-ବିଭିନ୍ନ ପ୍ରକାର କାଠମୁଖା ତିଆରି ପାଇଁ ପ୍ରଥମେ କେତେକ ନିର୍ଦ୍ଦିଷ୍ଟ ଗଛ ଯଥା-ଫାଶି, ସିମୁଳି, ପାଳଧୁଆ ଓ ଦେବଦାରୁ ଆଦି ଗଛର କଞ୍ଚାକାଠକୁ ସଂଗ୍ରହ କରିଥାଉ। ଆବଶ୍ୟକ ମାପ ଅନୁସାରେ କାଠକୁ ସାଇଜକରି କାଟିଥାଉ। ମୁଖା ତିଆରି ପୂର୍ବରୁ ସେହି କାଠରେ ଚିତ୍ରକୁ ଅଙ୍କନ କରାଯାଇଥାଏ। ତା ପରେ ନିହଣରେ କଞ୍ଚାକାଠକୁ ଖୋଦନ କରାଯାଇଥାଏ। ମୁଖା ତିଆରି ହୋଇଗଲା ପରେ ସେହି ମୁଖାକୁ କିଛିଦିନ ଛାଇରେ ଶୁଖାଯାଏ। ତା’ ପରେ ତେନ୍ତୁଳି ଅଠାରେ ଲେସିଥାଉ। ଏହାପରେ ସେହି ଅଠା ଉପରେ ଓଦା କପଡ଼ାକୁ ପକାଯାଇଥାଏ। ପରେ ତାହାକୁ ଛାଇରେ ଶୁଖାଯାଇ ତା’ଉପରେ ଚୂନ ଖଡ଼ିକୁ ବୋଳାଯାଇଥାଏ । ଏହା ଶୁଖିଗଲା ପରେ ସେଥିରେ ବିଭିନ୍ନ ପାରମ୍ପରିକ ରଙ୍ଗ ଦେଇ ରଙ୍ଗିନ କରାଯାଇଥାଏ। ଏବେ ଘରର ସୌଖୀନ ସାଜସଜ୍ଜା-ତେବେ ଆଜିକାଲି ଅନେକ ପାରମ୍ପରିକ କଳାକୃତିକୁ ସୌଖୀନ ସାଜସଜ୍ଜା ସାମଗ୍ରୀ ଭାବେ ଘର କାନ୍ଥରେ ଝୁଲେଇଥାନ୍ତି । ବିଭିନ୍ନ ଶୋ ରୁମ୍‌ରେ ମଧ୍ୟ ଏହି କାଠମୁଖାକୁ ସଜେଇ ରଖାଯାଉଥିବାର ଦେଖିବାକୁ ମଳେ, ଯାହା କି ପାରମ୍ପରିକ କଳାକୃତିକୁ ଭଲ ପାଉଥିବା ପରିଚୟଦିଏ।

ବିକ୍ରି ବ୍ୟବସ୍ଥା-କାଠମୁଖା ସାଇଜ ଓ ଗଠନକୁ ନେଇ ବିଭିନ୍ନ ମୂଲ୍ୟରେ ବିକ୍ରି କରାଯାଇଥାଏ। ସାଧାରଣତଃ ଗୋଟିଏ କାଠମୁଖାର ଦାମ୍‌ ପ୍ରାୟ ୩୦୦ ଟଙ୍କାରୁ ଆରମ୍ଭକରି ସାଇଜ ଅନୁସାରେ ୧୨/୧୫ଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଥାଏ। ତେବେ ଏହି କାଠମୁଖା କଳାକାରିଗରି ବାଘମାରୀ ଅଞ୍ଚଳକୁ ଭିନ୍ନପରିଚୟ ଦେଉଛି। ଏଠାରୁ କାରିଗରମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ବିଭିନ୍ନ କାଠତିଆରି ମୁଖାକୁ ବିକ୍ରି କରିବାକୁ ନେଇଥାନ୍ତି। ବିଶେଷକରି ପୁରୀ, ଭୁବନେଶ୍ୱରରେ ଏହି କାଠମୁଖାର ଚାହିଦା ଭଲ ରହିଛିି। ଜଣେ କାରିଗର କାଠମୁଖା ତିଆରିକରି ମାସକୁ ପ୍ରାୟ୧୫ରୁ ୨୦ହଜାର ଟଙ୍କା ରୋଜଗାର କରିପାରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?