Posted inଜାତୀୟ

ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ

ନୂଆଦିଲ୍ଲୀ,୮ା୨: ପୋଲିସ କିମ୍ବା ବିଚାରବିଭାଗୀୟ ହାଜତରେ ଅଟକ ଥିବା ମହିଳା ଅଭିଯୁକ୍ତମାନଙ୍କ କୁମାରିତ୍ୱ ପରୀକ୍ଷା କରାଇବା ଅସାମ୍ବିଧାନିକ। ଏହି ପଦକ୍ଷେପ ସମ୍ବିଧାନ ଅନୁଚ୍ଛେଦ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସିଷ୍ଟର ଅଭୟାଙ୍କ ହତ୍ୟା ଅଭିଯୁକ୍ତ ସିଷ୍ଟର ସେଫିଙ୍କ ଭର୍ଜିନିଟି ଟେଷ୍ଟ କରାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଜଣିକିଆ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି। ହାଜତରେ ଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୌଳିକ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ଆବଶ୍ୟକ ବୋଲି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ସିଷ୍ଟର ସେଫି ହେଉଛନ୍ତି ୨୦୨୦ରେ ନନ୍‌ ଅଭୟା ହତ୍ୟା ମାମଲାର ୨୮ ବର୍ଷ ପରେ କେରଳର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୯୨ରେ ସିଷ୍ଟର ଅଭୟାଙ୍କ ମୃତଦେହ କୋଟ୍ଟାୟାମ୍‌ର କନ୍‌ଭେଣ୍ଟରେ ମିଳିଥିଲା। ଉକ୍ତ ମାମଲାର ଅନ୍ୟତମ ଦୋଷୀ ଫାଦର ଥୋମାସ୍‌ କୋଟ୍ଟୁର ଜଣେ ପାଦ୍ରୀ। ପୂର୍ବରୁ ଥୋମାସ୍‌ ଓ ସିଷ୍ଟର ସେଫିଙ୍କୁ ଅଭୟା ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ଫଳରେ ସେମାନେ ଅଭୟାଙ୍କ ମୁଣ୍ଡରେ କୁରାଢ଼ିରେ ଆଘାତ ଦେଇ ହତ୍ୟା କରିବା ପରେ ଏକ କୂଅକୁ ମୃତଦେହ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ତଳ କୋର୍ଟରେ ସେମାନଙ୍କ ଦୋଷ ପ୍ରମାଣିତ ହୋଇଥିଲା। ସେଫି ଯୌନ ସମ୍ପର୍କରେ ଲିପ୍ତ ଥିବା ବିଷୟ ଲୁଚାଇବା ପାଇଁ ଡାକ୍ତରୀ ଉପାୟ ଆପଣାଇଥିଲେ। ସିବିଆଇ ଦ୍ୱାରା ଗିରଫ ହେବାର ଅବ୍ୟବହିତ ପୂର୍ବରୁ ସେ ନିଜ ଶରୀରରେ ଏହି ପ୍ରକ୍ରିୟା କରାଇଥିବା କୋର୍ଟ କହିଥିଲେ। ସେଫି ୨୦୧୮ରେ ଗିରଫ ହେବା ପରେ ସିବିଆଇ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, ତଦନ୍ତକାରୀ ସଂସ୍ଥା ତାଙ୍କ ବିନା ଅନୁମତିରେ କୁମାରୀତ୍ୱ ପରୀକ୍ଷା କରାଇଥିଲା। ଏହି ଅଭିଯୋଗକୁ ନେଇ ସିବିଆଇକୁ ବିଭିନ୍ନ ମହଲରେ ସମାଲୋଚିତ ହେବାକୁ ପଡ଼ିଥିଲା। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କୁମାରୀତ୍ୱ ପରୀକ୍ଷାକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି। ଏପରି ଯାଞ୍ଚ ପାଇଁ ଦେଶରେ କୌଣସି ଆଇନ ନାହିଁ। ମହିଳାଙ୍କ ଶରୀର ଉପରେ ସିବିଆଇର ହସ୍ତକ୍ଷେପ ମାନବାଧିକାର ଉଲ୍ଲଂଘନ। କାରଣ ଏହା ତାଙ୍କ ମାନସିକ ସ୍ଥିତିରେ ମଧ୍ୟ ନକାରାମତ୍କ ପ୍ରଭାବ ପକାଇଛି। ଏହା ଏକ ଅମାନବୀୟ ବ୍ୟବହାର କହିବା ସହ ତଦନ୍ତକାରୀ ଅଧିକାରୀମାନଙ୍କୁ ଉକ୍ତ ପ୍ରସଙ୍ଗରେ ସଚେତନ କରାଇବା ଲାଗି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଷ୍ଟର ସେଫିଙ୍କୁ ସିବିଆଇ ବିରୋଧରେ କ୍ଷତିପୂରଣ ସମେତ ଆଇନଗତ ପଦକ୍ଷେପ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?