Posted inଫୁରସତ

ମାତ୍ର ୮ ବର୍ଷ ବୟସରେ ହୋଇଥିଲା ପାରାଲିସିସ୍‌: ଯୋଗ ଯୋଗୁ ବଦଳିଗଲା ପୁରା ଜୀବନ; ଏବେ…

ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ପ୍ରେରଣାଦାୟୀ।

ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ ଗାଁରେ ରାମଦେବଙ୍କ ଜନ୍ମ ହୋଇଥିଲା। ସେଠାରେ ଥିବା ସରକାରୀ ସ୍କୁଲରୁ ସେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ଗୁରୁକୁଳରୁ ସଂସ୍କୃତ ଏବଂ ଯୋଗ ଶିକ୍ଷା ଲାଭ କରିଥିଲେ।

ତେବେ ସ୍କୁଲରେ ପଢ଼ିବା ସମୟରେ ରାମଦେବଙ୍କ ବାମ ପଟ ଅଙ୍ଗ ପାରାଲିସିସ୍‌ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା। ପାଠପଢ଼ା ସାରି ସାଙ୍ଗମାନଙ୍କ ସହ ଘରକୁ ଫେରୁଥିବା ସମୟରେ ହଠାତ୍‌ ସେ ଭୂମିରେ ଟଳିପଡ଼ିଥିଲେ। ସେ ଛଟପଟ ହେଉଥିବା ଦେଖି ତାଙ୍କ ବନ୍ଧୁମାନେ ଡରି ଯାଇଥିଲେ ଏବଂ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ।

ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପାରାଲିସିସ୍‌ ହୋଇଯାଇଥିବା କହିଥିଲେ। ଏପରିକି ସେ ଆଉ ନିଜର ବାମ ଅଙ୍ଗଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ। ଏହାଶୁଣି ହାର ମାନି ନ ଥିଲେ ରାମଦେବ। ପକ୍ଷାଘାତ ହେବାରୁ ସେ ସାଙ୍ଗମାନଙ୍କ ସହ ଖେଳିପାରି ନ ଥିଲେ। ହେଲେ ସେ ପାଠପଢ଼ା ଛାଡ଼ି ନ ଥିଲେ। ଏକଦା ତାଙ୍କୁ ଏକ ବହି ମିଳିଥିଲା। ଯୋଗଦ୍ୱାରା ଶରୀର ଏବଂ ଆତ୍ମାକୁ ନିଜ କବଳରେ କରାଯାଇପାରିବ ବୋଲି ଲେଖାଯାଇଥିଲା। ଏହା ଦେଖି ରାମଦେବ ଯୋଗ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥିଲେ।

ନିୟମିତ ଯୋଗ କରିବାଦ୍ୱାରା ଧିରେ ଧିରେ ତାଙ୍କ ବାମପଟ ଅଙ୍ଗ ଠିକ୍‌ ହୋଇଥିଲା। ଏବେ ରାମଦେବଙ୍କ ବାମପଟ ଅଂଶ ସମ୍ପୂର୍ଣ୍ଣ ଠିକ୍‌ ହୋଇଯାଇଛି। ହେଲେ ବାମଆଖିରେ ଦେଖିବାରେ ସାମାନ୍ୟ ଅସୁବିଧା ହୋଇଥାଏ। ଆଖି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ତାଙ୍କୁ ଦେଖାଯାଉ ନ ଥିଲା। ସେତେବେଳେ ସେ ଯୋଗକୁ ଏକ ଚିକିତ୍ସା ପ୍ରଣାଳୀ ଭାବେ ଜୀବନରେ ସାମିଲକରିଥିଲେ। ଏବେ ଏହା ତାଙ୍କୁ ଖ୍ୟାତି ଦେଇଛି। ସେ ଏବେ ଦେଶବିଦେଶରେ ଯୋଗ ଶିକ୍ଷାକୁ ବ୍ୟବହାର କରି ରୋଗରୁ ସୁସ୍ଥ ହେବାକୁ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଙ୍କା ଦହନ ପାଇଁ ହନୁମାନଙ୍କୁ ଶ୍ରୀରାମଙ୍କ ଆଜ୍ଞା ଥିଲା

ଗୋସ୍ବାମୀ ତୁଳସୀ ଦାସ ତ୍ରିଜଟାର ମୁହଁରେ  କୁହାଇଛନ୍ତି -‘ସପନେ ବାନର ଲଙ୍କା ଜାରି l ଜାତୁଧାନ ସେନା ସବ ମାରି l’ ଏହା ଶୁଣି ମୁଁ...

କରୋନା ଟିକା ନେବାକୁ ଆସି ନର୍ସଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବକ, ଭାଇରାଲ ହେଲା ଭିଡିଓ

ଆମେରିକାରେ କରୋନା ଟିକା ନେବାକୁ ଆସିଥିବା ଜଣେ ଯୁବକ ନର୍ସଙ୍କୁ ନିଆରା ସର୍‌ପ୍ରାଇଜ୍‌ ଦେଇଛନ୍ତି। ୩୧ ବର୍ଷୀୟ ମେଡିକାଲ ଆସିଷ୍ଟାଣ୍ଟ ରବି ଭାର୍ଗସ କୋର୍ଟେସ ଏବଂ...

ହଗ୍‌ ଡେ: ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ଫେବୃୟାରୀ ୧୨ରେ ପାଳିତ ହେବ ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ...

ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ

କେବଳ ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ କୋଲକାତାରେ ଖୋଲିଛି। ଏହି କାଫେର ନାଁ ରହିଛି ‘କାଫେ ପଜିଟିଭ’। ଏହାର ଉଦ୍ଦେଶ୍ୟ...

୧୨ ଘଣ୍ଟାରେ ୩୫୦ ମିଲିୟନ ବୃକ୍ଷରୋପଣ କଲେ ଇଥିଓପିଆବାସୀ

ଜଙ୍ଗଲ ଅବକ୍ଷୟ ଯୋଗୁ ବିଗୁଡୁଛି ପରିବେଶ ସନ୍ତୁଳନ। ଏହାକୁ ଠିକ୍‌ ସମୟରେ ରୋକା ନ ଗଲେ ସମସ୍ତଙ୍କ ଜୀବନ ହୋଇଯିବ ଦୁର୍ବିଷହ। ଏକଥାର ମର୍ମ ଭଲଭାବେ...

୨ ଫୁଟ ବରଙ୍କୁ ୪ ଫୁଟ କନ୍ୟା, ଭାଇରାଲ ହେଉଛି ବିବାହ ବେଳର ଫଟୋ

କୁହାଯାଏ,ବିବାହ ଉପରବାଲା ଯୋଡ଼ିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ମୁମିଦିବରାମରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରଙ୍କ...

ପ୍ରାକୃତିକ ବିପର୍ଯ୍ୟୟକୁ ଶୀଘ୍ର ଭୁଲି ପାରନ୍ତି ଭାରତୀୟ !

ନୂଆଦିଲ୍ଲୀ, ୩୧।୮: ପୃଥିବୀରେ ଦକ୍ଷିଣ ଏସିଆ ବାସିନ୍ଦାଙ୍କର ଏକ ସ୍ବତନ୍ତ୍ର ସ୍ଥିତି ରହିଛି। ଏଠାରେ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୁତ ହୋଇଥାଏ। କେବେ ଭୂମିକମ୍ପ...

ଗାଁଠୁ ଛୋଟ ଦେଶ

ଏଇ ପୃଥିବୀରେ ଏମିତି ବି ଦେଶ ରହିଛି ଯାହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗାଁଠାରୁ ବି କମ୍‌। ସେଭଳି ଏକ ଦେଶ ହେଉଛି ମୋନାକୋ। ଜାଣିବା...

Advertisement
Archives

Model This Week