ଯୌତୁକ ନିଆଁରେ ଜଳିଗଲେ ମହିଳା

ରାଜନଗର,୧୦।୩: ତାଳଚୁଆ ସାମୁଦ୍ରିକ ଥାନା ଅଧୀନ ବାଘମାରୀ ଗାଁରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବୈଶାଖୀ ପାଳ। ଶାଶୁ, ଶ୍ୱଶୁର, ସ୍ବାମୀ ଓ ଦିଅର ମିଶି ତାଙ୍କୁ ହତ୍ୟା କରିଥିବା ବୈଶାଖୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଗାଁର ମାନଗୋବିନ୍ଦ ମାନାଙ୍କ ଝିଅ ବୈଶାଖୀ(୨୨) ଗତ ୫ ବର୍ଷ ତଳେ ବାଘମାରୀ ଗାଁର ଗଣେଶ ପାଳଙ୍କ ପୁଅ ତାପସଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ମାତ୍ର ବରପକ୍ଷ ଅଧିକ ଯୌତୁକ ଦାବି କରୁଥିଲେ। ଏହାକୁ ନେଇ ବୈଶାଖୀଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ବୈଶାଖୀଙ୍କ ବାପାଙ୍କ ପାଖକୁ ଫୋନ ଆସିଥିଲା। ତୁମ ଝିଅ ଦେହ ଖରାପ ଅଛି। ଶୀଘ୍ର ଆସ ବୋଲି ଶାଶୁଘର ଲୋକେ ଡାକିଥିଲେ। ମାନଗୋବିନ୍ଦ ପହଞ୍ଚତ୍ ଝିଅ ମରି ପଡିଥିବା ଦେଖିଥିଲେ। ଏ ନେଇ ଗାଁରେ ଏକ ବୈଠକ ବସିଥିଲା। ହେଲେ କୌଣସି ସମାଧାନ ସୂତ୍ର ନ ବାହାରିବାରୁ ବୈଶାଖୀଙ୍କ ବାପା ତାଳଚୁଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri