Posted inଜାତୀୟ

ଟୁ-ଫିଙ୍ଗର ଟେଷ୍ଟ ବେଆଇନ

ନୂଆଦିଲ୍ଲୀ,୧।୧୧(ପି.ଟି.):ଏବେ ବି ସମାଜରେ ବଳାତ୍କାର ପୀଡ଼ିତାଙ୍କ ପରୀକ୍ଷା ଲାଗି ଟୁ-ଫିଙ୍ଗର ଟେଷ୍ଟ ପଦ୍ଧତି ଆପଣାଯିବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଏଭଳି ପରୀକ୍ଷା ଯେପରି ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରୀକ୍ଷାରେ ସମ୍ପୃକ୍ତ ବ୍ୟକ୍ତି ଅସଦାଚରଣ ମାମଲାରେ ଦୋଷୀସାବ୍ୟସ୍ତ ହେବେ ବୋଲି ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏକ ବଳାତ୍କାର ଓ ହତ୍ୟା ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଅପରାଧୀଙ୍କୁ ଦୋଷମୁକ୍ତ କରିଥିବାବେଳେ ସୁପ୍ରିମକୋର୍ଟ ଖଣ୍ଡପୀଠ ଉକ୍ତ ରାୟକୁ ଖାରଜ କରିଦେଇ ତଳକୋର୍ଟର ରାୟକୁ କାଏମ୍‌ ରଖିଛନ୍ତି। ତଳକୋର୍ଟ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।
ଟୁ-ଫିଙ୍ଗର ଟେଷ୍ଟ ମହିଳାଙ୍କ ମର୍ଯ୍ୟାଦା ଏବଂ ଗୋପନୀୟତାର ଉଲ୍ଲଂଘନ କରୁଥିବାରୁ ଏଭଳି ପରୀକ୍ଷା ବନ୍ଦ ଲାଗି ସର୍ବୋଚ୍ଚ ଅଦାଲତ ୧୦ ବର୍ଷ ତଳେ ନିଷ୍ପତ୍ତି ନେଇଥିଲେ। ଏହା ସତ୍ତ୍ୱେ ଏବେ ବି ଉକ୍ତ ପରୀକ୍ଷା ଜାରି ରହିଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୌନସମ୍ପର୍କ ରଖୁଥିବା ମହିଳା ଯେ ବଳାତ୍କାର ହୋଇପାରିବ ନାହିଁ, ଏହା କୁହାଯାଇ ନ ପାରେ ବୋଲି ଖଣ୍ଡପୀଠ କହିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ, ପୋଲିସ ଡିଜି ଏବଂ ସ୍ବାସ୍ଥ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇ ଟୁ-ଫିଙ୍ଗର ଟେଷ୍ଟ ବନ୍ଦ ସୁନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଭଳି ପରୀକ୍ଷାରେ ଲିପ୍ତ ବ୍ୟକ୍ତିଙ୍କୁ ଅସଦାଚରଣ ମାମଲାରେ ଦୋଷୀସାବ୍ୟସ୍ତ କରାଯିବ। ସରକାରୀ ଓ ଘରୋଇ ମେଡିକାଲ କଲେଜଗୁନିକର ପାଠ୍ୟକ୍ରମରୁ ଟୁ-ଫିଙ୍ଗର ଟେଷ୍ଟ ବିଷୟବସ୍ତୁ ହଟାଇଦେବାକୁ କେନ୍ଦ୍ର ସରକାର ଓ ସ୍ବାସ୍ଥ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ମୁକୁଳିବେ କଏଦୀ, କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଖୁସି ଖବର ଆସିଛି। ଯେଉଁମାନେ ୧୪ ବର୍ଷ କାରାଦଣ୍ଡ ପୂରଣ କରିଛନ୍ତି କିମ୍ବା ଯେଉଁମାନଙ୍କର ବୟସ...

ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ ଛାଡିଥିଲେ ମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ,୨୭।୩ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକ ସୁହାସ କାଣ୍ଡେ ଏକ ବଡ଼ ଦାବି କରିଛନ୍ତି। ଏକଦା ଠାକେର ପରିବାର ପାଇଁ ସ୍ବତନ୍ତ୍ର ଥିବା...

ନରୋଦା ଗାମ୍‌ ଦଙ୍ଗା ମାମଲା ୬୭ ଅଭିଯୁକ୍ତ ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ଏସ୍‌ଆଇଟି

କୋଲକାତା,୨୪ା୪: ୨୦୦୨ ନରୋଦା ଗାମ୍‌ ଦଙ୍ଗା ମାମଲାର ସମସ୍ତ ୬୭ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର ଅଦାଲତ ଦୋଷମୁକ୍ତ କରିଥିବାବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ...

ରାଜ୍ୟ ସଭାରେ ସରୋଗେସି ବିଲ୍‌: ସର୍ତ୍ତ କୋହଳ ଲାଗି ଦାବି

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ସରୋଗାସି (ରେଗୁଲେଶନ) ବିଲ୍‌-୨୦୧୯ ଆଗତ କରାଯାଇଛି। ଏହା ଦେଶରେ ସରୋଗାସିକୁ ନିୟନ୍ତ୍ରଣ କରିବାରେ ସଫଳ...

କେଜ୍‌ରିଓ୍ବାଲଙ୍କ ବିବାଦୀୟ ମନ୍ତବ୍ୟ: ଟ୍ରେନ୍‌ରେ ୫୦୦ ଟଙ୍କାର ଟିକେଟ କାଟି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି ବିହାରୀ

ନୂଆଦିଲ୍ଲୀ,୩୦।୯:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲ ବିହାରବାସୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ୩୬୨ ଶଯ୍ୟା ବିଶିଷ୍ଟ...

ରାଜ ଠାକରେଙ୍କୁ ଟାର୍ଗେଟ କଲେ ଉଦ୍ଧବ

ମୁମ୍ବାଇ,୧୫ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଗତ କିଛିଦିନ ହେବ ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲାଉଡ...

ସ୍ବାମୀଙ୍କ ପ୍ରେମରେ ବାଧା ସାଜିଥିଲେ ସ୍ତ୍ରୀ, ଆଉ ତା’ପରେ

ଗାଜିଆବାଦ,୧୫।୯: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମରେ ବାଧା ହେବାରୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରି ମୃତଦେହକୁ...

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା, ୨ ପାଇଲଟ ସହିଦ

ଇଟାନଗର,୧୬।୩: ଅରୁଣାଚଳ ପ୍ରଦେଶର ବମ୍‌ଡିଲା ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ପାଇଲଟ ସହିଦ ହୋଇଛନ୍ତି। ସେମାଙ୍କ ମଧ୍ୟରୁ...

Advertisement
Archives

Model This Week