ଶୁଦ୍ଧିକ୍ରିୟା ହୋଇ ନ ଥିବାରୁ ଗାଁ ବାରଣ

ଭୁବନେଶ୍ୱର,୩୦।୬(ଅଭିଜିତ ଦାସ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ଇତିମଧ୍ୟରେ ୨୭ଦିନ ବିତିଛି। ହେଲେ ଏଯାଏ ୮୧ ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ମୃତଦେହକୁ ଅପେକ୍ଷା କରି ନିରାଶ ହେବା ପରେ ବହୁ ଦାବିଦାର ଗାଁକୁ ଫେରିଯାଇଥିବାବେଳେ ଆଉ କିଛି ପରିବାର ଏବେ ବି ଭୁବନେଶ୍ୱର ଏମ୍‌ସ ପରିସରରେ ପଡି ରହିଛନ୍ତି। ଡିଏନ୍‌ଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ସେମାନେ ନାନା ଯନ୍ତ୍ରଣା ଭିତରେ ଦିନ କାଟୁଛନ୍ତି। ଏପଟେ ଗାଁର ସାମାଜିକ କଟକଣା ସେମାନଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଛି। ମୃତଦେହ ମିଳି ନ ଥିବାରୁ ଶୁଦ୍ଧିକ୍ରିୟା କରିପାରୁନାହାନ୍ତି। ପୁଣି ବିନା କ୍ରିୟାକର୍ମରେ ଗାଁ ପ୍ରବେଶକୁ ମନା କରୁଛି ସେମାନଙ୍କ ସମ୍ପ୍ରଦାୟ। ଏପରିକି ଶୁଦ୍ଧିକ୍ରିୟା ନ କରି ଗାଁରେ ରହିଲେ ବାସନ୍ଦ କରାଯିବ ବୋଲି ଧମକ ଦେଉଛି ଗାଁ କମିଟି।
ନିଜ ସାନ ପୁଅର ମୃତଦେହ ପାଇବା ଆଶାରେ ଝାଡଖଣ୍ଡ ପୁରୁଣା ସାହେବଗଞ୍ଜ ଅଞ୍ଚଳର ୬୫ ବର୍ଷୀୟା ମାଆ ଯଶୋଦା ଦେବୀ ଓ ଦିବ୍ୟାଙ୍ଗ ବାପା ଲକ୍ଷ୍ମଣ ଚୌଧୁରୀ ୨୪ଦିନ ହେବ ଏଠାରେ ରହି ଆସିଛନ୍ତି। ସେମାନଙ୍କ କହିବାନୁଯାୟୀ, ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରଥମେ ବଡ଼ ପୁଅ ଏଠାକୁ ଆସି ମୃତଦେହ ଚିହ୍ନଟ କରିଥିଲେ। ତା’ପରେ ମା’ବାପା ଆସିଥିଲେ। ହେଲେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ମୃତଦେହ ଦିଆଯିବ ବୋଲି କହିବାରୁ ବଡ଼ପୁଅ ଗାଁକୁ ପଳାଇଛନ୍ତି। ହେଲେ ଶୁଦ୍ଧିକ୍ରିୟା କରିପାରୁ ନ ଥିବାରୁ ଗାଁରେ ତାଙ୍କୁ ବାସନ୍ଦ କରି ରଖିଛନ୍ତି। ବିନା କ୍ରିୟାକର୍ମରେ ଗାଁ ଲୋକ ଘର ପ୍ରବେଶକୁ ବାରଣ କରୁଛନ୍ତି। ତେଣୁ ଏଠାରେ ପଡି ରହିଛୁ ବୋଲି ସେମାନେ କହିଛନ୍ତି। ଯଶୋଦାଙ୍କ କହିବା ଅନୁଯାୟୀ, ଘଟଣାକୁ ୨୭ ଦିନ ବିତିଯିବ ନିଜ ପୁଅର ମୃତଦେହ ଦେଖିପାରିନାହୁଁ। ଦିବ୍ୟାଙ୍ଗ ବାପା ଲକ୍ଷ୍ମଣ କହିଛନ୍ତି, ସମସ୍ତ ଆଶା ବିଶ୍ୱାସ ଭାଙ୍ଗି ଦେଉଛି ଏମ୍‌ସ ହସ୍ପିଟାଲ। ଏବେ ମୃତଦେହ ମିଳିବ କି ନାହିଁ ତାହା ମଧ୍ୟ ସନ୍ଦେହ ଲାଗୁଛି। କେବଳ ଝାଡଖଣ୍ଡର ଏହି ପରିବାର ନୁହେଁ, ଏମିତି ଅନେକ ପରିବାର ମୃତଦେହ ପାଇବାକୁ ବହୁ ଦୁଃଖକଷ୍ଟ ଭିତରେ ଆଶା ବାନ୍ଧି ରହିଥିବାବେଳେ ଗାଁର ସାମାଜିକ କଟକଣା ସେମାନଙ୍କ ଜୀବନକୁ ଦହଗଞ୍ଜ କରୁଛି। ତେଣୁ ଶୀଘ୍ର ସେମାନଙ୍କ ଲୋକଙ୍କ ମୃତଦେହକୁ ଚିହ୍ନଟ କରି ହସ୍ତାନ୍ତର କରିବାକୁ ଦାବି କରିଛନ୍ତି।
ସୂଚନାନୁସାରେ, ଡିଏନ୍‌ଏ ରିପୋର୍ଟ ଆସିବା ପରେ ପ୍ରକୃତ ପରିବାରକୁ ସେମାନଙ୍କ ମୃତଦେହ ହସ୍ତାନ୍ତର କରାଯିବ। ଏଥିପାଇଁ ଦାବିଦାର ପରିବାରର ରହିବା ପାଇଁ ରେଳ ବିଭାଗ ତରଫରୁ ଗେଷ୍ଟ ହାଉସ୍‌ର ବ୍ୟବସ୍ଥା କରାଯାଇଛି। ସେମାନେ ରାତିରେ ଗେଷ୍ଟ ହାଉସ୍‌ରେ ରହିବା ସହ ବାକି ସବୁ ସମୟ ଏମ୍‌ସରେ କାଟୁଛନ୍ତି। କେତେବେଳେ ଡିଏନ୍‌ଏ ରିପୋର୍ଟ ଆସିବ ଓ ଏମ୍‌ସ କର୍ତ୍ତୃପକ୍ଷ କାହାକୁ ପୁଅ, ତ ଆଉ କାହାକୁ ପରିବାର ସଦସ୍ୟଙ୍କ ମୃତଦେହ ହସ୍ତାନ୍ତର କରିବ ତାହାକୁ ଅପେକ୍ଷା କରିଛନ୍ତି।

