ଅଣଦେଖାରୁ ଚରମ ପଦକ୍ଷେପ

ଭୁବନେଶ୍ୱର,୨୩।୩(ବ୍ୟୁରୋ):ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ବୁଧବାର ୫ଦିନ ବିତିଥିଲେ ମଧ୍ୟ ମାମଲାକୁ ନେଇ ରହସ୍ୟ ଲାଗିରହିଛି। ପ୍ରଥମେ ତ୍ରିକୋଣୀୟ ପ୍ରେମ କାରଣରୁ ଅକ୍ଷୟ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହେଉଥିଲା। ହେଲେ ଏବେ ମାମଲାର ଭିନ୍ନ ଏକ ଦିଗ ସାମ୍ନାକୁ ଆସିଛି। ଆତ୍ମହତ୍ୟା କରିବା ପୂର୍ବରୁ ବାନ୍ଧବୀ ଜିଜ୍ଞାସାଙ୍କୁ ମେଲ୍‌ ଯୋଗେ ପଠାଯାଇଥିବା ଭଏସ୍‌ ନୋଟ୍‌ ଓ ମେସେଜ୍‌ ଏବେ ଭାଇରାଲ ହେଉଛି। ଜିଜ୍ଞାସାଙ୍କ ଅଣଦେଖାରୁ ଆଜେକ୍ସ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ଆଜେକ୍ସ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ କମ୍ପ୍ୟୁଟରରୁ ମେଲ୍‌ ଯୋଗେ କିଛି ଫଟୋ ସହ ଲେଖା ଓ ଭଏସ୍‌ ନୋଟ୍‌ ପଠାଇଥିଲେ। ହେଲେ ସେଗୁଡ଼ିକୁ ଆଜେକ୍ସ ଅଟୋସେଟ୍‌ କରିଥିବାରୁ ୨୦ତାରିଖରେ ବାନ୍ଧବୀଙ୍କ ପାଖରେ ପହଞ୍ଚତ୍ଥିଲା।
ତେବେ ଏକ ଭଏସ୍‌ ନୋଟ୍‌ରେ ଆଜେକ୍ସ କହିଥିଲେ, ଜିଜ୍ଞାସା ମୁଁ ତୁମକୁ ହିଁ ଭଲପାଏ। ହେଲେ ମେଣ୍ଟାଲ୍‌ ପିସ୍‌ ପାଇଁ ଅନ୍ୟ କାହା ସହିତ ଗପୁଥିଲି। ଠିକ୍‌ ଯେମିତି ତୁମେ ତମ ପିସ୍‌ ପାଇଁ ରଶ୍ମି ସହ ଗପୁଛ। ହେଲେ ଜିଜ୍ଞାସାଙ୍କୁ ସେ ସତରେ ଭଲ ପାଉଥିଲେ ବୋଲି ଆଜେକ୍ସ ଭଏସ୍‌ ନୋଟ୍‌ରେ କହୁଛନ୍ତି। ସେହିପରି ବାନ୍ଧବୀଙ୍କୁ ଏକ ଫଟୋ ପଠାଇ ଆଜେକ୍ସ ଲେଖିଥିଲେ, ମୋ ସାଙ୍ଗରେ ତ ଏମିତି କେବେ ଷ୍ଟାଟସ୍‌ ଦେଲନି। ଏଇଟା ମୋତେ କଷ୍ଟ ହଉଛି, ସପ୍ତାହ ହେଲାଣି ମୁଁ ଶୋଇ ପାରୁନି। ସ୍ଲିପିଂ ଟାବଲେଟ୍‌ ଖାଉଚି, ମାନସିକ ଚାପରେ ଅଛି। ମୁଁ ଏବେ ଯାଉଛି, ତୁମେ ଖୁସିରେ ରୁହ। ମୁଁ ହାରିଗଲି, ମରିଯାଉଛି। ଯେତେବେଳେ ଝଗଡ଼ା ହୁଏ, ତମେ ମତେ କୁହ ଭୂତ ହୋଇଯାଅ, ଏବେ ସବୁଦିନ ପାଇଁ ଭୂତ ହୋଇଯାଉଛି। ବହୁ ଦୂରକୁ ଯାଉଛି। ତେବେ ବାନ୍ଧବୀଙ୍କ ପାଖକୁ ଅକ୍ଷୟ ପଠାଇଥିବା ଏଭଳି ଏକାଧିକ କୋହଭରା ଭଏସ୍‌ ନୋଟ୍‌ ଭାଇରାଲ ହେବା ପରେ ଅଧିକ ଚର୍ଚ୍ଚା ସୃଷ୍ଟି ହେଉଛି। ବାନ୍ଧବୀ ଦେଇଥିବା କଳା ଶାର୍ଟକୁ ଅକ୍ଷୟ ଆତ୍ମହତ୍ୟା ପୂର୍ବରୁ ପିନ୍ଧିଥିଲେ। ଉକ୍ତ ଫଟୋକୁ ସେ ମେଲ୍‌ ଯୋଗେ ମଧ୍ୟ ପଠାଇଥିଲେ। ଘଟଣାକୁ ନେଇ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣା କହିଛନ୍ତି, ମୋ ପୁଅ ନ୍ୟାୟ ପାଉ। ସେ ଝିଅକୁ ଆଉ ପୁଅକୁ ଏମିତି ଦଣ୍ଡ ଦିଅନ୍ତୁ, ଯେମିତି କୌଣସି ପୁଅ ଓ ଝିଅ ଏମିତି ନ ହୁଅନ୍ତୁ। ଆତ୍ମହତ୍ୟା କେହି ନ କରନ୍ତୁ। ମୋ ଭଳିଆ କେହି ନ କାନ୍ଦନ୍ତୁ ବୋଲି ଲକ୍ଷ୍ମୀପ୍ରିୟା କହିଛନ୍ତି। ତଦନ୍ତ ଦିଗକୁ ନେଇ ଥାନାଧିକାରୀ ରଜନୀକାନ୍ତ ପ୍ରଧାନ କହିଛନ୍ତି, ଆଜେକ୍ସଙ୍କ ବାନ୍ଧବୀ ଜିଜ୍ଞାସା ଓ ତାଙ୍କ ନୂଆ ପୁରୁଷ ବନ୍ଧୁଙ୍କ ନାମରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୨୧/୨୦୨୩) ରୁଜୁ କରି ତଦନ୍ତ ଜାରି ରହିଛି। ଆଜେକ୍ସଙ୍କ ବାନ୍ଧବୀଙ୍କୁ ଜେରା ସମୟରେ ମିଳିଥିବା ତଥ୍ୟ ଓ ସିଡିଆର୍‌ ଏବଂ ଭଏସ୍‌ ନୋଟ ଆଦିକୁ ଯାଞ୍ଚ କରାଯାଉଛି। ତେବେ ଏପର୍ଯ୍ୟନ୍ତ ମାମଲାରେ ଆଜେକ୍ସଙ୍କୁ ବ୍ଲାକ୍‌ମେଲ୍‌ କରାଯାଇଥିବା ପ୍ରମାଣ ମିଳିନାହିଁ। ଆବଶ୍ୟକ ପଡ଼ିଲେ ବାନ୍ଧବୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri