Posted inଖେଳ

ଫଲୋଅନ୍‌ ଦ୍ୱାରରେ ଓ୍ବେଷ୍ଟଇଣ୍ଡିଜ

ଓ୍ବେଲିଂଟନ, ୧୩ା୧୨ (ଏପି)- କାଇଲ ଜେମିସନ୍‌ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ସ୍ଥାନୀୟ ରିଜର୍ଭ ବେସିନ୍‌ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ଜେମିସନ ମାତ୍ର ୩୪ରନ ବିନିମୟରେ ୫ଉଇକେଟ ଅକ୍ତିଆର କରିଥିଲେ। ଫଳରେ ଘରୋଇ ଦଳର ପ୍ରଥମ ଇନିଂସ ସ୍କୋର ୪୬୦ ଜବାବରେ ଭ୍ରମଣକାରୀ ଦଳ ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ଉଇକେଟ ବିନିୟମରେ ୧୨୪ ରନ କରିଛି। ଫଲୋଅନ ଏଡାଇବା ଲାଗି ଓ୍ବେଷ୍ଟଇଣ୍ଡିଜକୁ ଆହୁରି ୧୩୬ ରନ ଆବଶ୍ୟକ ରହିଥିବାବେଳେ ହାତରେ ଆଉ ମାତ୍ର ଦୁଇଟି ଉଇକେଟ ରହିଛି। ଉଇକେଟକିପର ଜୋଶୁଆ ଡା’ ସିଲ୍‌ଭା ୨ ଏବଂ ଚେମର ହୋଲ୍‌ଡର ୫ ରନ କରି ଅପରାଜିତ ରହିଛନ୍ତି।
ଓ୍ବେଷ୍ଟଇଣ୍ଡିଜ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ଜେମିସନ ମାତ୍ର ୫ଟି ଟେଷ୍ଟ ମ୍ୟାଚରେ ଏଥରକୁ ମିଶାଇ ଦୁଇଥର ୫ ଉଇକେଟ ସଫଳତା ହାସଲ କରିଛନ୍ତି। ତାଙ୍କ ସଂକ୍ଷିପ୍ତ ଟେଷ୍ଟ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦୁଇଟି ଇିନଂସରେ ୪୦ କିମ୍ବା ତା’ଠାରୁ ଅଧିକ ରନ ସଂଗ୍ରହ କରି ନିଜକୁ ଜଣେ ଅଲରାଉଣ୍ଡର ଭାବେ ପ୍ରତିଷ୍ଠା କରିବା ଦିଗରେ ଅଗ୍ରସର ହେଉଛନ୍ତି। ଜେମିସନ୍‌ ଶନିବାର ତାଙ୍କର ଓପନିଂ ଓଭରରେ କ୍ରମାଗତ ଦୁଇଟି ଡେଲିଭରିରେ ଦୁଇଜଣକୁ ଆଉଟ କରିବା ପରେ ତାଙ୍କ ପରବର୍ତ୍ତୀ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ଅପିଲ କରି ବିଫଳ ହୋଇଥିଲେ। ସେ ଅଳ୍ପକେ ହ୍ୟାଟ୍ରିକ୍‌ରୁ ବଞ୍ଚତ୍ତ ହୋଇଥିଲେ। ସେ ବିପକ୍ଷ ଦଳର ଟପ୍‌ ସ୍କୋରର ଜର୍ମେନ ବ୍ଲାକ୍‌ଉଡ୍‌ (୬୯)ଙ୍କ ଉଇକେଟ ବ୍ୟତୀତ ଜନ୍‌ କ୍ୟାମ୍ପବେଲ (୧୪), ସାମରା ବ୍ରୁକ୍ସ (୧୪), ରୋଷ୍ଟନ ଚେଜ୍‌ (୦), ଅଧିନାୟକ ଜାସନ ହୋଲ୍ଡର (୯) ଏବଂ ଅଲଜାରି ଜୋଶେଫ୍‌ (୦)ଙ୍କୁ ଆଉଟ କରିଥିଲେ। ୫ମ ଉଇକେଟରେ ଜର୍ମେନ ବ୍ଲାକଉଡ୍‌ ଏବଂ ସାମରା ବ୍ରୁକ୍ସଙ୍କ ମଧ୍ୟରେ ୬୮ରନର ପାର୍ଟନରଶିପକୁ ସେ ଭାଙ୍ଗି ଦେଇଥିଲେ। ପୂର୍ବରୁ ସକାଳେ ପୂର୍ବଦିନର ଅସମାପ୍ତ ସ୍କୋର ୨୯୪/୬ ରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଆଉ ୧୬୬ରନ ଯୋଗକରି ଅବଶିଷ୍ଟ ୪ଉଇକେଟ ହରାଇଥିଲା। ୧୧୭ରନ କରି ଅପରାଜିତ ରହିଥିବା ହେନରି ନିକୋଲ୍ସ ୧୭୪ରନ କରି ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦/ଅଲଆଉଟ ( ହେନରି ନିକୋଲ୍ସ-୧୭୪, ଓ୍ବାଗନର-୬୬, ଓ୍ବିଲ ୟଙ୍ଗ୍‌-୪୩, ଡେରିଲ ମିଚେଲ-୪୨, ଗାବ୍ରିଲ-୩/୯୩, ଅଲ୍‌ଜାରି ଯୋଶେଫ୍‌-୩/୧୦୯, ରୋଷ୍ଟନ ଚେଜ୍‌-୨/୫୪, ଚେମର ୨/୧୧୦)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୨୪/୮ (ଜର୍ମେନ ବ୍ଲାକ୍‌ଉଡ୍‌-୬୯, ଜେମିସନ-୫/୩୪, ଟିମ୍‌ ସୌଦି-୩/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବି ନୁହଁ କି ପଞ୍ଜାବ କିଙ୍ଗ୍ସ; ଏ ହେଉଛି ଆଇପିଏଲ୍‌ରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଟିମ୍‌

ନୂଆଦିଲ୍ଲୀ,୩।୪: ଆଇପିଏଲ୍‌ ଇତିହାସରେ ଅନେକ ଲଜ୍ଜାଜନକ ରେକର୍ଡ ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ ଅଧିକ ଥର ମ୍ୟାଚ୍‌ ହାରିବାର ରେକର୍ଡ। ବିଶ୍ୱର ଏହି ବଡ଼...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ସିଏସି, ଆଇସିଏରୁ ରଙ୍ଗାସ୍ବାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୩୦।୯(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ଶନ୍ଥା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେଇଛନ୍ତି। ସେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସଭ୍ୟ ପଦରୁ ଓ ଇଣ୍ଡିଆ...

ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍‌ ଆଉଟ୍‌ ଦେଇଥିବା ସ୍ବୀକାର କଲେ ବକ୍‌ନର

ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍‌ନର ଅନ୍ୟତମ ଥିଲେ। କିନ୍ତୁ ବକ୍‌ନରଙ୍କ କେତେକ...

ଏହି ୫ କାରଣରୁ ଫାଇନାଲରେ ହାରିଲା ଭାରତୀୟ ଦଳ

ସାଉଥାମ୍ପଟନ୍‌,୨୪।୫: ଗତ ଦୁଇ ବର୍ଷ ଧରି ଟିମ ଇଣ୍ଡିଆର କଠିନ ପରିଶ୍ରମ ସାଉଥାମ୍ପଟନ ଗ୍ରାଉଣ୍ଡରେ ବ୍ୟର୍ଥ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ...

ଭାରତ କ୍ରୀଡ଼ା ରାଷ୍ଟ୍ର ହେବାକୁ ଯାଉଛି: ଗାଭାସ୍କର

ମୁମ୍ବାଇ, ୨୯ା୮: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଜାଭେଲିନ ସେନ୍‌ସେଶନ ନୀରଜ ଚୋପ୍ରାଙ୍କ ଐତିହାସିକ ସଫଳତାର ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ନିକଟରେ ଚେସ୍‌ ପ୍ରତିଭା...

ଟିଟି ଖେଳାଳି ଚନ୍ଦ୍ରଶେଖରଙ୍କ ଦେହାନ୍ତ

ଚେନ୍ନାଇ,୧୩।୫(ପି.ଟି.): ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିତ୍ବା ଭାରତୀୟ ଟେବୁଲ ଟେନିସ ଖେଳାଳି ଭି. ଚନ୍ଦ୍ରଶେଖର ୬୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ...

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ...

୫ ସ୍ପିନରଙ୍କ ସହ ଭାରତ ଗସ୍ତ କରିବ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୫।୧୧: ଆସନ୍ତା ୨୫ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଲାଗି...

Advertisement
Archives

Model This Week