Advertisement

ପୁଅ,ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ

ପଦ୍ମପୁର,୨୪ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ପୀରହାଟ ଥାନା ଅଧୀନସ୍ଥ ଖିଦିରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଝିଅ ସାଥିରେ  ମିଶି ସ୍ତ୍ରୀ ସ୍ବାମୀଙ୍କୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୃତକଙ୍କ ୮୦ ବର୍ଷୀୟା ମା’ ବେଙ୍ଗ ଦାସ ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ରାତିରେ ଏମାନେ ମୃତକ ବାବୁଆ ଦାସଙ୍କୁ ମାଡ଼ ମାରିଥିଲେ। ତାଙ୍କୁ ପ୍ରଥମେ ପୀରହାଟ ପରେ ତିହିଡ଼ି ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଲିଖିତ ଅଭିଯୋଗ ଅନୁଯାୟୀ, ପୀରହାଟ ଥାନାରେ ବିଭିନ୍ନ ଦଫା ବଳରେ ୧୬୯/୨୨ ନଂ ମକଦ୍ଦମା ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିବ୍ବତୀୟଙ୍କୁ ଦୀର୍ଘ ମିଆଦୀ ଜମି ଲିଜ୍‌ଦେଲେ ଆନ୍ଦୋଳନ

ଚନ୍ଦ୍ରଗିରି,୨୬ା୯(ଡି.ଏନ.ଏ.)-ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ତହସିଲ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ହେଲା ତିବ୍ବତୀୟମାନେ ଶରଣାର୍ଥୀଭାବେ ରହୁଛନ୍ତି। ସରକାରଙ୍କ ନିୟମ...

ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ୨ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନଗିରି,୨୩ା୬ (ସ୍ବ.ପ୍ର.)- ମାଲକାନଗିରି ଜିଲାରେ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ମାଥିଲି ବ୍ଲକର ୨ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ...

ଖଡଗ୍‌ପୁର ରେଳଷ୍ଟେଶନରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଳେଶ୍ୱର,୨୮।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଶନିବାର ଭୋର ସମୟରେ ଖଡଗ୍‌ପୁର ରେଳଷ୍ଟେଶନରୁ ରେଳବାଇ ପୋଲିସ ଗିରଫ...

ବୋର୍ଡରେ ଲେଖାଯିବ ଡାକ୍ତରଙ୍କ କାର୍ଯ୍ୟସୂଚୀ

କଳିଙ୍ଗନଗର,୧୮ା୧୧(ଡି.ଏନ.ଏ.): ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରଥମ ରୋଗୀ କଲ୍ୟାଣ ସମିତି ବୈଠକ ଭିଡିଓ କନଫରେନ୍ସରେ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଟୋଲ୍‌ପ୍ଲାଜା ବିରୋଧରେ ତାତିଲେ ଲୋକେ

ବରଗଡ଼ ଅଫିସ,୨୮ା୪: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଅଶୋକ ବିଲକନ୍‌ର ଟୋଲପ୍ଲାଜାର ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଛି। ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଭାବେ...

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଆନନ୍ଦପୁର,୨୭।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ୧୨ନଂ. ଜୋନ୍‌ର ୮ଟି ପଞ୍ଚାୟତର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ରାମଚନ୍ଦ୍ରପୁର, ଅଳତୀ,...

ମଣ୍ଡି ଖୋଲିବାରେ ବିଳମ୍ବ: ପ୍ରତିବାଦରେ ଚାଷୀଙ୍କ ଧାରଣା

ବନ୍ତଳା,୬ା୧(ଡି.ଏନ.ଏ.)- ଧାନମଣ୍ଡି ଖୋଲାଯିବାରେ ବିଳମ୍ବ ପ୍ରତିବାଦରେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ରେ ଥିବା ସେବା ସମବାୟ ସମିତି ସମ୍ମୁଖରେ ସୋମବାର ୫୦ରୁ ଊଦ୍ଧର୍‌ବ ଚାଷୀ...

ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ: ମାଷ୍ଟରମାଇଣ୍ଡ ଗିରଫ, ଜଣେ ଫେରାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଜଣେ ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ କରି ସାଢେ ୩ଲକ୍ଷ ନେବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ରବିବାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement
Archives

Model This Week