ଅଣଦେଖାରୁ ଚରମ ପଦକ୍ଷେପ

ଭୁବନେଶ୍ୱର,୨୩।୩(ବ୍ୟୁରୋ):ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ବୁଧବାର ୫ଦିନ ବିତିଥିଲେ ମଧ୍ୟ ମାମଲାକୁ ନେଇ ରହସ୍ୟ ଲାଗିରହିଛି। ପ୍ରଥମେ ତ୍ରିକୋଣୀୟ ପ୍ରେମ କାରଣରୁ ଅକ୍ଷୟ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହେଉଥିଲା। ହେଲେ ଏବେ ମାମଲାର ଭିନ୍ନ ଏକ ଦିଗ ସାମ୍ନାକୁ ଆସିଛି। ଆତ୍ମହତ୍ୟା କରିବା ପୂର୍ବରୁ ବାନ୍ଧବୀ ଜିଜ୍ଞାସାଙ୍କୁ ମେଲ୍‌ ଯୋଗେ ପଠାଯାଇଥିବା ଭଏସ୍‌ ନୋଟ୍‌ ଓ ମେସେଜ୍‌ ଏବେ ଭାଇରାଲ ହେଉଛି। ଜିଜ୍ଞାସାଙ୍କ ଅଣଦେଖାରୁ ଆଜେକ୍ସ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ଆଜେକ୍ସ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ କମ୍ପ୍ୟୁଟରରୁ ମେଲ୍‌ ଯୋଗେ କିଛି ଫଟୋ ସହ ଲେଖା ଓ ଭଏସ୍‌ ନୋଟ୍‌ ପଠାଇଥିଲେ। ହେଲେ ସେଗୁଡ଼ିକୁ ଆଜେକ୍ସ ଅଟୋସେଟ୍‌ କରିଥିବାରୁ ୨୦ତାରିଖରେ ବାନ୍ଧବୀଙ୍କ ପାଖରେ ପହଞ୍ଚତ୍ଥିଲା।
ତେବେ ଏକ ଭଏସ୍‌ ନୋଟ୍‌ରେ ଆଜେକ୍ସ କହିଥିଲେ, ଜିଜ୍ଞାସା ମୁଁ ତୁମକୁ ହିଁ ଭଲପାଏ। ହେଲେ ମେଣ୍ଟାଲ୍‌ ପିସ୍‌ ପାଇଁ ଅନ୍ୟ କାହା ସହିତ ଗପୁଥିଲି। ଠିକ୍‌ ଯେମିତି ତୁମେ ତମ ପିସ୍‌ ପାଇଁ ରଶ୍ମି ସହ ଗପୁଛ। ହେଲେ ଜିଜ୍ଞାସାଙ୍କୁ ସେ ସତରେ ଭଲ ପାଉଥିଲେ ବୋଲି ଆଜେକ୍ସ ଭଏସ୍‌ ନୋଟ୍‌ରେ କହୁଛନ୍ତି। ସେହିପରି ବାନ୍ଧବୀଙ୍କୁ ଏକ ଫଟୋ ପଠାଇ ଆଜେକ୍ସ ଲେଖିଥିଲେ, ମୋ ସାଙ୍ଗରେ ତ ଏମିତି କେବେ ଷ୍ଟାଟସ୍‌ ଦେଲନି। ଏଇଟା ମୋତେ କଷ୍ଟ ହଉଛି, ସପ୍ତାହ ହେଲାଣି ମୁଁ ଶୋଇ ପାରୁନି। ସ୍ଲିପିଂ ଟାବଲେଟ୍‌ ଖାଉଚି, ମାନସିକ ଚାପରେ ଅଛି। ମୁଁ ଏବେ ଯାଉଛି, ତୁମେ ଖୁସିରେ ରୁହ। ମୁଁ ହାରିଗଲି, ମରିଯାଉଛି। ଯେତେବେଳେ ଝଗଡ଼ା ହୁଏ, ତମେ ମତେ କୁହ ଭୂତ ହୋଇଯାଅ, ଏବେ ସବୁଦିନ ପାଇଁ ଭୂତ ହୋଇଯାଉଛି। ବହୁ ଦୂରକୁ ଯାଉଛି। ତେବେ ବାନ୍ଧବୀଙ୍କ ପାଖକୁ ଅକ୍ଷୟ ପଠାଇଥିବା ଏଭଳି ଏକାଧିକ କୋହଭରା ଭଏସ୍‌ ନୋଟ୍‌ ଭାଇରାଲ ହେବା ପରେ ଅଧିକ ଚର୍ଚ୍ଚା ସୃଷ୍ଟି ହେଉଛି। ବାନ୍ଧବୀ ଦେଇଥିବା କଳା ଶାର୍ଟକୁ ଅକ୍ଷୟ ଆତ୍ମହତ୍ୟା ପୂର୍ବରୁ ପିନ୍ଧିଥିଲେ। ଉକ୍ତ ଫଟୋକୁ ସେ ମେଲ୍‌ ଯୋଗେ ମଧ୍ୟ ପଠାଇଥିଲେ। ଘଟଣାକୁ ନେଇ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣା କହିଛନ୍ତି, ମୋ ପୁଅ ନ୍ୟାୟ ପାଉ। ସେ ଝିଅକୁ ଆଉ ପୁଅକୁ ଏମିତି ଦଣ୍ଡ ଦିଅନ୍ତୁ, ଯେମିତି କୌଣସି ପୁଅ ଓ ଝିଅ ଏମିତି ନ ହୁଅନ୍ତୁ। ଆତ୍ମହତ୍ୟା କେହି ନ କରନ୍ତୁ। ମୋ ଭଳିଆ କେହି ନ କାନ୍ଦନ୍ତୁ ବୋଲି ଲକ୍ଷ୍ମୀପ୍ରିୟା କହିଛନ୍ତି। ତଦନ୍ତ ଦିଗକୁ ନେଇ ଥାନାଧିକାରୀ ରଜନୀକାନ୍ତ ପ୍ରଧାନ କହିଛନ୍ତି, ଆଜେକ୍ସଙ୍କ ବାନ୍ଧବୀ ଜିଜ୍ଞାସା ଓ ତାଙ୍କ ନୂଆ ପୁରୁଷ ବନ୍ଧୁଙ୍କ ନାମରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୨୧/୨୦୨୩) ରୁଜୁ କରି ତଦନ୍ତ ଜାରି ରହିଛି। ଆଜେକ୍ସଙ୍କ ବାନ୍ଧବୀଙ୍କୁ ଜେରା ସମୟରେ ମିଳିଥିବା ତଥ୍ୟ ଓ ସିଡିଆର୍‌ ଏବଂ ଭଏସ୍‌ ନୋଟ ଆଦିକୁ ଯାଞ୍ଚ କରାଯାଉଛି। ତେବେ ଏପର୍ଯ୍ୟନ୍ତ ମାମଲାରେ ଆଜେକ୍ସଙ୍କୁ ବ୍ଲାକ୍‌ମେଲ୍‌ କରାଯାଇଥିବା ପ୍ରମାଣ ମିଳିନାହିଁ। ଆବଶ୍ୟକ ପଡ଼ିଲେ ବାନ୍ଧବୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା ହୋଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?