Posted inଜାତୀୟ

ଟୁ-ଫିଙ୍ଗର ଟେଷ୍ଟ ବେଆଇନ

ନୂଆଦିଲ୍ଲୀ,୧।୧୧(ପି.ଟି.):ଏବେ ବି ସମାଜରେ ବଳାତ୍କାର ପୀଡ଼ିତାଙ୍କ ପରୀକ୍ଷା ଲାଗି ଟୁ-ଫିଙ୍ଗର ଟେଷ୍ଟ ପଦ୍ଧତି ଆପଣାଯିବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଏଭଳି ପରୀକ୍ଷା ଯେପରି ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରୀକ୍ଷାରେ ସମ୍ପୃକ୍ତ ବ୍ୟକ୍ତି ଅସଦାଚରଣ ମାମଲାରେ ଦୋଷୀସାବ୍ୟସ୍ତ ହେବେ ବୋଲି ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏକ ବଳାତ୍କାର ଓ ହତ୍ୟା ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଅପରାଧୀଙ୍କୁ ଦୋଷମୁକ୍ତ କରିଥିବାବେଳେ ସୁପ୍ରିମକୋର୍ଟ ଖଣ୍ଡପୀଠ ଉକ୍ତ ରାୟକୁ ଖାରଜ କରିଦେଇ ତଳକୋର୍ଟର ରାୟକୁ କାଏମ୍‌ ରଖିଛନ୍ତି। ତଳକୋର୍ଟ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।
ଟୁ-ଫିଙ୍ଗର ଟେଷ୍ଟ ମହିଳାଙ୍କ ମର୍ଯ୍ୟାଦା ଏବଂ ଗୋପନୀୟତାର ଉଲ୍ଲଂଘନ କରୁଥିବାରୁ ଏଭଳି ପରୀକ୍ଷା ବନ୍ଦ ଲାଗି ସର୍ବୋଚ୍ଚ ଅଦାଲତ ୧୦ ବର୍ଷ ତଳେ ନିଷ୍ପତ୍ତି ନେଇଥିଲେ। ଏହା ସତ୍ତ୍ୱେ ଏବେ ବି ଉକ୍ତ ପରୀକ୍ଷା ଜାରି ରହିଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୌନସମ୍ପର୍କ ରଖୁଥିବା ମହିଳା ଯେ ବଳାତ୍କାର ହୋଇପାରିବ ନାହିଁ, ଏହା କୁହାଯାଇ ନ ପାରେ ବୋଲି ଖଣ୍ଡପୀଠ କହିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ତ୍ତୃପକ୍ଷ, ପୋଲିସ ଡିଜି ଏବଂ ସ୍ବାସ୍ଥ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇ ଟୁ-ଫିଙ୍ଗର ଟେଷ୍ଟ ବନ୍ଦ ସୁନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଭଳି ପରୀକ୍ଷାରେ ଲିପ୍ତ ବ୍ୟକ୍ତିଙ୍କୁ ଅସଦାଚରଣ ମାମଲାରେ ଦୋଷୀସାବ୍ୟସ୍ତ କରାଯିବ। ସରକାରୀ ଓ ଘରୋଇ ମେଡିକାଲ କଲେଜଗୁନିକର ପାଠ୍ୟକ୍ରମରୁ ଟୁ-ଫିଙ୍ଗର ଟେଷ୍ଟ ବିଷୟବସ୍ତୁ ହଟାଇଦେବାକୁ କେନ୍ଦ୍ର ସରକାର ଓ ସ୍ବାସ୍ଥ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri