ନିଜ ସୁରକ୍ଷା କରିବେ ଗାଁ ଲୋକେ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟକୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଲାଗି ରହିଛି। ଅନେକ ସମୟରେ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ରାଜ୍ୟକୁ ଛାରଖାର କରିଦେଉଛି। ଲୋକମାନଙ୍କୁ ବିପର୍ଯ୍ୟୟ ସମୟରେ ବଞ୍ଚାଇବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପ୍ରାକୃତିକ ବିପତ୍ତିରୁ କିପରି ଲୋକେ ନିଜର ସୁରକ୍ଷା କରିପାରିବେ ସେ ନେଇ ରାଜ୍ୟ ସରକାର ଏକ ବୃହତ୍‌ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ତଦନୁଯାୟୀ ପ୍ରତ୍ୟେକ ଗ୍ରାମରେ ୧୮ରୁ ୩୫ ବର୍ଷର ୨୦ରୁ ୨୫ ଜଣ ବ୍ୟକ୍ତିଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ଦ୍ୱାରା ତାଲିିମପ୍ରାପ୍ତ ବିଶେଷଜ୍ଞ ସେମାନଙ୍କୁ ତାଲିମ ଦେବେ। ପ୍ରତ୍ୟେକ ଗ୍ରାମରେ ଟାସ୍କଫୋର୍ସ ଗଠନ ହେବ। ଗ୍ରାମର ସମସ୍ତ ସୂଚନା ଗୋଟିଏ ବୁକ୍‌ଲେଟ୍‌ରେ ରହିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମର ଲୋକମାନଙ୍କୁ କିପରି ନିରାପଦ ସ୍ଥାନକୁ ନିଆଯିବ, କେଉଁଠି ବାତ୍ୟା, ବନ୍ୟା ଆଶ୍ରୟସ୍ଥଳ ରହିଛି ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଯିବ। ଗ୍ରାମର ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା, ଶିଶୁମାନଙ୍କୁ ବିପର୍ଯ୍ୟୟ ପୂର୍ବରୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯାଇ ପାରିବ ତାହା ଉପରେ ଅଧିକ ଫୋକସ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରୀ ହେବ। ପର୍ଯ୍ୟାୟ କ୍ରମେ ଏହା ରାଜ୍ୟର ୩୦ ଜିଲାରେ ଥିବା ୫୫ ହଜାର ଗ୍ରାମରେ ଏହି ଯୋଜନା କରାଯିବ। ଏହା ଏକ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ। ଗ୍ରାମର ଲୋକମାନେ ଏହି ଯୋଜନାରେ ସାମିଲ ହେବେ। ପଲ୍ଲିସଭା ଜରିଆରେ ଏ ନେଇ ସଚେତନ କରାଯିବ। ସରପଞ୍ଚ, ଓ୍ବାର୍ଡମେମ୍ବର, ଏନ୍‌ଜିଓଗୁଡ଼ିକ ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସହାୟତା କରିବେ। ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ ସମୟରେ ଧନଜୀବନକୁ ଯଥାସମ୍ଭବ ହ୍ରାସ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଓଏସ୍‌ଡିଏମ୍‌ଏର ଜଣେ ଅଧିକାରୀ କହିଛନ୍ତି।
ସୁନାମି ମଧ୍ୟ ଆଉ ଏକ ପ୍ରାକୃତିକ ବିପତ୍ତି ଭାବେ ରାଜ୍ୟ ଆଗରେ ଛିଡ଼ା ହୋଇଛି। ସୁନାମି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ସମୁଦ୍ରକୂଳିଆ ଲୋକମାନଙ୍କ ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି। ବିଶେଷକରି ବାଲେଶ୍ୱର, ଗଞ୍ଜାମ, ଭଦ୍ରକ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ୬ ଜିଲାର ୩୨୮ ଗ୍ରାମକୁ ସୁନାମି ପ୍ରବଣ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ସେହି ଲୋକମାନଙ୍କୁ ସୁନାମିରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଉପକୂଳବର୍ତ୍ତୀ ୬ ଜିଲା ସମେତ ପୁରୀ, କୋଣାର୍କ, ପାରାଦୀପ, ଗୋପାଳପୁର ଏବଂ ଗଞ୍ଜାମ ଏନ୍‌ଏସିରେ ତାଲିମ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତ୍ୟେକ ଗ୍ରାମରେ ସୁନାମି ସୂଚନା ଫଳକ ଲଗାଇବାକୁ ନିଷ୍ପତ୍ତି ହୋଇଛି। ସୁନାମି ଆସିବା ପୂର୍ବରୁ ଲୋକମାନେ କିପରି ସୂଚନା ପାଇବେ, କେଉଁ ସ୍ଥାନକୁ ଯିବେ ସେ ନେଇ ଫଳକରେ ଉଲ୍ଲେଖ ରହିବ। ଉଲ୍ଲେଖଯୋଗ୍ୟ ଯେ ଗତ ୨୧ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳ ୭ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱଂସ୍ତବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ ଏବଂ ୨୦୨୦ରେ ଅମ୍ଫନ ବାତ୍ୟା ଏବଂ ୨୦୨୧ ସେପ୍ଟେମ୍ବରରେ ଗୁଲାବ ରାଜ୍ୟ ପାଇଁ ଅନେକ ବିପତ୍ତି ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri