ଅନନ୍ୟ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା

ଖୋର୍ଦ୍ଧା-ଭୁବନେଶ୍ୱର ନଂ.୧୬ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ପଞ୍ଚ ପାଇକ ପ୍ରତିମୂର୍ତ୍ତିଠାରୁ ୨୦୦ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁନଃ ନିର୍ମାଣ କରିଥିଲେ।
ଇତିହାସ ଅନୁଯାୟୀ ଖୋର୍ଦ୍ଧା ରାଜବଂଶ ଦୁର୍ଗ ପରିସରରେ କୁଞ୍ଜବିହାରୀ ମନ୍ଦିର, ଗୋପାଳ ମନ୍ଦିର, ରାଧାକାନ୍ତ ମନ୍ଦିର, ରଘୁନାଥ ମନ୍ଦିର, ବୃନ୍ଦାବନ ଚନ୍ଦ୍ର ମନ୍ଦିର (ଓଡ଼ିଆ ମଠ), ଗୋବିନ୍ଦଜୀଉ ମଠ, କପିଳେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥାପନ କରିଥିଲେ। ଜଗନ୍ନାଥ ସଂସ୍କୃତିର ରକ୍ଷାକର୍ତ୍ତା ଭାବେ ଗଜପତି ସମଗ୍ର ହିନ୍ଦୁ ସମାଜ ଦ୍ୱାରା ସମ୍ମାନିତ। ଗଜପତି ପ୍ରଥମ ରାମଚନ୍ଦ୍ରଦେବ ଖ୍ରୀ. ୧୫୬୮ରେ ଗଡ଼ଖୋର୍ଦ୍ଧାରେ ଓଡ଼ିଶାର ରାଜଧାନୀ ସ୍ଥାପନ କରିଥିଲେ। ପରେ କୁଜଙ୍ଗଗଡ଼ରୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଅଣାଇ ଗଡ଼ଖୋର୍ଦ୍ଧାସ୍ଥିତ ମନ୍ଦିରରେ ନବକଳେବର କରାଇ ଖ୍ରୀ. ୧୫୭୫ରେ (କଳାପାହାଡ଼ ଆକ୍ରମଣ ଯୋଗୁ ୮ବର୍ଷ ଶୂନ୍ୟ ରହିଥିବା ଶ୍ରୀମନ୍ଦିରରେ) ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ପୁନଃ ସ୍ଥାପନା କରାଇଥିଲେ। ଏହି ପବିତ୍ର କାର୍ଯ୍ୟ ଯୋଗୁ ଗଜପତି ରାମଚନ୍ଦ୍ର ଦେବ ୨ୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଶ୍ରୀମନ୍ଦିର ସେବାୟତ, ୧୬ ଶାସନ ବ୍ରାହ୍ମଣଙ୍କ ଦ୍ୱାରା ଭୂଷିତ ହୋଇଥିବା ଐତିହାସିକ କେଦାରନାଥ ମହାପାତ୍ରଙ୍କ ଖୁରୁଧା ଇତିହାସ ପୁସ୍ତକରେ ବର୍ଣ୍ଣନା ରହିଛି।
ଏହି ସମୟରେ ଗଜପତି ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଦୁର୍ଗକୁ ଶ୍ରୀଜଗନ୍ନାଥପୁର-କଟକ ରୂପେ ନାମକରଣ କରିଥିଲେ। କୁଞ୍ଜବିହାରୀ ମନ୍ଦିର ସମ୍ମୁଖ ଗୋପାଳ ମନ୍ଦିରରେ ବାରବାଟୀ ଦୁର୍ଗରୁ ଆନୀତ, କାଞ୍ଚତ୍ ବିଜୟର ସ୍ମାରକୀ ଶ୍ରୀସାକ୍ଷୀଗୋପାଳ (ବର୍ତ୍ତମାନ ସତ୍ୟବାଦୀରେ ସାକ୍ଷୀଗୋପାଳ ଭାବେ ପୂଜା ପାଉଛନ୍ତି) ବିଗ୍ରହ ଖ୍ରୀ.୧୬୧୫ ପର୍ଯ୍ୟନ୍ତ ପ୍ରାୟ ୪୭ବର୍ଷ ଧରି ଏଠାରେ ପୂଜିତ ହେଉଥିଲେ। ପୁନଶ୍ଚ ଗଜପତି ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ଖ୍ରୀ. ୧୬୦୭ରେ ମୋଗଲ ଆକ୍ରମଣ ଯୋଗୁ ଶ୍ରୀଜଗନ୍ନାଥ ଏହି ମନ୍ଦିରରେ ୩ମାସ ୪ଦିନ ଅବସ୍ଥାନ କରିଥିଲେ। କାଳିଆ ସାଆନ୍ତ ଏଠାରେ ଗୁପ୍ତ ଭାବେ ପୂଜା ପାଉଥିଲେ। ମାଦଳା ପାଞ୍ଜିରେ ବର୍ଣ୍ଣନା ଅନୁଯୟୀ- ସେବକ ପରମେଶ୍ୱରଙ୍କୁ ନେଇ ଖୁରୁଧାରେ ଗୋପାଳ ଦେଉଳେ ବିଜେ କରାଇଲେ। ଭକ୍ତ ସାଲବେଗ ଏଠାରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ ବୋଲି ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର କୁମାର ମିଶ୍ର ମତ ଦିଅନ୍ତି। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ତକି ଖାଁର ଖୋର୍ଦ୍ଧା ଆକ୍ରମଣ ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଗଜପତି ବୋଲଗଡ଼ରେ ଅବସ୍ଥାନ କରିଥିଲେ। ସେଠାରୁ ପୁନଶ୍ଚ ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ଏହି ଗୋପାଳ ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରିଥିଲେ। ଏହି ପ୍ରସଙ୍ଗ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାଂଶୁ ଶେଖର ପଟ୍ଟନାୟକ ଏବଂ ବୋଲଗଡ଼ର ଇତିହାସ ଲେଖକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ପୁସ୍ତକରେ ଉଲ୍ଲେଖ ରହିଛି। ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ‘ହିଷ୍ଟ୍ରି ଅଫ୍‌ ଓଡ଼ିଶା’ ଏବଂ ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ ନୀଳଶୈଳରେ ଉଲ୍ଲେଖ ରହିଥିବା ଗବେଷକ ଗୋପାଳକୃଷ୍ଣ ଦାସ କହିଛନ୍ତି। ତେବେ ଗବେଷକ ଦାସ କୁହନ୍ତି, ମହାପ୍ରଭୁଙ୍କ ଏହି ଲୀଳାକ୍ଷେତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ୧୯୯୬ରେ ପି.ଏନ୍‌. କଲେଜର ରେଭର ରେଞ୍ଜର ଛାତ୍ରୀଛାତ୍ରଙ୍କୁ ନେଇ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ। ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ସମ୍ପର୍କରେ ଜାଣିବା ପରେ ୨୦୦୭ରେ ତତ୍କାଳିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହି ସ୍ଥାନ ପରିଦର୍ଶନରେ ଆସିଥିଲେ। ରେଭିନ୍ୟୁ ବଙ୍ଗଳାରେ ଖୋର୍ଦ୍ଧା ଐତିହାସିକ ସମାଜ ଆନୁକୂଲ୍ୟରେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଲୀଳାକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ଲାଗି ସ୍ଥିର ହୋଇଥିଲା। ୨୦୧୪ ଜୁନ୍‌ ୨୭, ୨୮ ଓ ୨୯ ତାରିଖରେ ତିନି ଦିନ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ଉତ୍ସବରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭାପତି ଭୀମସେନ ମିଶ୍ର, ସମ୍ପାଦକ ରବି ନାରାୟଣ ମିଶ୍ର, ୧୯୯୬ରେ ଦଧିମାଛଗାଡ଼ିଆ ନବକଳେବର, ବନଯାଗରେ ଯୋଗ ଦେଇଥିବା ମନ୍ଦିର ପୁରୋହିତ ଡ. ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଗବେଷଣା ଅଧିକାରୀ ଡ. ସୁରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏଠାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭଳି ପାଳିତ ହୋଇଥାଏ। ମନ୍ଦିର ପରିଚାଳନା ଲାଗି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର କମିିଟି ଗଠନ କରାଯାଇଛି। ବିଶ୍ୱମ୍ବର ଦାସ ମହାରାଜ ସଭାପତି, ଆଇନଜୀବୀ ଅଜିତ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି, ଜାନକୀବଲ୍ଲଭ ପଟ୍ଟନାୟକ ଉପସଭାପତି, ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ ସମ୍ପାଦକ ଏବଂ ରମାକାନ୍ତ ପାଟ୍ଟଯୋଶୀ ମୁଖ୍ୟ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ଇଂ. ମାଧବଚନ୍ଦ୍ର ଷଡ଼ଙ୍ଗୀ ପିତାଙ୍କ ସ୍ମୃତିରେ ମନ୍ଦିର ପରିସରରେ କାଶୀଲୋକନାଥ ମନ୍ଦିର ପ୍ରାୟ ୩ବର୍ଷ ତଳେ ନିର୍ମାଣ କରିଥିଲେ। ଚଳିତବର୍ଷ ଗୁଣ୍ଡିଚାରେ ମନ୍ଦିର ପରିସରରେ ମାତା ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ପୁରୀ ବାସିନ୍ଦା ବାମଦେବ ସାହୁ ସହଯୋଗର ହାତ ବଢ଼ାଇଛନ୍ତି। ମନ୍ଦିରରେ ଅକ୍ଷୟ ମହାପାତ୍ର, ଅରୂପା ମହାପାତ୍ର ବର୍ଷବ୍ୟାପୀ ସମସ୍ତ ନୀତିକାନ୍ତି ସେବାପୂଜା କରି ଆସୁଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?