Posted inଜାତୀୟ

ଏହି ଦିନ ମହିଳାଙ୍କ ଆକାଉଣ୍ଟ୍‌କୁ ପ୍ରତି ମାସରେ ଆସିବ ଏତିକି ଟଙ୍କା, ୫ ବର୍ଷ ପର୍ଯ୍ୟନ୍ତ ରହିବ ନାହିଁ ଟଙ୍କା ଟେନ୍‌ସନ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ମୁମ୍ବାଇ,୧୭ା୮: ମହାରାଷ୍ଟ୍ର ସରକାର ରାଜ୍ୟର କୋଟି କୋଟି ମହିଳାଙ୍କୁ ଏକ ଅନନ୍ୟ ଉପହାର ଦେବାକୁ ଯାଉଛନ୍ତି। ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ଆକାଉଣ୍ଟରେ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନେ ଆସନ୍ତା ୫ ବର୍ଷ ପାଇଁ ସୁବିଧା ପାଇପାରିବେ।

ରାଜ୍ୟ ସରକାର ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମାଝି ଲଡ୍‌କୀ ବେହନ ଯୋଜନା ବୋଲି କହିଛନ୍ତି। ଏହି ଯୋଜନା ଅନୁଯାୟୀ, ରାଜ୍ୟ ସରକାର ହିତାଧିକାରୀ ମହିଳାଙ୍କ ଆକାଉଣ୍ଟରେ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବେ। ମହାରାଷ୍ଟ୍ରର ସେହି ମହିଳାମାନେ, ଯେଉଁମାନେ ୨୧ ବର୍ଷରୁ ୬୫ ବର୍ଷ ବୟସ ଏବଂ ଯାହାଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍‌, ସେମାନେ ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ପାଇପାରିବେ। ଅର୍ଥାତ୍‌ ଏହି ଯୋଜନା ସେହି ମହିଳାମାନଙ୍କୁ ସିଧାସଳଖ ସଶକ୍ତ କରିବ,  ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ଏହି ଯୋଜନାର ଲାଭ ଆସନ୍ତା ୫ ବର୍ଷ ପାଇଁ ଉପଲବ୍ଧ ହେବ।

ମହାରାଷ୍ଟ୍ର ସରକାରଙ୍କ ଏହି ଯୋଜନାରେ ପ୍ରାୟ ୧.୫ କୋଟି ମହିଳା ସିଧାସଳଖ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୪ ଅଗଷ୍ଟ ବୁଧବାର ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ପାଇବା ପାଇଁ ୧.୬୯ କୋଟି ଆବେଦନ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୧.୩୬ କୋଟି ଆବେଦନ ସଠିକ୍‌ ବୋଲି ଜଣାପଡ଼ିଛି। ଏହି ଯୋଜନା ପାଇଁ ଆବେଦନ ତାରିଖ ସରକାର ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି। ଏହି କାରଣରୁ, ଆଗାମୀ ଦିନରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧.୫ କୋଟି ଅତିକ୍ରମ କରିପାରେ ବୋଲି ଆଶା କରାଯାଉଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶନିବାର ପୁଣେରେ ଏହି ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଏହି ଯୋଜନା ଅଧୀନରେ ଲାଭ ଆରମ୍ଭ ହୋଇସାରିଛି। ରାଜ୍ୟ ସରକାର ୩୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୩୦୦୦ ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଲାଭ ଗତ ମାସରୁ ଆରମ୍ଭ ହେଉଛି ଯଥା ଜୁଲାଇ ୨୦୨୪। ଏହି କାରଣରୁ ଜୁଲାଇ ଏବଂ ଅଗଷ୍ଟ ଦୁଇମାସ ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଛି। ସରକାରୀ ଆରମ୍ଭ ପୂର୍ବରୁ ମଧ୍ୟ ସରକାର ଟଙ୍କା ପଠାଇବା ଆରମ୍ଭ କରିଛନ୍ତି, ଯାହାଫଳରେ ଶେଷ ମୁହୂର୍ତ୍ତରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ସରକାରଙ୍କ ବଡ଼ ଘୋଷଣା: ସରକାରୀ କାମରେ ବିଳମ୍ବ କଲେ ଗଣିବେ ଜରିମାନା

ନୂଆଦିଲ୍ଲୀ, ୯।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ସରକାରୀ ସେବା…

ଫୋନରେ କଥା ହେଲେ ଜେଲେନସ୍କି-ମୋଦି: ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯୁଦ୍ଧ ଶେଷ ପାଇଁ …

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା: ଭାରତୀୟ ଦଳକୁ ଫେରିଲେ ୨ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୯।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି। ସ୍ମୃତି…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଏମିତି ବି ଆସେ ମୃତ୍ୟୁ… କ୍ଲାସ୍‌ରୁମ୍‌ରେ ଟଳିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ରାଜକନିକା,୯।୧୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ତ୍ରିଲୋକ୍ୟପୁର ପଞ୍ଚାୟତ ଆୟତନସ୍ଥିତ କମଳା ମଡେଲ ଆଦର୍ଶ ଉଚ୍ଚ ବାଳିକା ବିଦ୍ୟାଳୟରେ ସୋମବାର ଘଟିଛି ଏକ ଦୁଃଖଦ…

ଆଜିଠୁ ଫୁଟାଇ ପାରିବେନି ରକେଟ୍ ବାଣ, ଜାରି ହେଲା କଟକଣା

ମୁମ୍ବାଇ,୯।୧୧: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ବଢ଼ିବା ପରେ ମୁମ୍ବାଇରେ ବଡ଼ ପଦକ୍ଷେପ ନେଇଛି ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (BMC) । ସହରରେ ରକେଟ୍‌…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?