Posted inଫୁରସତ

ସ୍ବାମୀଙ୍କ ଝିଅ ସାଙ୍ଗଙ୍କ ପ୍ରେମରେ ପଡ଼ିଲେ ସ୍ତ୍ରୀ, ନେଲେ ଏପରି ଅଜବ ନିଷ୍ପତ୍ତି; ଜାଣିଲେ…

‘ସ୍ତ୍ରୀ-ସ୍ବାମୀ ଏବଂ ସିଏ’ ସମ୍ପର୍କରେ ବହୁତ ଶୁଣିଥିବେ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ସିଏଟଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ବିବାହ ପରେ ସ୍ବାମୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଉଭୟଲିଙ୍ଗୀ । ଯେଉଁଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମ ଗିଫ୍ଟ ଦେଇଥିଲେ। ତାଙ୍କ ସ୍ତ୍ରୀ ଯେଉଁ ଝିଅକୁ ଭଲ ପାଉଥିଲେ ସ୍ବାମୀ ତାଙ୍କୁ ଘରକୁ ନେଇଆସିଲେ। ଏହା ପରେ ତିନିଜଣଙ୍କ ଜୀବନ ଏକ ପରି ଚାଲିଲା।

ଏହି କପଲଙ୍କ ପ୍ରେମକାହାଣୀ କଲେଜ ସମୟରୁ ଆରମ୍ଭ ହୋଇଥିଲା। ସ୍ବାମୀ ଜଷ୍ଟିନ୍‌ ପେସାରେ ଜଣେ କମେଡିଆନ। ସେ କହିଛନ୍ତି, ୨୦୦୬ରେ ଏକ କମେଡି ଶୋ’ରେ କ୍ୟାଟିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଏହା ପ୍ରେମରେ ରୂପାନ୍ତରିତ ହୋଇଥିଲା। କିଛିବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ୨୦୧୩ରେ କ୍ୟାଟି ଏବଂ ଜଷ୍ଟିନ୍‌ଙ୍କ ବିବାହ ହୋଇଥିଲା। କୁହାଯାଏ ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ଲୁଚାଛପା ରହେ ନାହିଁ। ଏମିତି ଏକ ସିକ୍ରେଟ ସ୍ବାମୀଙ୍କୁ କହିଥିଲେ କ୍ୟାଟି। ଯାହା ଶୁଣି ସ୍ବାମୀ ଆଶ୍ଚର୍ଯ୍ୟ ହୋଇଥିଲେ।

କ୍ୟାଟି କହିଥିଲେ, ସେ ଉଭୟଲିଙ୍ଗୀ। ଏହାକୁ ସେ ଜଣାଇବାକୁ ଚାହାନ୍ତି। ଏହା ପରେ ଜଷ୍ଟିନ୍‌ଙ୍କୁ ତାଙ୍କ ବନ୍ଧୁ କ୍ଲେୟରଙ୍କ ସମ୍ପର୍କରେ କହିଥିଲେ। କ୍ଲେୟରଙ୍କୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖିଥିଲେ। ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଜଷ୍ଟିନ୍‌ କୁହନ୍ତି, ୩୬ ବର୍ଷୀୟା କ୍ଲେୟର ଥୋର୍ନହିଲ୍‌ ତାଙ୍କ କଲେଜ ବେଳର ସାଙ୍ଗ। ଯେତେବେଳେ ସେ ଜାଣିଲେ ତାଙ୍କ ସ୍ତ୍ରୀ କ୍ୟାଟି ତାଙ୍କରି ବନ୍ଧୁ କ୍ଲେୟରଙ୍କୁ ହିଁ ପ୍ରେମ କରୁଛନ୍ତି ସେ କ୍ଲେୟରଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ। କ୍ଲେୟର କୁହନ୍ତି, ଜଷ୍ଟିନ୍‌ ଏବଂ ସ୍ତ୍ରୀ ଯେତେବେଳେ ତାଙ୍କୁ ସମ୍ପର୍କରେ କହିଥିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ଏହା ପୂର୍ବରୁ ସେ ବି କ୍ୟାଟିଙ୍କ ପ୍ରେମରେ ପଡ଼ିସାରିଥିଲେ। ତେଣୁ ୩ ଜଣ ଏକାଠି ରହିବାକୁ ନିଷ୍ପତ୍ତି ନେଲେ। ସେମାନେ କହିଛନ୍ତି, ଆମ ତିନିଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ କିଛି ସମସ୍ୟା ଉପୁଜିଲେ ଆମେ ଏକାଠି ବସି ସମାଧାନ କରୁ। ଆମେ ବହୁତ ଖୁସିରେ ଅଛୁ। ଜଣେ ଜଣଙ୍କୁ ପାଇଁ ଖୁବ୍‌ ଭାଗ୍ୟଶାଳୀ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?