Posted inଖେଳ

ଦକ୍ଷିଣ ଆଫ୍ରିକାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌ ସ୍ଥଗିତ

ଜୋହାନ୍ସବର୍ଗ, ୧ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦକ୍ଷିଣ ଆଫ୍ରିକା ଏହାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ନିର୍ଦ୍ଦେଶକ ଗେମ୍‌ ସ୍ମିଥ୍‌ ଶନିବାର ଏହା ପ୍ରକାଶ କରିଛନ୍ତି। ଜାତୀୟ ଦଳ ନଭେମ୍ବରରେ ଆକ୍ସନକୁ ଫେରିବ ବୋଲି ପୂର୍ବତନ ଅଧିନାୟକ ସ୍ମିଥ୍‌ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ନି ଗ୍ରେଭ୍‌ ଗତ ସପ୍ତାହରେ କହିଥିଲେ ଯେ, ତାଙ୍କ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସେପ୍ଟେମ୍ବରରେ କରିବା ଲାଗି ଆଗ୍ରହୀ ରହିଛି। ସ୍ମିଥ୍‌ କହିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଆଫ୍ରିକାର ବହୁ ଖେଳାଳି ଏଥିରେ ଭାଗ ନେବେ। ତେଣୁ ଟୁର୍‌ ପାଇଁ ସମୟ ହେବ ନାହିଁ। ପୁନଶ୍ଚ ବର୍ତ୍ତମାନ ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ବିଦେଶ ଟୁର୍‌ରେ ଯିବାକୁ ହେଲେ ସରକାରଙ୍କ ଅନୁମତି ଦରକାର। ତେଣୁ ଶ୍ରୀଲଙ୍କା ଟୁର୍‌ ମଧ୍ୟ ସମ୍ଭବପର ନୁହେଁ। କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରଖାଯାଇଥିବା ସମସ୍ତ ସିରିଜଗୁଡ଼ିକର କାର୍ଯ୍ୟସୂଚୀ ନଭେମ୍ବର ଆରମ୍ଭରେ ପୁନଃ ନିର୍ଦ୍ଧାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌...

କ୍ରିକେଟର୍‌ ସବୁ ଫର୍ମାଟରୁ ଅବସର ନେଲେ ଏହି ମହାନ କ୍ରିକେଟର୍‌

ଜୋହାନ୍ସବର୍ଗ,୧୯।୧: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ସେ ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି...

ସାକ୍ଷୀଙ୍କ ପୂର୍ବରୁ ଏସବୁ ବଲିଉଡ୍‌ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ ଧୋନୀ: ହେଲେ…

ନୂଆଦିଲ୍ଲୀ,୧୮।୮: ୨୦୧୦ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ଅଛି। ହେଲେ...

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧...

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ ଏଭଳି

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର...

କାନ୍ଦିଲେ ସିରାଜ୍‌, କହିଲେ ଯଦି ଆଜି ମୋ ପିତା ଜୀବିତ ଥାନ୍ତେ…

ବ୍ରିସବେନ୍‌,୧୯।୧: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଇନିଂସରେ ୫ଟି ଉଇକେଟ ନେବା ପରେ ମହମ୍ମଦ ସିରାଜ ଭାବପ୍ରବଣ ହୋଇଛନ୍ତି। ନିଜ ଭାବନା ପ୍ରକାଶ କରିବା...

‘କୋହଲି ନୁହେଁ, ଏବେ ବି ଧୋନୀ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ,୫।୯:ଓ୍ବେଷ୍ଟଇଣ୍ଡିଜରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କେବଳ ଟେଷ୍ଟ ସିରିଜ୍‌ ଜିତିନାହିଁ ବରଂ ଟେଷ୍ଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାର ମଧ୍ୟ ସୌଭାଗ୍ୟଲାଭ...

ଗୋଟିଏ ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ମେଡେନ୍‌ ଓଭର୍‌ ପକାଇଥିବା ବୋଲର୍‌ ହେଲେ ଏହି ଦଳର କୋଚ

ସିଡନୀ,୧୦।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍‌ ଆଫଗାନିସ୍ତାନ କ୍ରିକେଟ ଦଳର ବୋଲିଂ କୋଚ ନିଯୁ୍‌କ୍ତ ହୋଇଛନ୍ତି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି...

Advertisement
Archives

Model This Week