ପଲିଥିନ ବ୍ୟବହାର ବଢୁଛି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ପଲିଥିନ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଗମ୍ଭୀର ସ୍ଥିତି ସୃଷ୍ଟି କରି ଚାଲିଛି। ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପଲିଥିନର ବହୁଳ ବ୍ୟବହାର ଚିନ୍ତା ବଢ଼ାଇ ଦେଇଛି। ପଲିଥିନର ପ୍ରତିକୂଳ ପ୍ରଭାବକୁ ଦେଖି ରାଜ୍ୟ ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବା ନେଇ ପଦକ୍ଷେପ ନେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୧୧୪ଟି ସହରାଞ୍ଚଳକୁ ପଲିଥିନ ମୁକ୍ତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଲିଥିନ ବ୍ୟବହାର ଓ ଉତ୍ପାଦନକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ସହରାଞ୍ଚଳରେ ଏହାର ବ୍ୟବହାର କିଛି ମାତ୍ରାରେ କମି ଆସିଥିଲା। ତେବେ କରୋନା ମହାମାରୀ ଦେଖାଦେବା ପରଠୁ ଅର୍ଥାତ୍‌ ମାର୍ଚ୍ଚରୁ ସହରାଞ୍ଚଳରେ ପଲିଥିନ ଏବଂ ନିଷେଧ ହୋଇଥିବା ସାମଗ୍ରୀଗୁଡିକର ବ୍ୟବହାର ବହୁ ମାତ୍ରାରେ ବଢ଼ିଯାଇଛି । କଟକଣା ସତେ ଯେମିତି ମୂଲ୍ୟହୀନ ହୋଇପଡିଛି। ଏହି ସାମଗ୍ରୀ ପରିବେଶକୁ ଭୟଙ୍କର କ୍ଷତି ପହଞ୍ଚାଉଥିବା ବେଳେ ଏଥିପ୍ରତି ରାଜ୍ୟ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ କିମ୍ବା ରାଜ୍ୟ ପ୍ରଦୂଷଣ ବୋର୍ଡ ସେତେଟା ଗୁରୁତ୍ୱ ନ ଦେବା ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ରେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସହିତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷେଧ ଘୋଷଣା କରିଥିଲେ । ଏହାର ଠିକ୍‌ ବର୍ଷେ ପରେ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ୫୦ ମାଇକ୍ରନ୍‌ରୁ କମ୍‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକଲ, ପ୍ଲାଷ୍ଟିକ ଚାମଚ, କପ, ପ୍ଲେଟ, ଗ୍ଲାସ, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରି ପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଗର ନିଗମ କମିଶନର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ବିଧାନ କରିପାରିବେ। ଜିଲାପାଳ ପଲିଥିନ କଟକଣାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସକାଶେ ଏଡିଏମ୍‌, ଏସ୍‌ପି, ବନଖଣ୍ଡ ଅଧିକାରୀ, ତସହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌର ସଂସ୍ଥାର ଅଧିକାରୀମାନଙ୍କୁ ସାମିଲ କରିବେ। ପଲିଥିନ ବିକ୍ରି, ଉତ୍ପାଦନ, ଗଚ୍ଛିତ କରି ରଖୁଥିବା ସଂସ୍ଥା କିମ୍ବା ବ୍ୟବସାୟୀ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ସେଗୁଡିକୁ ନଷ୍ଟ କରିବାକୁ କୁହାଯାଇଥିଲା। କଟକଣା ଲାଗୁ ହେବାର କିଛି ମାସ ମଧ୍ୟରେ ଧରପଗଡ଼ ଜୋରଦାର ହୋଇଥିଲା। ବ୍ୟବସାୟୀମାନେ ଜରିମାନା ଭୟରେ ପଲିଥିନ ବ୍ୟବହାର ବନ୍ଦ କରି ଦେଇଥିଲେ। ଜନସାଧାରଣ ପଲିଥିନ ବଦଳରେ ବ୍ୟାଗ ନେବାକୁ ପସନ୍ଦ କରୁଥିଲେ। କରୋନା ସଂକ୍ରମଣକୁ ଦେଖି ରାଜ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଜାରି ହେଲା। ଏହା ପରେ ପଲିଥିନ ବ୍ୟବହାର ବହୁ ପରିମାଣରେ ବଢ଼ିଯାଇଛି। କଟକଣା କଡ଼ାକଡ଼ି ପାଳନ ହେଉ ନ ଥିବାରୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ବିନା ସଙ୍କୋଚରେ ବ୍ୟବହାର କରିଚାଲିଛନ୍ତି। ବ୍ୟବସାୟୀ ପୂର୍ଣ୍ଣେନ୍ଦୁ ସାହୁ କହିଛନ୍ତି ଯେ, ଗ୍ରାହକମାନେ ସାମଗ୍ରୀ ନେବାକୁ ପଲିଥିନ ମାଗୁଛନ୍ତି। ପଲିଥିନ ନ ଦେଲେ ଅନ୍ୟ ଦୋକାନକୁ ଚାଲି ଯାଉଛନ୍ତି। ପଲିଥିନ ଉତ୍ପାଦନ ହେଉଥିବାରୁ ବଜାରରେ ମିଳୁଛି। ଆମେ ବାଧ୍ୟ ହୋଇ ଆଣୁଛୁ। ପଲିଥିନ ଉତ୍ପାଦନ ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି। ଗ୍ରାହକ ଚୈତନ୍ୟ ପ୍ରଧାନ କହିଛନ୍ତି, ହଠାତ୍‌ ବାହାରୁ ଜିନିଷ ନେବାକୁ ପଡୁଥିବାରୁ ପଲିଥିନ ବ୍ୟବହାର ବଢିଛି। ଆଗରୁ ଧର ପଗଡ଼ ହେଉଥିବାରୁ ବ୍ୟବସାୟୀ ପଲିଥିନ ଦେବାକୁ ମନା କରୁଥିଲେ। ଆମେ ବ୍ୟାଗ ନେଉଥିଲୁ। ଏବେ ସବୁଆଡ଼େ ପଲିଥିନରେ ଲୋକମାନେ ଜିନିଷପତ୍ର ନେଉଛନ୍ତି। ଏପରି କି ଖାଦ୍ୟପଦାର୍ଥ ମଧ୍ୟ ପଲିଥିନରେ ଯାଉଛି। ପରିବେଶ ପାଇଁ ବିପଦ ଥିବାରୁ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ନ ହେଲେ ପଲିଥିନ ବ୍ୟବହାର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ଶ୍ରବଣ ସିହ୍ନା କହିଛନ୍ତି, ଲୋକମାନେ ପଲିଥିନର ପ୍ରତିକୂଳ ପ୍ରଭାବ ବିଷୟରେ ସଚେତନ ହେବା ଦରକାର। କରୋନା ସମୟରେ କର୍ମଚାରୀମାନେ ସ୍ବାସ୍ଥ୍ୟ ରକ୍ଷା କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଟିକେ କୋହଳ ହୋଇଛି। ପଲିଥିନର ବହୁଳ ବ୍ୟବହାର ହେଉଥିବା ଦେଖାଯାଉଛି। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଚିଠି ଲେଖି ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ପଲିଥିନ କଟକଣା ପରେ ବିଭିନ୍ନ ପୌର ସଂସ୍ଥା ଦ୍ୱାରା ବହୁ ସ୍ଥାନରେ ଚଢ଼ାଉ କରାଯାଇ ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା ୬୦ ଲକ୍ଷ ଟଙ୍କାର ୨୧,୮୪୬ କେ.ଜି ପ୍ଲାଷ୍ଟିକ ଜବତ କରିଛନ୍ତି । କଟକଣା କଡ଼ାକଡ଼ି କରିବାକୁ ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ବ୍ୟବହାର ପୁଣି ବୃଦ୍ଧି ପାଇବା ପରିବେଶ ପାଇଁ ଆଦୌ ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?