ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ

ଖଣ୍ଡପଡ଼ା,୧୮ା୧(ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କିଆଝର ପଞ୍ଚାୟତରେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଉକତ୍ଟ ହେବାରେ ଲାଗିଛି। ପାଇପ ଫାଟି ଜଳ ଅପଚୟ ହେବା ସହ କିଆଝର ପଞ୍ଚାୟତର ବିଭିନ୍ନ ସାହିବସ୍ତିରେ ଦୀର୍ଘ ୭ ଦିନ ହେବ ଜଳ ଯୋଗାଣ ବନ୍ଦ ଥିବା ପଞ୍ଚାୟତବାସୀ ଅଭିଯୋଗ କରିନ୍ତି। ବାରମ୍ବାର ପାଇପ ଫାଟି ସମସ୍ୟା ଉପୁଜୁଥିବାରୁ ଏଦିଗରେ ବିଭାଗୀୟ କତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପଞ୍ଚାୟତ ଅଧୀନ ସାତଗୋଚ୍ଛିଆ ଗ୍ରାମରେ ଗତ ୬ମାସ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ କତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ୫ କି.ମି. ଦୂର ଗିରିଡିପଲି ଠାରୁ କିଆଝର ପଞ୍ଚାୟତ ଅଞ୍ଚଳକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ମାଟି ତଳେ ୪ କି.ମି.ପର୍ଯ୍ୟନ୍ତ ୬ଇଞ୍ଚ ଗୋଲେଇର ପିଭିସି ପାଇପ ବିଛାଯାଇଥିଲା। ଅବଶିଷ୍ଟ ଏକ କି.ମି. ପର୍ଯ୍ୟନ୍ତ ୪ ଇଞ୍ଚତ୍ଆ ପାଇପ ବିଛାଯାଇଛି। ୧୫ ଅଶ୍ୱଶକ୍ତି ସମ୍ପନ୍ନ ବିଦ୍ୟୁତ ଚାଳିତ ମୋଟର ପମ୍ପ ଦ୍ୱାରା ଜଳ ଯୋଗଇବାର ବ୍ୟବସ୍ଥା କରାଯାଇଥିବାରୁ ୪ଇଞ୍ଚତ୍ଆ ପାଇପ ଯୋଗୁ ତାହା ପ୍ରେସରରେ ଫାଟି ଯାଉଥିବା ସ୍ଥାନୀୟ ସରପଞ୍ଚ ଦୀପାଞ୍ଜଳୀ ମହାନ୍ତି ସୂଚନା ଦେଇଛନ୍ତି। ସେହି ପାଇପଟି ବାରମ୍ବାର ଫାଟି ସମସ୍ୟା ସୃଷ୍ଟି କରୁଥିବାରୁ ୪ଇଞ୍ଚ ବଦଳରେ ୬ଇଞ୍ଚର ପାଇପ ବିଛାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ହେଁ ଏଥିପ୍ରତି ସଂପୃକ୍ତ ଅଧିକାରୀ ଧ୍ୟାନ ଦେଉ ନ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି। ଅପରପକ୍ଷରେ କିଆଝର ଗ୍ୟାରେଜ ଛକରୁ ଗ୍ରାମ ମଧ୍ୟକୁ ସଂଯୋଗ କରୁଥିବା ପାଣି ପାଇପର ଏକାଧିକ ସ୍ଥାନରେ ପାଇପ ଫାଟିବା ଯୋଗୁ ଜଳ ଅପଚୟ ହେବା ସହ ଅଂଚଳବାସୀ ପାନୀୟ ଜଳ ପାଇବାରେ ବାଧକ ସାଜିଛି। ଏ ସଂପର୍କରେ ସରପଂଚ ଶ୍ରୀମତୀ ମହା‘ିଙ୍କ ସହ ଯୋଗାଯୋଗ କରିବାରେ ଖଳିସାହି- କୋସକା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଯାଇଥିବା ପାଇପ ଲାଇନରେ ପାଣି ଲିକ କରି ଜଳ ଅପଚୟ ହେଉଥିବା ସେ କହିଥିବା ବେଳେ ନିମ୍ନ ମାନର ପାଇପ ଯୋଗୁ ବାରମ୍ବାର ଏପରି ଘଟୁଛି ବୋଲି କହିଥିଲେ। ପ୍ରତିଦିନ ଏକାଧିକ ସ୍ଥାନରୁ ପାଇପ ଫାଟି ଜଳ ନଷ୍ଟ ହେଉଥିବା ବେଳେ ଆବଶ୍ୟକ ମରାମତି ପାଇଁ ପଞ୍ଚାୟତରେ ଅର୍ଥର ଅଭାବ ଯୋଗୁ ମରାମତି କରିବା ସମ୍ଭବ ହେଉ ନ ଥିବା ସେ କହିଛନ୍ତିି। ବିଶେଷ କରି ୪ ଇଞ୍ଜିଆ ପରିବର୍ତ୍ତେ ୬ ଇଞ୍ଚିଅ ପିଭିସି କିମ୍ବା ଜିଆଇ ପାଇପ ବିଛାଗଲେ ସମସ୍ୟାର ସମାଧାନ ହୋଇ ପାରନ୍ତେ ବୋଲି ସରପଞ୍ଚ ପ୍ରକାଶ କହିଥିବା ବେଳେ ଏ ସମ୍ପର୍କରେ ପଞ୍ଚାୟତ ପକ୍ଷରୁ ଖଣ୍ଡପଡ଼ା ଗ୍ରାମ୍ୟ ଜଳେଯାଗାଣ ଓ ପରିମଳ ବିଭାଗ ଠାରୁ ଆରମ୍ଭ କରି ନୟାଗଡ ଜିଲ୍ଲା ବିଭାଗୀୟ କତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା ସରପଞ୍ଚ ସୂଚନା ଦେଇଥିଲେ। ତେବେ ବିଭାଗୀୟ ଅଧିକାରୀ କିଛି ଦିନ ପୂର୍ବେ ଘଟଣା ସ୍ଥଳକୁ ପରିଦର୍ଶନରେ ଆସି ସମସ୍ୟା ସମ୍ପର୍କରେ ଅବଗତ ହୋଇ ଫେରିଥିବା ବେଳେ ଏ ଦିଗରେ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ସମସ୍ୟାର ସମାଧାନ ହୋଇ ପାରୁ ନ ଥିବାରୁ ପଞ୍ଚାୟତ ଅଧୀନ ସାତଗୋଚ୍ଛିଆ, ଭୋଡଙ୍ଗପଲ୍ଲୀ, ଗୋଚ୍ଛାବାରୀ, କିଆଝର ପାଟଣା, ଜାକେଲାପଲ୍ଲୀ ଆଦି ଗ୍ରାମକୁ ଆଜକୁ ପ୍ରାୟ ୭ରୁ୮ ଦିନ ହେଲା ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରହଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri