ଆର୍ଥିକ ଅନଟନରୁ ସାଜିଲେ ହତ୍ୟାକାରୀ: ସ୍ତ୍ରୀ-ପୁଅଙ୍କୁ ନିଶା ଔଷଧ ଦେଇ ତଣ୍ଟି ଚିପି ମାରିଦେଲେ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ମଙ୍ଗଳବାର ଘଟିଥିବା ଡବଲ୍‌ ମର୍ଡର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ଏହି ହତ୍ୟାକାଣ୍ଡ ପଛରେ ମହିଳାଙ୍କ ସ୍ବାମୀ ଅବନ୍ତୀ ମଙ୍ଗରାଜ ଥିବା ଜଣାପଡ଼ିଛି। ଆର୍ଥିକ ସମସ୍ୟା ପାଇଁ ସେ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ହତ୍ୟା କରିଥିବା ନେଇ ବୁଧବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସ୍ପଷ୍ଟ କରିଛନ୍ତି।
ଡିସିପି କହିଛନ୍ତି, ଅଭିଯୁକ୍ତଜଣଙ୍କ ବିଭିନ୍ନ ଜାଗାରୁ ଟଙ୍କା ଧାର ଆଣିଥିଲେ। ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ସେ ସ୍ତ୍ରୀ ଓ ପୁଅଙ୍କୁ ନିଦ ଔଷଧ ଦେଇଥିଲେ। ଏହାପରେ ଉଭୟ ଗଭୀର ନିଦରେ ଶୋଇପଡ଼ିଥିଲେ। ରାତି ୩ଟା ବେଳେ ସେ ପ୍ରଥମେ ସ୍ତ୍ରୀ ଓ ପରେ ପୁଅଙ୍କ ବେକକୁ ଓଢ଼ଣୀରେ ଭିଡି ହତ୍ୟା କରିଥିଲେ। ଏହାପରେ ସେ ନିଜେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ। ହେଲେ ବିଫଳ ହୋଇଥିଲେ। ମଙ୍ଗଳବାର ଦିନ ୧୦ଟା ଯାଏ ସେ ଘରେ ରହିଥିଲେ। ଏହାପରେ ସେ ଘରକୁ ଭିତରପଟୁ ବନ୍ଦ କରି ଛାତ ଉପରୁ ଡେଇଁ ବାହାରକୁ ଚାଲିଯାଇଥିଲେ। ଭୁବନେଶ୍ୱରରେ ବୁଲୁଥିବା ବେଳେ ନିଜ ଭଣଜାଙ୍କୁ ହ୍ବାଟ୍ସଆପ୍‌ ଜରିଆରେ ସ୍ତ୍ରୀ ଓ ପୁଅଙ୍କୁ ହତ୍ୟା କରିଥିବା ଜଣାଇଥିଲେ। ଏପରିକି ସେ ନିଜେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ଭଣଜାଙ୍କ ବୟାନ ପରେ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି। ତେବେ ମହିଳା ଓ ତାଙ୍କ ପୁଅର ମୃତଦେହର ପୋଷ୍ଟମର୍ଟମ ଏମ୍ସରେ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କଳିଙ୍ଗନଗର ଅଞ୍ଚଳର ଏକ ଘର ଭିତରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଦ୍ୱୟ ହେଲେ ସ୍ବର୍ଣ୍ଣଲତା ମଙ୍ଗରାଜ ଏବଂ ୯ ବର୍ଷର ପୁଅ ଦିପ୍ତିଦୀପକ। ସେମାନଙ୍କୁ ହତ୍ୟା କରିବା ପରେ ସ୍ବାମୀ ଅବନ୍ତୀ ଫେରାର ହୋଇଯିବା ସହ ଏ ବିଷୟରେ ଶଳା ଓ ଭଣଜାଙ୍କୁ ଜଣାଇଥିଲେ। ପରେ ପୋଲିସ ଉପସ୍ଥିତିରେ ଘରର କବାଟ ଭଙ୍ଗାଯାଇ ଉଭୟ ମୃତଦେହକୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri