Posted inଖେଳ

ଆଇପିଏଲ୍‌ରୁ ଓହରିଲେ ଆମେରିକା ଦ୍ରୁତ ବୋଲର

ଦୁବାଇ, ୮।୧୦(ପି.ଟି.)- ପ୍ରଥମ ଆମେରିକୀୟ କ୍ରିକେଟରଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସାମିଲ ହୋଇଥିବା ଅଲୀ ଖାଁ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ଏହି ଦ୍ରୁତ ବୋଲର ଆହତ ସମସ୍ୟା ଯୋଗୁ ଏପରି ନିଷ୍ପତ୍ତି ନେଇଛନ୍ତି। ଆହତ ସମସ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନ ଥିଲେ ହେଁ ସେ ଓହରିଯିବା ନେଇ ଆଇପିଏଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟୁର୍ନାମେଣ୍ଟ ପୂର୍ବରୁ ଇଂଲଣ୍ଡ ସିମର ହ୍ୟାରି ଗୁର୍ନେ ଆହତ ହେବାରୁ ବଦଳ ଖେଳାଳିଭାବେ ଅଲୀଙ୍କୁ ନିଆଯାଇଥିଲା। କୌଣସି ମ୍ୟାଚ ଖେଳିବା ପୂର୍ବରୁ ଅଲୀ ଖାଁ ଦୁର୍ଭାଗ୍ୟବଶତଃ ଆହତ ହୋଇ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି ବୋଲି ଏକ ବିବୃତିରେ ପ୍ରକାଶ କରାଯାଇଛି। କାରିବିୟନ ପ୍ରିମିୟର ଲିଗ୍‌ରେ ୨୯ ବର୍ଷୀୟ ଅଲୀ ଟାଇଟଲ ବିଜୟୀ ଟ୍ରିନବାଗୋ ନାଇଟ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପାକିସ୍ତାନ ଜନ୍ମିତ ଏହି ଆମେରିକୀୟ ଖେଳାଳି ସେହି ପ୍ରତିଯୋଗିତାରେ ୮ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବେଶଭିତ୍ତିକ ହେବ ସାଇର ସମସ୍ତ ଷ୍ଟାଡିୟମ

ନୂଆଦିଲ୍ଲୀ,୫।୬(ପିଟି)- ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ସମସ୍ତ ଷ୍ଟାଡିୟମ ଓ ଏକାଡେମୀ ପରିବେଶଭିତ୍ତିକ ହେବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ବୁଧବାର ଘୋଷଣା କରିଛନ୍ତି।...

୨୦୨୧ରେ ଚେନ୍ନାଇ ଦଳର ନେତୃତ୍ୱ କିଏ ନେବ, ସିଇଓ ଦେଲେ ଏମିତି ଉତ୍ତର

ଆଇପିଏଲ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଖରାପ ପ୍ରଦର୍ଶନ କରିଛି। ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଦଳ ପ୍ଲେ...

ମେରୀକମଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୮।୭(ପିଟି)- ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଇଣ୍ଡୋନେସିର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ରେ ସ୍ବର୍ଣ୍ଣ ପଦକ ହାସଲ...

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ବିଶ୍ୱକପ୍‌ରୁ ଶେହଜାଦ ଆଉଟ୍‌

ଲଣ୍ଡନ,୭।୬-ଆଫଗାନିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି। ତାଙ୍କ ବଦଳରେ ବାମହାତୀ...

୧୦୦ ଉଇକେଟ ନେବାରେ ମାଲିଙ୍ଗା ପ୍ରଥମ

କାଣ୍ଡି (ଶ୍ରୀଲଙ୍କା), ୭ା୯ (ଏଏଫ୍‌ପି)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ବୋଲର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ସୌଭାଗ୍ୟ...

ଡୋପିଂ ମାମଲାରେ ମନଙ୍ଗୋଇ ସସ୍‌ପେଣ୍ଡ

ମୋନାକୋ, ୨୪ା୭ (ଏପି)- ଡୋପ୍‌ ଟେଷ୍ଟ ପାଇଁ ହାଜର ହୋଇ ନ ଥିବାରୁ ପୂର୍ବତନ ୧,୫୦୦ ମିଟର ବିଶ୍ୱଚାମ୍ପିୟନ ଇଲିଜା ମନଙ୍ଗୋଇ ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

କେପ୍‌ ଟାଉନ୍‌, ୧୯।୪- ଆଗାମୀ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କୁ ଦଳରେ...

Play 250+ Trending Games
Archives

Model This Week

Why Dharitri