ଟିକା ସମ୍ପୂର୍ଣ୍ଣ ନିରାପଦ, ଫଳପ୍ରଦ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଥମେ କେବଳ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ମାତ୍ର ସେମାନଙ୍କ ପରିବାରକୁ ଟିକା ଦିଆଯିବ ନାହିଁ ବୋଲି ଏସ୍‌ସିବି ମେଡିସିନ ବିଭାଗର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକା ଦିଆଯାଇ ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ ରଖାଯିବ। ପରେ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଯିବ। ଯେଉଁମାନେ ଟିକା ନେବେ ତାହାର ୨୮ ଦିନ ପରେ ସେମାନେ ଟିକାର ୨ୟ ଡୋଜ୍‌ ନେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡା. ପଣ୍ଡା କହିଛନ୍ତି ଯେ, ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। କାରଣ ଭାରତୀୟ ଔଷଧ ମହାନିୟନ୍ତ୍ରକ ଏସବୁ ଟିକାର ପରୀକ୍ଷଣ କରି ସନ୍ତୁଷ୍ଟ ହେବା ପରେ ହିଁ ମଞ୍ଜୁରୀ ଦେଇଛନ୍ତି। ଗତ ୧୦ ମାସ ଧରି ଏସବୁ ଟିକାର ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ଚାଲିଥିଲା। ତେଣୁ ଏହା ନିଶ୍ଚିତ ଭାବେ ନିରାପଦ ଓ ଫଳପ୍ରଦ ହେବ। କରୋନା ଟିକା ନିରାପଦ ଓ ଫଳପ୍ରଦ। ଟିକା ନେବା ଇଚ୍ଛାଧୀନ। ଏହା ବାଧ୍ୟତାମୂଳକ ନୁହେଁ। ମାତ୍ର ଯେଉଁମାନେ ନିଜକୁ ସୁରକ୍ଷିତ କରିବାକୁ ଚାହିଁବେ ଓ ସଂକ୍ରମଣକୁ ରୋକିବାକୁ ଚାହିଁବେ ସେମାନେ ଏହି ଟିକା ନେବା ଉଚିତ୍‌। ସେହିପରି ଯେଉଁମାନେ କୋଭିଡ୍‌ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି, ସେମାନେ ଏହି ଟିକା ନେଇ ନିଜକୁ ସୁରକ୍ଷିତ କରିବା ଆବଶ୍ୟକ। ଯଦି ଆମେ କୋଭିଡ୍‌ ଟିକା ନେବା, ତା’ହେଲେ କରୋନାକୁ ବହୁ ମାତ୍ରାରେ ରୋକି ପାରିବା ବୋଲି ପଣ୍ଡା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କରୋନା ଟିକା ପର୍ଯ୍ୟାୟକ୍ରମେ ଦେବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ କରୋନା ଭୂତାଣୁ ସଂସ୍ପର୍ଶରେ ସିଧାସଳଖ ଆସୁଛନ୍ତି ଯଥା କୋଭିଡ୍‌ ଯୋଦ୍ଧା ଓ ବୟସ୍କ ତଥା ଶାରୀରିକ ଅସୁସ୍ଥ, ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏମାନଙ୍କ ପରେ ଅନ୍ୟମାନଙ୍କୁ ଟିକା ଦିଆଯିବ। ଟିକା ନେବାର ୨୮ଦିନ ପରେ ୨ୟ ଡୋଜ୍‌ ଦିଆଯିବ। ଟିକା ପାଇଁ ପଞ୍ଜୀକରଣ ଜରୁରୀ। ପଞ୍ଜିକରଣ କଲେ ମେସେଜ୍‌ ଆସିବ। ମୋବାଇଲରେ କେଉଁଠି, କେଉଁ ଦିନ ଟିକା ଦିଆଯିବ ସେନେଇ ସୂଚନା ମେସେଜ ମାଧ୍ୟମରେ ଜଣାଇ ଦିଆଯିବ। ଆବଶ୍ୟକ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇହେବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri