Posted inଜାତୀୟ

ଲଦାଖବାସୀଙ୍କ ସ୍ବରକୁ ଚପାଇଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୨୬।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି, ଲଦାଖବାସୀଙ୍କ ରାଜନୈତିକ ସ୍ବରକୁ ଚପାଇ ଦିଆଯାଉଛି। ତେଣୁ ଲଦାଖବାସୀଙ୍କ ସମସ୍ତ ଦାବିକୁ ସେ ପାର୍ଲାମେଣ୍ଟର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାର ଲଦାଖବାସୀଙ୍କୁ ଦେଇଥିବା ରୋଜଗାର ପ୍ରତିଶ୍ରୁତି ମିଥ୍ୟା ସାବ୍ୟସ୍ତ ହୋଇଛି ବୋଲି ଗାନ୍ଧୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ଲଦାଖ ଗସ୍ତ କରିବା ସହ ପ୍ରତ୍ୟେକ କୋଣ ଅନୁକୋଣ ବୁଲିଥିଲି। ଏହି ଅବସରରେ ସେଠାକାର ଯୁବକ, ମା’ ଭଉଣୀ ଓ ଗରିବ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେଠାରେ ଏମିତି କେତେଜଣ ନେତାଙ୍କ ସହ ସାକ୍ଷାତ ହୋଇଥିଲା ଯେଉଁମାନେ ନିଜ ‘ମନ୍‌ କୀ ବାତ୍‌’ କହିଥିଲେ। ଚାଇନା ଭାରତର ହଜାର ହଜାର କି.ମି. ଜମିକୁ ଛଡ଼ାଇ ନେଇଥିବାବେଳେ ପ୍ରଧାନମନ୍ତ୍ରୀ ଏହା ଉପରେ ବର୍ତ୍ତମାନ ସୁଦ୍ଧା ମିଛ କହିଆସିଛନ୍ତି। ପ୍ରଧାନମନ୍ତ୍ରୀ କେତେ ସତ କହୁଛନ୍ତି ତାହା ଲଦାଖର ପ୍ରତ୍ୟେକ ଲୋକ ଜାଣିଛନ୍ତି ବୋଲି ରାହୁଲ କହିଛନ୍ତି। ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କଲାବେଳେ କେନ୍ଦ୍ର ସରକାର ଲଦାଖବାସୀଙ୍କୁ ରୋଜଗାର ଯୋଗାଇବା, ମୋବାଇଲ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ମିଥ୍ୟା ସାବ୍ୟସ୍ତ ହୋଇଛି। ଅପରପକ୍ଷେ ରାହୁଲ ଶୁକ୍ରବାର ଲଦାଖର କାର୍‌ଗିଲ୍‌ ସ୍ମାରକୀସ୍ଥଳକୁ ଯାଇ କାର୍‌ଗିଲ୍‌ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?