ବନ୍ୟଜନ୍ତୁଙ୍କ ଆତଙ୍କରେ ଗାଁ ରାସ୍ତା ଶୂନ୍‌ଶାନ

ନୂଆପଡ଼ା,୨୪।୭(ମକାରୁ ବେମାଲ): ନୂଆପଡା ଜିଲାରେ ହିଂସ୍ରଜନ୍ତୁଙ୍କ ଆତଙ୍କରେ ଶିକ୍ଷା ଓ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ଜିଲାର ଉତ୍ତର ଦିଗକୁ ସିନାପାଲି ବ୍ଲକ ସୀମାନ୍ତରେ ହାତୀ ଆତଙ୍କ ଲାଗିରହିଥିବା ବେଳେ ଦକ୍ଷିଣରେ ନୂଆପଡା ବ୍ଲକରେ ବାଘ ଆତଙ୍କ ଖେଳାଉଛି। ଜିଲାର ମଧ୍ୟ ଭାଗ କୋମନା ବ୍ଲକରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ। ଜଲାରେ ବନ୍ୟଜନ୍ତୁଙ୍କ ଦୌରାମତ୍ ଯୋଗୁ ଲୋକେ ଆତଙ୍କିତ ହୋଇ ପିଲାଛୁଆଁଙ୍କୁ ବାହାରକୁ ଛାଡୁନାହାନ୍ତି। ଫଳରେ ଛାତ୍ରୀଛାତ୍ରମାନେ ସ୍କୁଲକୁ ଯାଉ ନ ଥିବାରୁ ପାଠପଢ଼ାରେ ବ୍ୟାହତ ହେଉଛି। ବର୍ତ୍ତମାନ ଚାଷ ସମୟ ବାଘ, ଭାଲୁ, ହାତୀ ଆତଙ୍କରେ ଭୟଭୀତ ହୋଇ ଲୋକେ ଚାଷ ଜମିକୁ ମଧ୍ୟ ଯାଉନାହାନ୍ତି। ଫଳରେ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀଙ୍କ ରୁଆ, ବେଉଷଣ କାର୍ଯ୍ୟ ବତର (ଉପଯୁକ୍ତ ପାଣି) ହୋଇଥିଲେ ମଧ୍ୟ ଚାଷ ଜମିକୁ ଯିବା ପାଇଁ ଚାଷୀ ଭୟ କରୁଛି। କୋମନା ବିଜାଖମନ ଜଙ୍ଗଲରେ ଗତ ୧୬ ତାରିଖରେ ଭାଲୁ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ପୁଣି ୧୮ ତାରିଖରେ ସେହି ଜଙ୍ଗଲରେ ୪ଜଣ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇନ୍ତି। ଏ ସବୁ ଶୁଣି ଲୋକେ ଅଧିକ ଆତଙ୍କିତ ହୋଇପଡିଛନ୍ତି। ଗତ ୨୦ରେ ସଦର ରେଞ୍ଜ ଆମାନାରା ପଞ୍ଚାୟତ ତରିଆମହୁଆଭଟାରେ ଗୋବିନ୍ଦ ନାଏକଙ୍କ ବାଛୁରିକୁ ଗୁହାଳରୁ ବାଘ ଖାଇବା ପରେ ଅଞ୍ଚଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତରିଆମହୁଆଭଟା ପ୍ରସ୍ତାବିତ ସଂରକ୍ଷିତ ମୁଷରଙ୍ଗୀ ଜଙ୍ଗଲକୁ ଲାଗି ୧୦ଟି ଡୋଙ୍ଗରୀ (ଛୋଟ ପାହାଡ) ରହିଛି। ଏହି ଡଙ୍ଗର ମଧ୍ୟ ଭାଗରେ ତରିଆମହୁଆଭଟା ରହିଥିବା ବେଳେ ଜଙ୍ଗଲକୁ ଲାଗି ପାୱାରତୋଳା, ସୁକ୍ଲିଡୁବରୀ, ଜରିଡିହି, ମୋହରାଡିହି ଆଦି ଗାଁ ରହିଛି। ପାହାଡିଆ ଓ ଜଙ୍ଗଲରେ ଦିନ ବେଳେ ବାଘ ବୁଲୁଥିବାରୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି। ଗାଁରେ ମଧ୍ୟ ତାଟି କବାଟ ବନ୍ଦ ରହୁଥିବାରୁ ଜନଶୂନ୍ୟ ଭଳି ଜଣାପଡୁଛି। ଭୟରେ ଛାତ୍ରୀଛାତ୍ର ବିଦ୍ୟାଳୟ ଯାଉ ନ ଥିବା ବେଳେ ଚାଷୀମାନେ ଚାଷ ଜମିକୁ ଯାଉନାହାନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କୋମନା ବନ ବିଭାଗ ପକ୍ଷରୁ ବିଜାଖମନ ଜଙ୍ଗଲରେ ଲଟାବୁଦା ସଫା କରାଯାଉଥିବା ବେଳେ ନୂଆପଡା ବନ ବିଭାଗ ଦେଖାନାହିଁ। ଆତଙ୍କିତ ଅଞ୍ଚଳକୁ ମଧ୍ୟ ଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ନୂଆପଡା ବନ ବିଭାଗ ରେଞ୍ଜର ବିନିତା ଭୋଇଙ୍କୁ ଯୋଗାଯୋଗ କରିବାରୁ ହୋଇ ପାରିଲାନାହିଁ। ଚାଷୀଙ୍କୁ ବନଜନ୍ତୁଙ୍କ କବଳରୁ ସୁରକ୍ଷା ଯୋଗାଇ ନ ଦେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଦାଦନ ସଂଖ୍ୟା ଜିଲାରେ ବଢିବ ବୋଲି ବୃଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?