ପୂର୍ଣ୍ଣ ହେବ ଶୂନ୍ୟଦାଣ୍ଡ

ଢେଙ୍କାନାଳ ଅଫିସ,  ୧।୭  ପଡୁଥିବ ଆଲଟଚାମର। ଘଣ୍ଟଘଣ୍ଟା, ଖୋଳତାଳ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିବ ପରିବେଶ। ଭକ୍ତବତ୍ସଳ ନାମକୁ ସାର୍ଥକ କରିବା ପାଇଁ ଭାବବିନୋଦିଆ ମହାପ୍ରଭୁ ରତ୍ନବେଦିରୁ ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ। ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କୁ ଧରି ଯାତ୍ରା କରିବେ ଜନ୍ମବେଦିକୁ। ଦୀର୍ଘ ଦୁଇବର୍ଷ ହେଲା ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିକଳ ହୋଇ ଚାହିଁ ରହିଥିବା ଭକ୍ତଙ୍କ ପୂର୍ଣ୍ଣ ହେବ ମନୋବାଞ୍ଝା। ଭକ୍ତ ଏବଂ ଭଗବାନଙ୍କ ଏହି ମହାମିଳନର ସାକ୍ଷୀ ରହିବେ ରଥ ଏବଂ ପଥ। ଏଭଳି ମହାର୍ଘ୍ୟ ମୁହୂର୍ତ୍ତକୁ ଆଉମାତ୍ର କେଇ ଘଣ୍ଟା ବାକିଥିବାବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କୋଳେଇ ନେବାକୁ ରଥଖଳାରେ ପ୍ରତୀକ୍ଷା କରିଛି ରଥ। ଶୁକ୍ରବାରଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଘୋଷଯାତ୍ରା ଆରମ୍ଭ ହେଉଥିବାବେଳେ ୨ବର୍ଷ ହେଲା ଭକ୍ତ ଶୂନ୍ୟ ରହୁଥିବା ଢେଙ୍କାନାଳର ବଡ଼ଦାଣ୍ଡ ପୂର୍ଣ୍ଣ ହେବ। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ।
କରୋନା କଟକଣା ପାଇଁ ଦୁଇବର୍ଷ ହେଲା ବଳରାମ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଥିଲା ଘୋଷଯାତ୍ରା। ଚଳିତ ବର୍ଷ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାରୁ ସରକାର ସାର୍ବଜନୀନ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଢେଙ୍କାନାଳର ଐତିହାସିକ ରଥଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବିପୁଳ ଉତ୍କଣ୍ଠା ପ୍ରକାଶ ପାଇଥିବାବେଳେ ରଥଗଡ଼ାରେ ଚତୁର୍ଦ୍ଧା ବିଗ୍ରହଙ୍କ ଅପେକ୍ଷାରେ ଅଛନ୍ତି ଦୁଇରଥ। ୪୨ ଫୁଟ ଉଚ୍ଚତା ତଥା ୧୨ ଚକ ବିଶିଷ୍ଟ ବଡ଼ରଥରେ ଏକାକୀ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ। କାରଣ ପାଷାଣ ବିଗ୍ରହ ହୋଇଥିବାରୁ ଶ୍ରୀବଳରାମ ଗୁଣ୍ଡିଚାଯାତ୍ରାରେ ସାମିଲ ହେବା ପରମ୍ପରା ନାହିଁ। ଅନ୍ୟପଟେ ୩୪ ଫୁଟ ଉଚ୍ଚ ଏବଂ ୮ ଚକ ବିଶିଷ୍ଟ ସାନରଥରେ ରାଜବାଟୀରେ ପୂଜା ପାଉଥିବା ବିଗ୍ରହ ବିରାଜମାନ କରିବେ। ୧୦୦ ବର୍ଷରୁ ଅଧିକ ପୁରୁଣା ଢେଙ୍କାନାଳର ରଥଯାତ୍ରାରେ ଯୋଡ଼ି ହୋଇଛି ନୂଆ ପରମ୍ପରା। ୧୯୯୮-୯୯ରୁ ସାନରଥକୁ କେବଳ ମହିଳାମାନେ ଟାଣି ଆସୁଛନ୍ତି। ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଏବଂ ଏସ୍‌ପି ଏଲ୍‌. ଦିବ୍ୟା ଭି. ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ପ୍ରାର୍ଥୀ ଚୟନ ନେଇ ଭାଜପାରେ ଛକାପଞ୍ଝା

ଢେଙ୍କାନାଳ,୨୯ା୩(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲଙ୍କୁ ବିଜେଡି ପୁନଃ ପ୍ରାର୍ଥୀ କରିବା...

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri