Posted inଫୁରସତ

ବାଘମାରୀର କାଠମୁଖା: ଶିଳ୍ପୀଙ୍କ ପାଇଁ ସୃଷ୍ଟିକରିଛି ନିଆରା ପରିଚୟ

ଦିନଥିଲା କେତେକ ପୌରାଣିକ ବିଷୟକୁ ନେଇ ଆଧାରିତ ଲିଲା,ସୁଆଙ୍ଗ ଓ ଗୀତିନାଟ୍ୟ ଆଦିରେ ଅନେକ କଳାକାର ବିଭିନ୍ନ ଚରିତ୍ରର କେତେକ କାଳ୍ପନିକ ମୁହଁକୁ କାଠମୁଖାର କଳାକୃତି କରି ଅଭିନୟରେ ବ୍ୟବହାର କରୁଥିଲେ। ଯାହାକି ଦର୍ଶକଙ୍କ ମନରେ ନିଆରା ଭାବ ସୃଷ୍ଟି ହେଉଥିଲା। ଏହା ଆମ କଳାକାରିଗରିର ଭିନ୍ନ ପରିଚୟ ଦେଉଥିଲା। ମାତ୍ର ଏବେ ଏହା ଅନେକ ଶୋ’ରୁମ୍‌ର ସାଜସଜ୍ଜା ସାମଗ୍ରୀ ପାଲଟିଛି।

ତେବେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ.ଜାତୀୟ ରାଜପଥର ବାଘମାରୀ ରାସ୍ତାପାର୍ଶ୍ୱରେ ରହିଛି ଭିନ୍ନ ଏକ ହସ୍ତଶିଳ୍ପ କୁଟୀର। ଏଠାରେ କେତେକ ରାଜା, ଡଗର, ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ କାଠମୂର୍ତ୍ତି ସହିତ ପୌରାଣିକ ବିଷୟର ବିଭିନ୍ନ ଚରିତ୍ରଙ୍କ କାଳ୍ପନିକ କାଠମୁଖା ଦେଖିବାକୁ ମିଳେ। ଏ ସବୁକୁ ରୂପ ଦେଇଛନ୍ତି ଜଣେ ଯୁବଶିଳ୍ପୀ। ସେ ହେଲେ ବାଘମାରୀ ବଡ଼ସାହିର କଳ୍ପତରୁ ପଣ୍ଡା। ସେ କୁହନ୍ତି ,ସ୍କୁଲ ବୟସରୁ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଆଦି ପ୍ରାକୃତିକ ଦୃଶ୍ୟ ଦେଖି ଚିତ୍ର ଅଙ୍କନ କରୁଥିଲି। ସମୟକ୍ରମେ ଭୁବନେଶ୍ୱର ହସ୍ତକଳା କାରିଗରି କେନ୍ଦ୍ରରେ ୪ବର୍ଷିଆ କୋର୍ସ କରିଥିଲି। । ଏଥିଯୋଗୁ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ମିଳିଛି। କିନ୍ତୁ ବାଘମାରିରେ ଏକ ହସ୍ତକଳା କେନ୍ଦ୍ରକରି ବିଭିନ୍ନ କାଠମୁଖାର କଳାକୃତିକୁ ତିଆରି କରାଯାଉଛି। ଯେତେବେଳେ ଦର୍ଶକ ଏଠାର ବିଭିନ୍ନ କାଠମୁଖାକୁ ଦେଖନ୍ତି ସେତେବେଳେ ଖୁବ୍‌ ଖୁସି ଲାଗେ । ପ୍ରତ୍ୟେକ ମୁଖା ପଛରେ କିଛି ଅକୁହା କାହାଣୀ ରହିଛି। ଏମିତିରେ ଓଡ଼ିଶାର କଳା ସଂସ୍କୃତି ପରିଚୟକୁ ନେଇ ଗର୍ବ ଅନୁଭବ କରିଥାଉ। ପଥର ପରି କାଠ ଖୋଦେଇ ବି ଆମ ରାଜ୍ୟର ଏକ ପୁରାତନ ହସ୍ତଶିଳ୍ପକଳା। ଏବେ ପ୍ରାୟ ୫ଜଣ କାଠମୁଖା କାରିଗର ଏହି କାମ କରି ନିଜ ପରିବାର ଚଳାଉଛନ୍ତି ଏବଂ ନିଜ ଅଞ୍ଚଳର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥିଯୋଗୁ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ମିଳିଛି।

କାଠମୁଖା ତିଆରି ପ୍ରଣାଳୀ-ବିଭିନ୍ନ ପ୍ରକାର କାଠମୁଖା ତିଆରି ପାଇଁ ପ୍ରଥମେ କେତେକ ନିର୍ଦ୍ଦିଷ୍ଟ ଗଛ ଯଥା-ଫାଶି, ସିମୁଳି, ପାଳଧୁଆ ଓ ଦେବଦାରୁ ଆଦି ଗଛର କଞ୍ଚାକାଠକୁ ସଂଗ୍ରହ କରିଥାଉ। ଆବଶ୍ୟକ ମାପ ଅନୁସାରେ କାଠକୁ ସାଇଜକରି କାଟିଥାଉ। ମୁଖା ତିଆରି ପୂର୍ବରୁ ସେହି କାଠରେ ଚିତ୍ରକୁ ଅଙ୍କନ କରାଯାଇଥାଏ। ତା ପରେ ନିହଣରେ କଞ୍ଚାକାଠକୁ ଖୋଦନ କରାଯାଇଥାଏ। ମୁଖା ତିଆରି ହୋଇଗଲା ପରେ ସେହି ମୁଖାକୁ କିଛିଦିନ ଛାଇରେ ଶୁଖାଯାଏ। ତା’ ପରେ ତେନ୍ତୁଳି ଅଠାରେ ଲେସିଥାଉ। ଏହାପରେ ସେହି ଅଠା ଉପରେ ଓଦା କପଡ଼ାକୁ ପକାଯାଇଥାଏ। ପରେ ତାହାକୁ ଛାଇରେ ଶୁଖାଯାଇ ତା’ଉପରେ ଚୂନ ଖଡ଼ିକୁ ବୋଳାଯାଇଥାଏ । ଏହା ଶୁଖିଗଲା ପରେ ସେଥିରେ ବିଭିନ୍ନ ପାରମ୍ପରିକ ରଙ୍ଗ ଦେଇ ରଙ୍ଗିନ କରାଯାଇଥାଏ। ଏବେ ଘରର ସୌଖୀନ ସାଜସଜ୍ଜା-ତେବେ ଆଜିକାଲି ଅନେକ ପାରମ୍ପରିକ କଳାକୃତିକୁ ସୌଖୀନ ସାଜସଜ୍ଜା ସାମଗ୍ରୀ ଭାବେ ଘର କାନ୍ଥରେ ଝୁଲେଇଥାନ୍ତି । ବିଭିନ୍ନ ଶୋ ରୁମ୍‌ରେ ମଧ୍ୟ ଏହି କାଠମୁଖାକୁ ସଜେଇ ରଖାଯାଉଥିବାର ଦେଖିବାକୁ ମଳେ, ଯାହା କି ପାରମ୍ପରିକ କଳାକୃତିକୁ ଭଲ ପାଉଥିବା ପରିଚୟଦିଏ।

ବିକ୍ରି ବ୍ୟବସ୍ଥା-କାଠମୁଖା ସାଇଜ ଓ ଗଠନକୁ ନେଇ ବିଭିନ୍ନ ମୂଲ୍ୟରେ ବିକ୍ରି କରାଯାଇଥାଏ। ସାଧାରଣତଃ ଗୋଟିଏ କାଠମୁଖାର ଦାମ୍‌ ପ୍ରାୟ ୩୦୦ ଟଙ୍କାରୁ ଆରମ୍ଭକରି ସାଇଜ ଅନୁସାରେ ୧୨/୧୫ଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଥାଏ। ତେବେ ଏହି କାଠମୁଖା କଳାକାରିଗରି ବାଘମାରୀ ଅଞ୍ଚଳକୁ ଭିନ୍ନପରିଚୟ ଦେଉଛି। ଏଠାରୁ କାରିଗରମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ବିଭିନ୍ନ କାଠତିଆରି ମୁଖାକୁ ବିକ୍ରି କରିବାକୁ ନେଇଥାନ୍ତି। ବିଶେଷକରି ପୁରୀ, ଭୁବନେଶ୍ୱରରେ ଏହି କାଠମୁଖାର ଚାହିଦା ଭଲ ରହିଛିି। ଜଣେ କାରିଗର କାଠମୁଖା ତିଆରିକରି ମାସକୁ ପ୍ରାୟ୧୫ରୁ ୨୦ହଜାର ଟଙ୍କା ରୋଜଗାର କରିପାରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri