ଦୁଇ ଯୁବକଙ୍କୁ ଉଠାଇ ନେବାରୁ ଥାନା ଘେରାଉ 

ରାୟଗଡ଼ା, ୬।୦୮(ଆଶିଷ ରଞ୍ଜନ ପଣ୍ଡା):କଳାହାଣ୍ଡି ଜିଲାଲାଞ୍ଜିଗଡ଼ ବଜାରକୁ ଯାଇଥିବା ସମୟରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ଶନିବାର ପୋଲିସ ଉଠାଇ ନେଇଥିଲା। ଏହାକୁ ପ୍ରତିବାଦ କରି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଫୋର୍ସ ମୃତୟନ କରାଯାଇଛି।
ମିଳିଥିବା ସୂଚନାଅନୁଯାୟୀ, ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଲାମ୍ବା ଗ୍ରାମର କୃଷ୍ଣ ଶିକକା ଓ ବାରି ଶିକକାକୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବଜାରରୁ ପୋଲିସ ଉଠାଇ ନେଇଛି। ଏହାକୁ ବିରୋଧ କରି ବିଭିନ୍ନ ଗ୍ରାମବାସୀମାନେ ଏକତ୍ରିତ ହୋଇ କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି। ତୁରନ୍ତ ସେମାନଙ୍କୁ ଛାଡ଼ିବା ପାଇଁ ଡଙ୍ଗରିଆ ସମ୍ପ୍ରଦାୟ ପୋଲିସକୁ ତାଗିଦ କରିଛନ୍ତି । ନଚେତ୍‌ ପରିସ୍ଥିତି ଭୟାଭୟ ହେବ ବୋଲି ଚେତାବନୀ ଦେଇଛନ୍ତି। ସ୍ଥିତି ନିୟନ୍ତ୍ରଣ ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପାତ୍ର, ଏସଡିପିଓ ରଶ୍ମି ରଞ୍ଜନ ସେନାପତିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧୂକାରୀ ଓ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। କଲ୍ୟାଣସିଂହପୁର ବ୍ଲକ ପାରସାଲି ଓ ମାଝିଗୁଡା ପଞ୍ଚାୟତ ଏବଂ କଳାହାଣ୍ଡି ଜିଲ୍ଲା ବିଭିନ୍ନ ଗ୍ରାମରୁ ଡ଼ଙ୍ଗରିଆ ଏହି  ଘେରାଉ କରିଥିବା ସୂଚନା ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?