ଅନ୍ତିମ ଲକ୍ଷ୍ୟ

ଈପ୍ସିତା ମହାନ୍ତି

 

ସାଧାରଣ ଜୀବନରେ ଯଦି କେହି ଜଣେ ବ୍ୟକ୍ତିଙ୍କୁ ହତ୍ୟାକରେ, ତେବେ ମୃତକ ପକ୍ଷର ଲୋକମାନେ ତାକୁ ମାରିବା ପାଇଁ ପାଗଳ ହୋଇଉଠନ୍ତି। ବେଳେବେଳେ ଏହି ପାରସ୍ପରିକ ପ୍ରତିଶୋଧ ପ୍ରକ୍ରିୟା ଅନେକ ପିଢ଼ି ଧରି ଚାଲେ। ଯଦି ଆମେ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାଉ କିମ୍ବା କାହାର ଜୀବନ ବଞ୍ଚାଇଥାଉ, ତେବେ ସେ ଆମକୁ ସାହାଯ୍ୟ କରିବାକୁ କିମ୍ବା ଆମ ଜୀବନ ବଞ୍ଚାଇବାକୁ ସର୍ବଦା ତତ୍ପର ହୋଇ ଉଠିଥାଏ। ଧର୍ମର ଭୂମିକା ମଧ୍ୟ ଠିକ୍‌ ଏହିଭଳି। ଧର୍ମକୁ ସୁରକ୍ଷା ଦେବା କିମ୍ବା ଥରେ ନିଜ ଭିତରେ ଧର୍ମକୁ ସ୍ଥାପିତ କରିବା ପରେ ଧର୍ମ ସଦୈବ ଆମକୁ ସୁରକ୍ଷା ଦେଇଚାଲେ।
ଆମେ ଯଦି ସୁରକ୍ଷା ନିୟମ ଅନୁସରଣ କରିବା, ତେବେ ସେହି ନିୟମଗୁଡ଼ିକ ପ୍ରତ୍ୟେକ ପରିସ୍ଥିତିରେ ଆମକୁ ସୁରକ୍ଷା ଦେବାରେ ସକ୍ଷମ ହୋଇଥାଏ। କିନ୍ତୁ ସୁରକ୍ଷା ନିୟମ ଭଙ୍ଗକଲେ ଜୀବନ ସଙ୍କଟରେ ପଡ଼ିଯାଏ। ‘ଏଠାରେ ଗାଧୋଇବା କିମ୍ବା ପାଣି ଭିତରକୁ ଯିବା ନିଷେଧ’ ଲେଖାଥିବା ସୂଚନା ଫଳକକୁ ଆମେ ଅନେକ ସମୟରେ ନଦୀ, ହ୍ରଦ ଆଦି ଜଳାଶୟ କୂଳରେ ଦେଖିଥାଉ। ଯଦି ଆମେ ଏହି ନିୟମ ଅନୁସରଣ କରୁ, ତେବେ ତାହା ଆମକୁ ସୁରକ୍ଷା ଦେଇଥାଏ। କିନ୍ତୁ ଆମେ ଯଦି ନିୟମ ଭାଙ୍ଗି ପାଣି ଭିତରକୁ ଯିବା, ତେବେ ପାଣିରେ ବୁଡ଼ିଯିବାର ଅଧିକ ସମ୍ଭାବନା ରହିଛି। ଏହା ବିପଦକୁ ନିମନ୍ତ୍ରଣ କଲାଭଳି କଥା। ଧର୍ମର ଅବସ୍ଥା ମଧ୍ୟ ଠିକ୍‌ ଏହିଭଳି। ଯଦି ଆମେ ଧର୍ମକୁ ଅନୁସରଣ କରୁ, ତେବେ ଧର୍ମ ଆମକୁ ସବୁଦିଗରୁ ସୁରକ୍ଷା ଦେଇଥାଏ। କିନ୍ତୁ ଆମେ ଯଦି ଠିକ୍‌ ଢଙ୍ଗରେ ଧର୍ମକୁ ଅନୁସରଣ ନ କରିବା, ତେବେ ସେହି ଧର୍ମ ପତନ ତଥା ବିନାଶର କାରଣ ପାଲଟିଯାଏ।
ପ୍ରଶ୍ନ ଉଠେ, ମୃତ ଧର୍ମର ତାତ୍ପର୍ଯ୍ୟ କ’ଣ ଏବଂ ସଂରକ୍ଷିତ ଧର୍ମ ଆମକୁ କିପରି ରକ୍ଷାକରେ? ଯଦି ଆମେ ଧର୍ମକୁ ଠିକ୍‌ରୂପେ ବୁଝୁ, ତେବେ ସହଜରେ ଏହି ପ୍ରଶ୍ନର ଉତ୍ତର ପାଇଯିବା। ପ୍ରଶ୍ନ ହେଉଛି- ଧର୍ମ କ’ଣ? ଧର୍ମର ଅନେକ ବ୍ୟାଖ୍ୟା ଏବଂ ସଂଜ୍ଞା ରହିଛି। ସ୍ବଭାବ ବା ପ୍ରକୃତିକୁ ମଧ୍ୟ ଧର୍ମ କୁହାଯାଏ। ଏହି ଦୃଷ୍ଟିରୁ ଆମ ଆଚରଣକୁ ମଧ୍ୟ ଧର୍ମ କହନ୍ତି। କିନ୍ତୁ ପ୍ରତ୍ୟେକ ପ୍ରକାର ଆଚରଣ କ’ଣ ଧର୍ମ ହୋଇପାରେ? ବାସ୍ତବରେ ଭଲ ଆଚରଣ ଏବଂ ଭଲ ଅଭ୍ୟାସ ହେଉଛି ପ୍ରକୃତ ଧର୍ମ। ଧୈର୍ଯ୍ୟ, କ୍ଷମା, ସଂଯମତା, ଚୋରି ନ କରିବା, ଶୁଦ୍ଧତା (ପରିଷ୍କାରତା), ଇନ୍ଦ୍ରିୟଗୁଡ଼ିକର ନିୟନ୍ତ୍ରଣ, ବୁଦ୍ଧି, ଜ୍ଞାନ, ସତ୍ୟ ଏବଂ କ୍ରୋଧ ଏହି ଦଶଗୁଣ ଧର୍ମର ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ବା ବୈଶିଷ୍ଟ୍ୟ ଭାବେ ବିବେଚିତ। କୁହାଯାଏ, ଯାହାକୁ ଧାରଣ କରାଯାଏ ତାହା ହେଉଛି ଧର୍ମ। ଯଦି ଜଣେ ବ୍ୟକ୍ତି ଏଭଳି ବିଭିନ୍ନ ବୈଶିଷ୍ଟ୍ୟକୁ ଧାରଣ କରିଛନ୍ତି, ତେବେ ସେ କେବଳ ଜଣେ ଧାର୍ମିକ, ଅନ୍ୟଥା କିଛି ନୁହେଁ।
ଏହା ନିଃସନ୍ଦେହ ଯେ, ନିଜ ଭିତରେ ଭଲ ଅଭ୍ୟାସଗୁଡ଼ିକୁ ବିକଶିତ କରିବା ହିଁ ଧର୍ମ। ସ୍ଥାନ, କାଳ, ପାତ୍ର ଅନୁଯାୟୀ ଏହି ଅଭ୍ୟାସରେ ପାର୍ଥକ୍ୟ ରହିପାରେ। କିନ୍ତୁ ଯେଉଁ ଅଭ୍ୟାସ ଭଲ ନୁହେଁ, ଯାହା ଆମ ଆଚରଣକୁ ପ୍ରଦୂଷିତ କରୁଥାଏ, କଳୁଷିତ କରୁଥାଏ କିମ୍ବା ବିକୃତ କରେ, ତାହା ଧର୍ମରେ ଅନ୍ତର୍ଭୁକ୍ତ ହେବନାହିଁ। ଅର୍ଥାତ୍‌ ତାହା ଧର୍ମର ପଦବାଚ୍ୟ ନୁହେଁ। ଗାଣିତିକ ଭାଷାରେ ଧର୍ମ କେବଳ ସଦ୍‌ଗୁଣର ଏକ ସମାହାର ବା ସେଟ୍‌ ହୋଇପାରେ। ଯଦି ଆମର କୌଣସି କାର୍ଯ୍ୟ, ତାହା ଯେତେ ଭଲ ହେଉନା କାହିଁକି, ଅନ୍ୟମାନଙ୍କ ବିକାଶରେ ଯଦି ବାଧା ସୃଷ୍ଟି କରୁଥାଏ ଅବା ଅନ୍ୟ କୌଣସି ଉପାୟରେ ଅନ୍ୟମାନଙ୍କୁ ଯନ୍ତ୍ରଣା ଦେଉଥାଏ ତେବେ ତାହା ମଧ୍ୟ ଧର୍ମର ଶ୍ରେଣୀଭୁକ୍ତ ହୋଇ ନ ଥାଏ। ଭଗବାନ୍‌ ବୁଦ୍ଧଦେବ କହିଛନ୍ତି, ସମସ୍ତ ଜୀବଙ୍କ ପ୍ରତି ଦୟାଭାବ ହିଁ ଧର୍ମ। ପ୍ରକୃତ ଅର୍ଥରେ ଅନ୍ୟମାନଙ୍କ ପାଇଁ ଭଲ କରିବା, ଅନ୍ୟମାନଙ୍କୁ ସାହାଯ୍ୟ କରିବା ପୁଣ୍ୟ ହୋଇଥାଏ। ଏହାର ବିପରୀତ କାର୍ଯ୍ୟ ଅବା ଅନ୍ୟମାନଙ୍କୁ ଯନ୍ତ୍ରଣା ଦେବା ପାପ । ଯେଉଁ ଧର୍ମ, ଧର୍ମର ଲକ୍ଷଣ କିମ୍ବା କାର୍ଯ୍ୟକଳାପ ବ୍ୟକ୍ତିଙ୍କ ମଧ୍ୟରେ ଭଲ ଗୁଣ ବିକଶିତ କରେ ନାହିଁ ତାହା ଧର୍ମ ହୋଇପାରିବ ନାହିଁ। କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ବରଂ ସମାଜ ଲାଗି ମଧ୍ୟ ଏହା ସେତିକି ଅପରିହାର୍ଯ୍ୟ। ଯେଉଁ ସମାଜ ଧର୍ମ ଅର୍ଥାତ୍‌ ଉତ୍ତମ ଜୀବନ ମୂଲ୍ୟବୋଧକୁ ସୁରକ୍ଷା ଦେବାରେ ସକ୍ଷମ ହୁଏ, ସେହି ସମାଜ ବିନା ଦ୍ୱିଧାରେ ଅଗ୍ରଗତି କରିଥାଏ। କର୍ମକାଣ୍ଡ ଅବା ପ୍ରତୀକାତ୍ମକ କାର୍ଯ୍ୟ କୌଣସି ପରିସ୍ଥିତିରେ ଧର୍ମ ହୋଇ ନ ଥାଏ। ଏଗୁଡ଼ିକ ଆମକୁ ଭଲ ମନ୍ଦ ବିଷୟରେ ସ୍ମରଣ କରାଇବାରେ ଏକ ମାଧ୍ୟମ ମାତ୍ର। ତେଣୁ ଉତ୍ତମ ଜୀବନ ମୂଲ୍ୟବୋଧଗୁଡ଼ିକର ଅନୁସରଣ ହିଁ ଅନ୍ତିମ ଲକ୍ଷ୍ୟ ହେବା ଉଚିତ॥
ବୈପାରୀଗୁଡ଼ା, କୋରାପୁଟ,
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?