Posted inଫୁରସତ

ସ୍ବାମୀଙ୍କ ଝିଅ ସାଙ୍ଗଙ୍କ ପ୍ରେମରେ ପଡ଼ିଲେ ସ୍ତ୍ରୀ, ନେଲେ ଏପରି ଅଜବ ନିଷ୍ପତ୍ତି; ଜାଣିଲେ…

‘ସ୍ତ୍ରୀ-ସ୍ବାମୀ ଏବଂ ସିଏ’ ସମ୍ପର୍କରେ ବହୁତ ଶୁଣିଥିବେ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ସିଏଟଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ବିବାହ ପରେ ସ୍ବାମୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଉଭୟଲିଙ୍ଗୀ । ଯେଉଁଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମ ଗିଫ୍ଟ ଦେଇଥିଲେ। ତାଙ୍କ ସ୍ତ୍ରୀ ଯେଉଁ ଝିଅକୁ ଭଲ ପାଉଥିଲେ ସ୍ବାମୀ ତାଙ୍କୁ ଘରକୁ ନେଇଆସିଲେ। ଏହା ପରେ ତିନିଜଣଙ୍କ ଜୀବନ ଏକ ପରି ଚାଲିଲା।

ଏହି କପଲଙ୍କ ପ୍ରେମକାହାଣୀ କଲେଜ ସମୟରୁ ଆରମ୍ଭ ହୋଇଥିଲା। ସ୍ବାମୀ ଜଷ୍ଟିନ୍‌ ପେସାରେ ଜଣେ କମେଡିଆନ। ସେ କହିଛନ୍ତି, ୨୦୦୬ରେ ଏକ କମେଡି ଶୋ’ରେ କ୍ୟାଟିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଏହା ପ୍ରେମରେ ରୂପାନ୍ତରିତ ହୋଇଥିଲା। କିଛିବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ୨୦୧୩ରେ କ୍ୟାଟି ଏବଂ ଜଷ୍ଟିନ୍‌ଙ୍କ ବିବାହ ହୋଇଥିଲା। କୁହାଯାଏ ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ଲୁଚାଛପା ରହେ ନାହିଁ। ଏମିତି ଏକ ସିକ୍ରେଟ ସ୍ବାମୀଙ୍କୁ କହିଥିଲେ କ୍ୟାଟି। ଯାହା ଶୁଣି ସ୍ବାମୀ ଆଶ୍ଚର୍ଯ୍ୟ ହୋଇଥିଲେ।

କ୍ୟାଟି କହିଥିଲେ, ସେ ଉଭୟଲିଙ୍ଗୀ। ଏହାକୁ ସେ ଜଣାଇବାକୁ ଚାହାନ୍ତି। ଏହା ପରେ ଜଷ୍ଟିନ୍‌ଙ୍କୁ ତାଙ୍କ ବନ୍ଧୁ କ୍ଲେୟରଙ୍କ ସମ୍ପର୍କରେ କହିଥିଲେ। କ୍ଲେୟରଙ୍କୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖିଥିଲେ। ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଜଷ୍ଟିନ୍‌ କୁହନ୍ତି, ୩୬ ବର୍ଷୀୟା କ୍ଲେୟର ଥୋର୍ନହିଲ୍‌ ତାଙ୍କ କଲେଜ ବେଳର ସାଙ୍ଗ। ଯେତେବେଳେ ସେ ଜାଣିଲେ ତାଙ୍କ ସ୍ତ୍ରୀ କ୍ୟାଟି ତାଙ୍କରି ବନ୍ଧୁ କ୍ଲେୟରଙ୍କୁ ହିଁ ପ୍ରେମ କରୁଛନ୍ତି ସେ କ୍ଲେୟରଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ। କ୍ଲେୟର କୁହନ୍ତି, ଜଷ୍ଟିନ୍‌ ଏବଂ ସ୍ତ୍ରୀ ଯେତେବେଳେ ତାଙ୍କୁ ସମ୍ପର୍କରେ କହିଥିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ଏହା ପୂର୍ବରୁ ସେ ବି କ୍ୟାଟିଙ୍କ ପ୍ରେମରେ ପଡ଼ିସାରିଥିଲେ। ତେଣୁ ୩ ଜଣ ଏକାଠି ରହିବାକୁ ନିଷ୍ପତ୍ତି ନେଲେ। ସେମାନେ କହିଛନ୍ତି, ଆମ ତିନିଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ କିଛି ସମସ୍ୟା ଉପୁଜିଲେ ଆମେ ଏକାଠି ବସି ସମାଧାନ କରୁ। ଆମେ ବହୁତ ଖୁସିରେ ଅଛୁ। ଜଣେ ଜଣଙ୍କୁ ପାଇଁ ଖୁବ୍‌ ଭାଗ୍ୟଶାଳୀ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri