Posted inଫୁରସତ

ଅସରପା ଭୟରେ ୧୮ଥର ଘର ବଦଳାଇଲେଣି ଏହି ମହିଳା

ସାଧାରଣତଃ କୌଣସି ଘର କିମ୍ବା ଘରର ପାଖ ପରିବେଶ ଭଲ ନ ଥିଲେ ଲୋକମାନେ ଭଡା ଘର ବଦଳାଇ ଥା’ନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଅସରପା ଭୟରେ କେହି ୧୮ଥର ବଦଳାଇ ଦେଇପାରିବେ। କିନ୍ତୁ ଏହା ସତ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହା ଘଟିଛି। ଏଠାରେ ଏକ ଦମ୍ପତିଙ୍କ ବିବାହ ତିନି ବର୍ଷ ତଳେ ହୋଇଥିଲା। ଏହି ସମୟ ମଧ୍ୟରେ ସେମାନେ ୧୮ଥର ଘର ବଦଳାଇଥିବା ମହିଳାଙ୍କ ସ୍ବାମୀ କହିଛନ୍ତି। ତାଙ୍କ ସ୍ତ୍ରୀ ଅସରପାକୁ ବହୁତ ଭୟ କରନ୍ତି। କୌଣସି ଘରେ ଅସରପାଟିଏ ଦେଖିଲେ ସେ ଚିତ୍କାର କରନ୍ତି, ସଙ୍ଗେ ସଙ୍ଗେ ଘର ବଦଳାଇବାକୁ ଦାବି କରନ୍ତି। ଏହି କାରଣରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସେ କହିଛନ୍ତି। ସ୍ତ୍ରୀଙ୍କ ଏଭଳି ଆଚରଣ ଅତିଷ୍ଟ ହୋଇ ସ୍ବାମୀ ତାଙ୍କୁ ଛାଡପତ୍ର ଦେବାକୁ ଯୋଜନା କରିଛନ୍ତି। ଏପରିକି ସେ ଆଇନଗତ ସହାୟତା ଲୋଡିଛନ୍ତି।
ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଅନେକ ଘରୋଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇଥିଲେ ମଧ୍ୟ ସ୍ତ୍ରୀ ଔଷଧ ଖାଇବାକୁ ପ୍ରସ୍ତୁତ ନୁହଁନ୍ତି। ଏଥିସହ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କ ସମସ୍ୟା ବୁଝନ୍ତି ନାହିଁ ଏବଂ ତାଙ୍କୁ ପାଗଳ ଘୋଷଣା କରିବା ପାଇଁ ଲାଗିପଡିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଗୁଳି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri