Posted inଖେଳ

ନଭେମ୍ବର ୪ରୁ ୯ ମଧ୍ୟରେ ମହିଳା ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବ

ନୂଆଦିଲ୍ଲୀ,୧।୧୦(ପି.ଟି.): ମହିଳାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଭାବେ ଜଣାଶୁଣା ଥିବା ବହୁପ୍ରତୀକ୍ଷିତ ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆସନ୍ତା ନଭେମ୍ବର ୪ରୁ ୯ ତାରିଖ ମଧ୍ୟରେ ଆୟୋଜନ ହେବ। ଏ ନେଇ ଆଇପିଏଲ୍‌ର ଜଣେ ଅଧିକାରୀ ବୁଧବାର ସ୍ପଷ୍ଟ କରିଛନ୍ତି।
କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତରେ ମହିଳା କ୍ରିକେଟ ଠପ୍‌ ହୋଇଯାଇଛି। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କଡ଼ା ସମାଲୋଚନାର ମଧ୍ୟ ଶିକାର ହୋଇଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି କହିଆସୁଥିଲେ। ଏବେ ଆଇପିଏଲ୍‌ ତରଫରୁ ସ୍ପଷ୍ଟ କରାଯାଇଛି। ଟ୍ରେଲବ୍ଲେଜର, ଭେଲୋସିଟି ଓ ସୁପରନୋଭାସ ଭଳି ୩ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ସିଙ୍ଗଲ୍‌ ରାଉଣ୍ଡ ରବିନ୍‌ ଲିଗ୍‌ରେ ଦଳଗୁଡିକ ପରସ୍ପରକୁ ମୁକାବିଲା କରିବେ। ୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ନୂଆ ମହିଳା ଚୟନକର୍ତ୍ତା ନୀତୁ ଡେଭିଡ୍‌ଙ୍କ ଅଧ୍ୟକ୍ଷତାରେ ଦଳଗୁଡିକ ଚୟନ କରାଯିବ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଦଳଗୁଡିକ ୟୁଏଇ ଯାତ୍ରା କରିବେ। ଖେଳାଳି ଓ ଅଫିସିଆଲମାନେ ବାଧ୍ୟତାମୂଳକ ଭାବେ ୬ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ମହିଳା କ୍ରିକେଟରମାନଙ୍କୁ ଅଭ୍ୟାସ ତଥା ଟ୍ରେନିଂ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ। ୩ଟି ଦଳରେ ଅଧିକ ସଂଖ୍ୟାକ ଭାରତୀୟ ମହିଳା କ୍ରିକେଟର ରହିବେ। ସ୍ବାସ୍ଥ୍ୟଗତ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି। ମହିଳା ବିଗ୍‌ ବାସ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌) ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ତାରକା କ୍ରିକେଟରମାନେ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଡବ୍ଲ୍ୟୁବିବିଏଲ୍‌ରେ ୩ଜଣ ଭାରତୀୟ ଖେଳାଳି ଶେଫାଳ ବର୍ମା, ସ୍ମୃତି ମନ୍ଦାନା ଓ ହରମନପ୍ରୀତ କୌର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ୩ ଖେଳାଳି ଏହି ହାଇପ୍ରୋଫାଇଲ ଲିଗ୍‌ରେ ଅଂଶଗ୍ରହଣ କରିବେ ନାହିଁ। ଆବୁଧାବିରେ ସ୍ବତନ୍ତ୍ର କ୍ୱାରାଣ୍ଟାଇନ ନିୟମ ଥିବାରୁ ଟୁର୍ନାମେଣ୍ଟର ୪ଟି ମ୍ୟାଚ୍‌ ଶାରଜା କିମ୍ବା ଦୁବାଇରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?