Posted inଖେଳ

ଭାରତର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର, ୮।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। କ୍ରମାଗତ ୩ ମ୍ୟାଚ ହାରି ଘରୋଇ ଦଳ ପରାଜୟରେ ହ୍ୟାଟ୍ରିକ କରିଛି। ଫଳରେ ୯ ଦଳ ବିଶିଷ୍ଟ ପଏଣ୍ଟ ଟେବୁଲରେ ୮ ନମ୍ବର ସ୍ଥାନରେ ରହିଛି। ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ଚାଇନାଠାରୁ ୧-୨ ଓ ନେଦରଲାଣ୍ଡ୍ସଠାରୁ ୧-୩ରେ ହାରିଥିବା ଭାରତୀୟ ଦଳ ବୁଧବାର ତୃତୀୟ ଗେମ୍‌ରେ ଅଷ୍ଟ୍ରେଲିଆଠାରୁ ୦-୩ ଗୋଲରେ ପରାଜିତ ହୋଇଛି। ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ନ ପାରିବାର ବିଫଳତା, ଆକ୍ରମଣାତ୍ମକ ମନୋଭାବର ଅଭାବ ଦଳପାଇଁ ମହଙ୍ଗା ପଡ଼ିଛି। କୋଚ୍‌ ଜାନେକ ସ୍କୁପମାନ ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ବିଫଳ ହୋଇଥିବା ମଧ୍ୟ ଅନୁଭବ ହୋଇଛି। ଫଳରେ ୩ଟି ଯାକ ଗେମ୍‌ରେ ପ୍ରତିପକ୍ଷ ଦଳଠାରୁ ନିକୃଷ୍ଟ ପ୍ରଦର୍ଶନ କରି ପଛରେ ପଡ଼ି ଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଓ୍ବାର୍ଟ ଗ୍ରେସ୍‌ ୧୯ତମ ମିନିଟରେ ଫିଲ୍ଡ ଗୋଲ ଦେଇଥିବାବେଳେ ୨୩ତମ ମିନିଟରେ ଷ୍ଟିଓ୍ବାର୍ଟ ଟାଟୁମ ପେନାଲ୍ଟି କର୍ନରରୁ ଦ୍ୱିତୀୟ ଗୋଲଟି ସ୍କୋର କରିଥିଲେ। ୫୫ତମ ମିନିଟରେ ଫିଲ୍ଡ ଗୋଲ ମାଧ୍ୟମରେ ଏହାକୁ ୩-୦ରେ ପରିଣତ କରିଥିଲେ ନବ୍ସ କେଟଲିନ। ଭାରତ ୫ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏଥିରୁ ଗୋଟିଏ ହେଲେ ଗୋଲ ଦେଇପାରି ନ ଥିଲା। ଅଣଖେଳୁଆଡ଼ ମନୋଭାବ ପାଇଁ ଭାରତର ସାଲିମା ଟେଟେ ଓ ସଙ୍ଗୀତା କୁମାରୀ ଗ୍ରୀନ୍‌ କାର୍ଡ ପାଇଥିଲେ। ସେହିପରି ଅଷ୍ଟ୍ରେଲିଆର ଆମି ଲଟନ ଓ କେର୍‌ଶ ଷ୍ଟିଫାନିଙ୍କୁ ଗ୍ରୀନ୍‌ ଏବଂ ଶାଣ୍ଡ ହାଟି ଓ ଡେଲ ଡୋଲକେନ୍ସଙ୍କୁ ୟେଲୋ କାର୍ଡ ଦେଇଥିଲେ ଅମ୍ପାୟର। କଳିଙ୍ଗରେ ଭାରତ ଏହାର ଶେଷ ଲିଗ୍‌ମ୍ୟାଚ ୯ ତାରିଖରେ ଆମେରିକା ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?