ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ

ଖଣ୍ଡପଡ଼ା,୧୮ା୧(ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କିଆଝର ପଞ୍ଚାୟତରେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଉକତ୍ଟ ହେବାରେ ଲାଗିଛି। ପାଇପ ଫାଟି ଜଳ ଅପଚୟ ହେବା ସହ କିଆଝର ପଞ୍ଚାୟତର ବିଭିନ୍ନ ସାହିବସ୍ତିରେ ଦୀର୍ଘ ୭ ଦିନ ହେବ ଜଳ ଯୋଗାଣ ବନ୍ଦ ଥିବା ପଞ୍ଚାୟତବାସୀ ଅଭିଯୋଗ କରିନ୍ତି। ବାରମ୍ବାର ପାଇପ ଫାଟି ସମସ୍ୟା ଉପୁଜୁଥିବାରୁ ଏଦିଗରେ ବିଭାଗୀୟ କତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପଞ୍ଚାୟତ ଅଧୀନ ସାତଗୋଚ୍ଛିଆ ଗ୍ରାମରେ ଗତ ୬ମାସ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ କତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ୫ କି.ମି. ଦୂର ଗିରିଡିପଲି ଠାରୁ କିଆଝର ପଞ୍ଚାୟତ ଅଞ୍ଚଳକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ମାଟି ତଳେ ୪ କି.ମି.ପର୍ଯ୍ୟନ୍ତ ୬ଇଞ୍ଚ ଗୋଲେଇର ପିଭିସି ପାଇପ ବିଛାଯାଇଥିଲା। ଅବଶିଷ୍ଟ ଏକ କି.ମି. ପର୍ଯ୍ୟନ୍ତ ୪ ଇଞ୍ଚତ୍ଆ ପାଇପ ବିଛାଯାଇଛି। ୧୫ ଅଶ୍ୱଶକ୍ତି ସମ୍ପନ୍ନ ବିଦ୍ୟୁତ ଚାଳିତ ମୋଟର ପମ୍ପ ଦ୍ୱାରା ଜଳ ଯୋଗଇବାର ବ୍ୟବସ୍ଥା କରାଯାଇଥିବାରୁ ୪ଇଞ୍ଚତ୍ଆ ପାଇପ ଯୋଗୁ ତାହା ପ୍ରେସରରେ ଫାଟି ଯାଉଥିବା ସ୍ଥାନୀୟ ସରପଞ୍ଚ ଦୀପାଞ୍ଜଳୀ ମହାନ୍ତି ସୂଚନା ଦେଇଛନ୍ତି। ସେହି ପାଇପଟି ବାରମ୍ବାର ଫାଟି ସମସ୍ୟା ସୃଷ୍ଟି କରୁଥିବାରୁ ୪ଇଞ୍ଚ ବଦଳରେ ୬ଇଞ୍ଚର ପାଇପ ବିଛାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ହେଁ ଏଥିପ୍ରତି ସଂପୃକ୍ତ ଅଧିକାରୀ ଧ୍ୟାନ ଦେଉ ନ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି। ଅପରପକ୍ଷରେ କିଆଝର ଗ୍ୟାରେଜ ଛକରୁ ଗ୍ରାମ ମଧ୍ୟକୁ ସଂଯୋଗ କରୁଥିବା ପାଣି ପାଇପର ଏକାଧିକ ସ୍ଥାନରେ ପାଇପ ଫାଟିବା ଯୋଗୁ ଜଳ ଅପଚୟ ହେବା ସହ ଅଂଚଳବାସୀ ପାନୀୟ ଜଳ ପାଇବାରେ ବାଧକ ସାଜିଛି। ଏ ସଂପର୍କରେ ସରପଂଚ ଶ୍ରୀମତୀ ମହା‘ିଙ୍କ ସହ ଯୋଗାଯୋଗ କରିବାରେ ଖଳିସାହି- କୋସକା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଯାଇଥିବା ପାଇପ ଲାଇନରେ ପାଣି ଲିକ କରି ଜଳ ଅପଚୟ ହେଉଥିବା ସେ କହିଥିବା ବେଳେ ନିମ୍ନ ମାନର ପାଇପ ଯୋଗୁ ବାରମ୍ବାର ଏପରି ଘଟୁଛି ବୋଲି କହିଥିଲେ। ପ୍ରତିଦିନ ଏକାଧିକ ସ୍ଥାନରୁ ପାଇପ ଫାଟି ଜଳ ନଷ୍ଟ ହେଉଥିବା ବେଳେ ଆବଶ୍ୟକ ମରାମତି ପାଇଁ ପଞ୍ଚାୟତରେ ଅର୍ଥର ଅଭାବ ଯୋଗୁ ମରାମତି କରିବା ସମ୍ଭବ ହେଉ ନ ଥିବା ସେ କହିଛନ୍ତିି। ବିଶେଷ କରି ୪ ଇଞ୍ଜିଆ ପରିବର୍ତ୍ତେ ୬ ଇଞ୍ଚିଅ ପିଭିସି କିମ୍ବା ଜିଆଇ ପାଇପ ବିଛାଗଲେ ସମସ୍ୟାର ସମାଧାନ ହୋଇ ପାରନ୍ତେ ବୋଲି ସରପଞ୍ଚ ପ୍ରକାଶ କହିଥିବା ବେଳେ ଏ ସମ୍ପର୍କରେ ପଞ୍ଚାୟତ ପକ୍ଷରୁ ଖଣ୍ଡପଡ଼ା ଗ୍ରାମ୍ୟ ଜଳେଯାଗାଣ ଓ ପରିମଳ ବିଭାଗ ଠାରୁ ଆରମ୍ଭ କରି ନୟାଗଡ ଜିଲ୍ଲା ବିଭାଗୀୟ କତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା ସରପଞ୍ଚ ସୂଚନା ଦେଇଥିଲେ। ତେବେ ବିଭାଗୀୟ ଅଧିକାରୀ କିଛି ଦିନ ପୂର୍ବେ ଘଟଣା ସ୍ଥଳକୁ ପରିଦର୍ଶନରେ ଆସି ସମସ୍ୟା ସମ୍ପର୍କରେ ଅବଗତ ହୋଇ ଫେରିଥିବା ବେଳେ ଏ ଦିଗରେ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ସମସ୍ୟାର ସମାଧାନ ହୋଇ ପାରୁ ନ ଥିବାରୁ ପଞ୍ଚାୟତ ଅଧୀନ ସାତଗୋଚ୍ଛିଆ, ଭୋଡଙ୍ଗପଲ୍ଲୀ, ଗୋଚ୍ଛାବାରୀ, କିଆଝର ପାଟଣା, ଜାକେଲାପଲ୍ଲୀ ଆଦି ଗ୍ରାମକୁ ଆଜକୁ ପ୍ରାୟ ୭ରୁ୮ ଦିନ ହେଲା ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରହଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?