୧୦ରୁ ୧୫ ପରିବାରର ଡିଏନ୍‌ଏ ନମୁନା ମ୍ୟାଚିଂ

ଟ୍ରେନ୍‌ ଦୁର୍ଘଟଣାରେ ୮୧ ମୃତଦେହର ଚିହ୍ନଟ ଲାଗି ଉଭୟ ମୃତଦେହ ଓ ପରିବାର ସଦସ୍ୟଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀସ୍ଥିତ ଏମ୍‌ସକୁ ପଠାଯାଇଛି। ବର୍ତ୍ତମାନ ସିବିଆଇ ଫୋରେନ୍‌ସିକ୍‌ ଲାବ୍‌ରେ ପରୀକ୍ଷା ଚାଲିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟ ଟେଷ୍ଟିଂରୁ ୧୦ରୁ ୧୫ ପରିବାରର ଡିଏନ୍‌ଏ ନମୁନା ମ୍ୟାଚିଂ କରିଛି। ଜୁଲାଇ ୮ ମଧ୍ୟରେ ଏହି ରିପୋର୍ଟ ଆସିପାରେ। ଏହାପରେ ସମ୍ପୃକ୍ତ ପରିବାରକୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇପାରେ। କିନ୍ତୁ ଏନେଇ ଏମ୍‌ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏମ୍‌ସ ସୁପରିଣ୍ଟେଣ୍ଡେଣ୍ଟ ତଥା ଆନାଟୋମି ବିଭାଗର ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ସମସ୍ତ ମୃତ ଶରୀରକୁ ଅଧିକ ଦିନ ସଂରକ୍ଷଣ କରିବା ଲାଗି ଚେଷ୍ଟା ଜାରି ରହିଛି। ବର୍ତ୍ତମାନ କଣ୍ଟେନରରେ ୮୧ ମୃତଦେହ ଥିବାବେଳେ ଦାବିଦାର ପରିବାର ଲୋକଙ୍କଠାରୁ ୯୦ଟି ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଛି। ସମସ୍ତ ଡିଏନ୍‌ଏ ନମୁନା ସିବିଆଇ ଫୋରେନ୍ସିକ ଲାବ୍‌ରେ ଟେଷ୍ଟି ଚାଲିଛି। ସାଧାରଣତଃ ଡିଏନ୍‌ଏ ନମୁନାର ଟେଷ୍ଟିଂ ପ୍ରକ୍ରିୟା ୨ରୁ ୩ମାସ ଲାଗିଥାଏ। କିନ୍ତୁ ଏପରିସ୍ଥଳେ ଶୀଘ୍ର କରିବାକୁ ଚେଷ୍ଟା ଜାରିରଖିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri